ନବରଙ୍ଗପୁର,୩୧/୦୩: ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତାକୁ ୮୯ ବର୍ଷ ବିତିଲାଣି । ଏବେ ବି ନବରଙ୍ଗପୁର ସୀମାନ୍ତ ବ୍ଲକଗୁଡ଼ିକରେ ଛତିଶଗଡ଼ି ଭାଷାର ରାଜୁତି ଚାଲିଛି । ଛତିଶଗଡ଼ ସୀମାରେ ଥିବା ରାଇଘର ବ୍ଲକରେ ସର୍ବାଧିକ ୪୩ଟି ଓ ସମଗ୍ର ଜିଲ୍ଲାରେ ୧୪୩ଟି ସ୍କୁଲରେ ପିଲାଙ୍କ ପାଇଁ ବହୁଭାଷା ଶିକ୍ଷାଦାନ ପ୍ରଚଳନ କରାଯାଇଛି । ସେଠାକାର ମାତୃଭାଷା ସହିତ ଓଡ଼ିଆକୁ ଯୋଡ଼ି ଭାଷାର ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉଛି । ଛତିଶଗଡ଼ ସୀମାନ୍ତ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର କ୍ଷେତ୍ରଫଳ ହେଉଛି ୮୭୬.୬୧ ବର୍ଗ କିମି । ଭୌଗୋଳିକ ଦୃଷ୍ଟିକୋଣରୁ ଏହା ଛତିଶଗଡ଼ ନିକଟରେ ରହିଥିବାରୁ ଛତିଶଗଡ଼ି ଭାଷା, ସଂସ୍କୃତି ଚାଲିଚଳନ ଦ୍ୱାରା ଏ ଅଞ୍ଚଳବାସୀ ପ୍ରଭାବିତ । ସେଭଳି ଦେଖିଲେ ଜିଲ୍ଲା ସଦରମହକୁମାରୁ ପ୍ରାୟ ୯୦ କିମି ଦୂରରେ ରାଇଘର ଥିବା ବେଳେ ଛତିଶଗଡ଼ର ଗରିଆବନ୍ଧ(ମୈନପୁର) ମାତ୍ର ୬୫ କିମି ଦୂରରେ ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରୁ ଏହା ୬୫୦ କିମି ହୋଇଥିବା ବେଳେ ଛତିଶଗଡ ରାଜଧାନୀ ରାୟପୁର ମାତ୍ର ୧୯୦ କିମି । 

ଓଡିଶାର ଭୂଖଣ୍ଡ ହୋଇଥିବା ସତ୍ତ୍ବେ ଶାସନ ଓ ପ୍ରଶାସନଠାରୁ ଏହି ଅଞ୍ଚଳ ବହୁଦୂରରେ ରହିଛି । ସେମାନଙ୍କ ମାତୃଭାଷା ମଧ୍ୟ ଛତିଶଗଡ଼ି । ଏଥିପାଇଁ ନିର୍ବାଚନ ସମୟରେ ସ୍ଥାନୀୟ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦେଇ ଓଡିଶା ଭାଷାକୁ ଫେରାଇଆଣିବା ଲାଗି ଉଦ୍ୟମ ଜାରି ରହିଛି । ରାଇଘରରେ ସର୍ବାଧିକ ୪୩ଟି ସ୍କୁଲରେ ବହୁଭାଷା ଶିକ୍ଷାଦାନ କାର୍ଯ୍ୟକ୍ରମ ଜାରି ରହିଛି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁଙ୍କୁ ଯୋଗାଯୋଗ କରିବାରୁ ସରକାରଙ୍କ ପାଇଁ ରାୟପୁର ସୁପସ୍ପେଶାଲିଟି ହସ୍ପିଟାଲ, ବେପାର ବଣିଜ ପାଇଁ ରାୟପୁର ମାର୍କେଟ ଉପରେ ନିର୍ଭର କରୁଛନ୍ତି। ସେହିପରି ସୀମାନ୍ତ ଅଞ୍ଚଳରେ ହାଟବଜାର ଉପରେ ଉଭୟ ଓଡିଶା ଛତିଶଗଡର ବେପାରୀ ନିର୍ଭର କରୁଛନ୍ତି । ଆରଟିଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ରାଇଘର ଅଞ୍ଚଳବାସୀ ଛତିଶଗଡ଼ରେ ଲାଇସେନ୍ସ କରୁଛନ୍ତି । କେବଳ ବେପାର, ବାଣିଜ୍ୟ କି ଉଚ୍ଚଶିକ୍ଷା ନୁହେଁ ବରଂ ସାମାଜିକ କାର୍ଯ୍ୟ ବିଶେଷକରି ବନ୍ଧୁବାନ୍ଧିବା, ବିବାହ ଆଦି ସଂପର୍କରେ ସୀମାନ୍ତବାସୀ ପରସ୍ପର ଉପରେ ନିର୍ଭରଶୀଳ ହୋଇ ରହିଛନ୍ତି । ସେମାନଙ୍କ ମାତୃଭାଷା ମଧ୍ୟ ଛତିଶଗଡ଼ି । 

ଏଥିପାଇଁ ନିର୍ବାଚନ ସମୟରେ ନେତାମାନେ ହିନ୍ଦୀ କିମ୍ବା ଛତିଶଗଡ଼ି ଭାଷାରେ ପ୍ରଚାର କରୁଥିବା ବହୁ ନଜିର ରହିଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଛତିଶଗଡ଼ର ନେତା ଏଠାକୁ ଆସି ନିଜ ଦଳ ପାଇଁ ପ୍ରଚାର କରୁଛନ୍ତି । ଅବଶ୍ୟ ଆଗ ଅପେକ୍ଷା ଏଠାକାର ଲୋକେ ଓଡ଼ିଆ ଭାଷା ବୁଝିପାରୁଛନ୍ତି କିନ୍ତୁ ପ୍ରାଞ୍ଜଳ ଭାବେ ଏବେ ବି କହିପାରୁ ନାହାନ୍ତି । ଦୁର୍ଗମ ଅଞ୍ଚଳରେ ଓଡ଼ିଆ ଶୁଣିବା ଆହୁରି କଷ୍ଟକର । ଭୌଗୋଳିକ ଦୃଷ୍ଟିକୋଣ ଯୋଗୁ ଓଡିଶାର ଏହି ଭୂଖଣ୍ଡ ଉପରେ ଛତିଶଗଡ଼ି ଭାଷାର ରାଜୁତି ଏକ ସ୍ୱଭାବିକ ପ୍ରକ୍ରିୟା ଭାବେ ରହିଆସିଛି । ଏହି ଅଞ୍ଚଳରେ ଛତିଶଗଡ଼ି ଭାଷାର ପ୍ରଭାବ ରହୁଥିବାରୁ ରାଜ୍ୟ ସରକାର ଓଡିଆ ଭାଷାର ସୁରକ୍ଷା ପାଇଁ ୨୦୧୩ରୁ ବହୁଭାଷି ଶିକ୍ଷା ପ୍ରଚଳନ କରିଛନ୍ତି । ପ୍ରାଥମିକ ସ୍କୁଲରେ ଶିଶୁଙ୍କୁ ଛତିଶଗଡ଼ି ଭାଷାରେ ଶିକ୍ଷାଦାନ ଦିଆଯାଇ ଧିରେ ଧିରେ ଓଡ଼ିଆ ଭାଷାକୁ ଆଣିବା ଲାଗି ବହୁଭାଷା ଶିକ୍ଷାର ପ୍ରଚଳନ କରାଯାଇଛି । ସ୍ଥାନୀୟ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦେଇ ଓଡିଶା ଭାଷାକୁ ଫେରାଇଆଣିବା ଲାଗି ଉଦ୍ୟମ ଜାରି ରହିଛି । ରାଇଘରରେ ସର୍ବାଧିକ ୪୩ଟି ସ୍କୁଲରେ ବହୁଭାଷା ଶିକ୍ଷାଦାନ କାର୍ଯ୍ୟକ୍ରମ ଜାରି ରହିଛି ।