ଭୁବନେଶ୍ବର,୨୦/୦୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର (୨୦ ଫେବୃଆରୀ) ଦିନ ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ରାଜ୍ୟର ବିକାଶ, ବିଭିନ୍ନ ବିଭାଗର ଉନ୍ନତି ତଥା ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି। ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବଜେଟର ଆକାର ବୃଦ୍ଧି କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ଅର୍ଥନୀତିକ ସର୍ଭରେ କରାଯାଇଥିବା ପୂର୍ବ ଆକଳନକୁ ବାସ୍ତବତାରେ ପରିଣତ କରିବା ପାଇଁ ପ୍ରୟାସ କରାଯାଇଛି । ରାଜ୍ୟ ସରକାରଙ୍କ ଭିଜନ୍ ୨୦୩୬ ଓ ୨୦୪୮ ଦୃଷ୍ଟିରେ ରଖି ଏହି ବଜେଟ୍ ଉପସ୍ଥାପନ କରିଛନ୍ତି। ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
୩ ଲକ୍ଷ ୧୦ ହଜାର କୋଟିର ବଜେଟରେ କେଉଁ ବିଭାଗକୁ କେତେ ବ୍ୟୟବରାଦ:
- ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ବ୍ୟୟବରାଦ
- ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଶୁଭାରମ୍ଭ
- ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନାକୁ ୭୩୨ କୋଟି
- ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନକୁ ୫ ହଜାର ୮ କୋଟି
- ରାଜ୍ୟରେ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନାକୁ ୬୩୫ କୋଟି
- ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୮୮ କୋଟି
- ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାକୁ ୬୩୦୯ କୋଟି
- ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି ଟଙ୍କା
- ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନାକୁ ୧୦୦ କୋଟି
- ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୫୦୦ କୋଟି
ଅଧିକ ପଢ଼ନ୍ତୁ: ରାଜ୍ୟ ବଜେଟ୍ ୨୦୨୬-୨୭ : ସୁଭଦ୍ରା ସୁରକ୍ଷା ଯୋଜନା ଅଧୀନରେ ୧୧୭ କୋଟି ଟଙ୍କା ପ୍ରସ୍ତାବ
- ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୦୧୦ କୋଟି
- ଅମୃତ ପ୍ରକଳ୍ପ ଯୋଜନାକୁ ୯୧୬ କୋଟି
- ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି ଟଙ୍କା
- ଫିଟ୍ ଓଡ଼ିଶା ମିଶନକୁ ୧୦ କୋଟି ଟଙ୍କା
- ପଶ୍ଚିମ ଓଡ଼ିଶା ଡାଲଖାଇ ଯୋଜନା ପାଇଁ ୨୨୦ କୋଟି ଟଙ୍କା
- ବାରିପଦାରେ ଛଉ ଏକାଡେମୀ ପ୍ରତିଷ୍ଠାକୁ ଗୁରୁତ୍ବ
- ସୁଜଳା ଯୋଜନାକୁ ୮୨୦ କୋଟି ଟଙ୍କା
- ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନାକୁ ୭୩୨ କୋଟି
ପ୍ରମେୟ ପୃଷ୍ଠାରେ ରାଜ୍ୟ ବଜେଟ ସମ୍ପର୍କିତ ଖବର: ବଜେଟ୍ ପୂର୍ବରୁ ଗୃହକୁ ଆସିଲେନି ବିଜେଡି-କଂଗ୍ରେସ ସଦସ୍ୟ