ଭୁବନେଶ୍ବର, ୨୦/୨ : ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ ୨୦୨୬-୨୭ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ୍ ଉପସ୍ଥାପନ କରିବେ । ତେବେ ବଜେଟ୍ ଉପସ୍ଥାପନ ପୂର୍ବରୁ ଗୃହରେ ଅନୁପସ୍ଥିତ ରହିଲେ ବିଜେଡି ଏବଂ କଂଗ୍ରେସ ବିଧାୟକ । ବିଜେଡି-କଂଗ୍ରେସ ବିଧାୟକଙ୍କୁ ଗୃହକୁ ଯିବାକୁ ଅନୁରୋଧ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।