ଭୁବନେଶ୍ଵର, ୨୮/୦୮ : କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା। ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମା' ସମଲେଇଙ୍କ ଠାରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି କାମନା କଲେ ସିଏମ୍। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୟ ଜଗନ୍ନାଥ, ଜୟ ମାଁ ସମ୍‌ଲେଇ...  "ସମ୍‌କୁ ମୋର ନୂଆଁଖାଇ ଜୁହାର୍"। ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଆମର୍ ମହାନ୍ ସଂସ୍କୃତି ଆଉର୍ ପରମ୍ପରା ର ବାର୍ତ୍ତା ବାହକ୍ ଆଏ ଇ ନୂଆଁଖାଇ ତିହାର୍ ।

      ପରିବାର୍‌ ର ସଦସ୍ୟ ମାନେ ଦେଶ୍ ବିଦେଶ୍‌ ର ଯେନୁ ଭି ଥିଲେ ଇ ତିହାର୍ ଲାଗି ନିଜର୍ ନିଜର୍ ଗାଁ କେ ଘର୍ କେ ଫିର୍ଶନ। ପରିବାର୍ ର ସଭେ ଏକ୍ ହେଇ କରି ମିଶିକରି ନୂଆଁ ଖାଏସନ୍ । ମୁନୁଷ୍ ମୁନୁଷ୍ ଭିତରେ ସ୍ନେହ, ପ୍ରେମ୍, ଶ୍ରଦ୍ଧା, ସମ୍ମାନ୍ ର ଆଦାନ୍ ପ୍ରଦାନ୍ ଆର୍ ଭାଇଚାରା କେ ନେଇ କରି ଆଇସି ଆମର୍ ଇ ପରବ୍ ନୂଆଁଖାଇ । ଆମର୍ ପରମ୍ପରାରେ ନୂଆଁଖାଇର ଯେତ୍‌କି ମହତ୍ତ୍ଵ ଅଛେ ସେତ୍‌କି ମହତ୍ତ୍ଵ ନୂଆଁଖାଇ ଭେଟଘାଟ୍ ର ଭି ଅଛେ ।

      ନୂଆଁ ଖାଇ ସାର୍ଲା ପରେ ସଭେ ସବ୍‌କୁ ଭେଟ୍ ହେବାର, ବଡ୍ ମାନଙ୍କୁ ନୂଆଁଖାଇ ଜୁହାର କର୍ବାର, ସମକର୍ ଭିତରେ ଭାବ୍ ପ୍ରେମ୍ ର ଆଦାନ୍ ପ୍ରଦାନ୍ କର୍ବାର୍ ଆର୍ ନାଚ୍ ଗୀତ୍ ଖାନା ପିନା ମୌଜ ମଜ୍ଲିସ କର୍ବାର ଇ ନୂଆଁଖାଇ ଭେଟଘାଟ୍ ର ଗୁଟେ ନିଆରା ପରମ୍ପରା ଆଏ ।୨୦୩୬ ତକ୍ ବିକଶିତ ଓଡ଼ିଶା ଆଉ ୨୦୪୭ ତକ୍ ବିକ୍‌ଶିତ୍‌ ଭାରତ ଗଠନ୍ ଲାଗି ସମସ୍ତେ ନିଜର୍ ନିଜର୍ ଦାୟିତ୍ୱ ଗ୍ରହଣ କରି ନିଜର୍ ନିଜର୍ କର୍ତ୍ତବ୍ୟ ପାଲନ୍ କରୁନ୍ ବୋଲି ଆଜି ଇ ଶୁଭ୍ ଦିନ୍ ରେ ଛାତ୍ର ଛାତ୍ରୀ ଯୁବକ୍ ଯୁବତୀ ଶ୍ରମିକ୍ କିଶାନ୍ ଜୱାନ୍ ସମ୍‌କୁ ଅନୁରୋଧ୍ କରୁଛେଁ। ନୂଆଁଖାଇ ସମସ୍ତଙ୍କର ଜୀବନରେ ନୂଆଁ ଆଶା ସଞ୍ଚାରିତ କରୁ ।

    ମାଁ ସମଲେଇ, ମହାପ୍ରଭୂ ଶ୍ରୀଜଗନ୍ନାଥ୍ ସମସ୍ତଙ୍କର୍ ଜୀବନ ଥି ହସ୍ ଖୁସି ସୁଖ୍ ଶାନ୍ତି ଉନ୍ନତୀ ପ୍ରଗତି ସଫଳତା ଭରି ଦେଉଁନ୍ ବୋଲି ପ୍ରାର୍ଥନା କରୁଛେଁ ।

        "ସମ୍‌କୁ ଫେର ଥରେ ମୋର ନୂଆଁଖାଇ ଜୁହାର୍" 

      ଜୟ ମାଁ ସମ୍‌ଲେଇ