ଭୁବନେଶ୍ବର, ୮।୬ :  କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ଭୁବନେଶ୍ବର ହୋଇଥିଲା। ଏହି ସମୟରେ ମୟୂରଭଞ୍ଜରୁ ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ। । ବର୍ଷା ଓ ପବନ ପାଇଁ ଭୁବନେଶ୍ବରରେ ଲ୍ୟାଣ୍ଡିଂ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ଫଳରେ ପୁରୀ ସମଙ୍ଗ ଅସ୍ଥାୟୀ ବସଷ୍ଟାଣ୍ଡରେ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ବର୍ତ୍ତମାନ ପୁରୀ ସର୍କିଟ ହାଉସରେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ଅଛନ୍ତି। ପୁରୀରୁ କାରରେ ଭୁବନେଶ୍ବର ମୁଖ୍ୟମନ୍ତ୍ରୀ ଫେରିବେ ବୋଲି ଜଣାପଡିଛି।

ସୋମବାର ଅପରାହ୍ନରେ ଟ୍ବିନସିଟିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା। ନିମିଷକ ମଧ୍ୟରେ ଆକାଶ କଳାହାଣ୍ଡିଆ ହୋଇ ଘୋଟି ଆସିଥିଲା। ବର୍ଷା, ପବନ ସହ ବଜ୍ରପାତ ହୋଇଥିଲା। ଏପରିକି କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଥିଲା। ଟ୍ବିନସିଟିର କେତେକ ସ୍ଥାନରେ ବର୍ଷା ପାଣି ଜମି ରାସ୍ତା ଜଳାର୍ଣ୍ଣବ ହୋଇଥିଲା। ତେବେ ସୋମବାର ସକାଳେ ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଅପରାହ୍ନରେ କାଳବୈଶାଖୀରୁ ସାମାନ୍ୟ ଆଶ୍ବସ୍ତି ମିଳିଛି।

ଆହୁରି ପଢନ୍ତୁ : କେବଳ ଭଲ ଆୟୋଜକ ଭାବେ ନୁହେଁ, ବିଶ୍ୱସ୍ତରୀୟ ଚମ୍ପିଆନ୍ ତାଲିକାର ଶୀର୍ଷରେ ରହିବେ ଓଡ଼ିଶାର କ୍ରୀଡ଼ାବିତ୍ : ମୁଖ୍ୟମନ୍ତ୍ରୀ