ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

କଲରାପତରିଆ ବାଘ ଆକ୍ରମଣରେ ଶିଶୁ ଗୁରୁତର

Published By : Prameya | April 26, 2025 4:26 PM

ଉମରକୋଟ ,୨୬।୪ କିଛି ଦିନର ବ୍ୟବଧାନ ପରେ ପୁଣିଥରେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଦେଖା ଦେଇଛି କଲରାପତରିଆ ବାଘର ଆତଙ୍କ । ଶୁକ୍ରବାର ସନ୍ଧ୍ୟା ସମୟରେ ଏକ  କଲରା ପତରିଆ ବାଘ ଜଣେ ଶିଶୁଙ୍କୁ ରକ୍ତାକ୍ତ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । 

ସୂଚନା ଅନୁଯାୟୀ ସୀମାନ୍ତ କାଂକେର ଜିଲ୍ଲା ଦୁଧୱ ସାରୋନା ଅଞ୍ଚଳର ଆଚିଡୋଙ୍ଗରି ଗାଁରେ ଶୁକ୍ରବାର ସନ୍ଧ୍ୟା ସମୟରେ ୬ବର୍ଷର ଶିଶୁ ନମନ କୁମାର ମାଡ଼କାମ ଘର ବାହାରେ ଖେଳୁଥିଲେ। ଏହି ସମୟରେ ଗାଁପାଖ ଜଙ୍ଗଲ ମଧ୍ୟରୁ ଏକ କଲରାପତରିଆ ବାଘ ଆସି ନମନ କୁମାର ମାଡ଼କାମକୁ ଆକ୍ରମଣ କରିଥିଲା । ଆକ୍ରମଣ ସମୟରେ ପିଲାଟିର ଚିତ୍କାର ଶୁଣି ପରିବାର ସଦସ୍ୟମାନେ ବାହାରକୁ ଆସି ପାଟି କରି କୌଣସି ପ୍ରକାରେ ପିଲାଟିକୁ ବାଘ କବଳରୁ ଛଡ଼େଇ ନେଇଥିଲେ। ପରେ ବାଘଟି ପାଖରେ ଥିବା ଜଙ୍ଗଲ ମଧ୍ୟକୁ ପଳେଇ ଯାଇଥିଲା ।  ଛୁଆଟିକୁ ତୁରନ୍ତ ପରିବାର ଲୋକେ କାଂକେର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କଲରାପତରିଆ ବାଘ ଆକ୍ରମଣରେ ଛୁଆର ବେକ, ହାତ ଏବଂ ପେଟରେ ଗଭୀର ଆଘାତ ହୋଇଥିବା ଜଣାପଡିଛି  ।ସୂଚନାଯୋଗ୍ୟ ଯେ ଗତ ବର୍ଷ ଏହି ଅଞ୍ଚଳରେ ଏକ ଶିଶୁ କୁ ବାଘ ଆକ୍ରମଣ କରିଥିଲା ଯାହା ଫଳରେ ତାହାର ମୃତ୍ୟୁ ହୋଇଥିଲା। ଅନେକ ଆହତ ମଧ୍ୟ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.