ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପ ଏବେ ଆମେରିକାର ରାଷ୍ଟ୍ରପତି ପଦର ଦାୟିତ୍ୱ ଭାର ହାତକୁ ନେଇ ନାହାନ୍ତି , ହେଲେ ଚୀନ୍ ସହ ତାଙ୍କର ସଂପର୍କରେ ତିକ୍ତତା ଆରମ୍ଭ ହୋଇ ଯାଇଛି। ଏହା କଥା ତାଙ୍କର ଚୀନ୍ ପ୍ରଡକ୍ଟ ଉପରେ ଲଗାଇଥିବା ଉଚ୍ଚ ଶୁଳ୍କରୁ ଜଣାପଡ଼ିଛି। ଟ୍ରମ୍ପ କହିଛନ୍ତି , ସେ ରାଷ୍ଟ୍ରପତି ହେବା ପରେ ଚୀନ୍ର ପ୍ରଡକ୍ଟ ଉପରେ ୧୦ ପ୍ରତିଶତରର ଶୁଳ୍କ ଲଗାଇବେ , ଯାହାକି ବେଜିଂ ଡ୍ରଗ୍ସ ପ୍ରଦାର୍ଥରେ ବ୍ୟବହୃତ ହେବାକୁ ଥିବା ଚାଇନା ନିର୍ମିତ କେମିକାଲର ତସ୍କରୀ ରୋକିବା ପାଇଁ ଅଧିକ ପଦକ୍ଷେପ ଉଠାଇବ। ଏହା ପୂର୍ବରୁ ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପ କହିଥିଲେ କି, ସେ ଚାଇନା ଜିନିଷ ଉପରେ ୬୦ ପ୍ରତିଶତରୁ ଅଧିକ ଶୁଳ୍କ ଲଗାଇବେ। ଟ୍ରମ୍ପଙ୍କର ଏହି ଘୋଷଣା ଉପରେ ଚୀନ ପୂରା ରାଗି ଯାଇଛି। ସେ କହିଛି ଯେ, ଆମେରିକା ନିଜର ସମସ୍ୟା ଗୁଡ଼ିକ ପାଇଁ ଚୀନ୍ ଉପରେ ଦୋଷ ଲଦୁଛି , ଏଥିରେ ତାର ନିଜର ସମସ୍ୟାର ସମାଧାନ ହେବ ନାହିଁ।
ଚୀନ ତିନି ଦିନ ଭିତରେ ଦ୍ୱିତୀୟ ଥର ଟ୍ରମ୍ପଙ୍କୁ ଟ୍ରେଡ୍ ୱାରର ଧମକ ଦେଇଛି। ୨୬ ନଭେମ୍ୱରରେ ଚୀନ୍ ଏକ ବୟାନରେ କହିଛି ଯେ ଟ୍ରମ୍ପଙ୍କର ଏହି ପଦକ୍ଷେପ ଉଭୟ ଦେଶ ପାଇଁ ଠିକ୍ ନୁହେଁ। ଚୀନ୍ ଓ ଆମେରିକା ଉଭୟର ବିଶ୍ୱର ସବୁଠୁ ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ରହିଛି। ଏହିପରି ପଦକ୍ଷେପରେ ଦୁଇ ମଧ୍ୟରୁ କେହି ବି ଜିତି ପାରିବେ ନାହିଁ। ଏବେ ଗୁରୁବାର ଚୀନ ପୁଣି ଥରେ ଟ୍ରମ୍ପଙ୍କୁ ଟାର୍ଗେଟ କରିଛି। ଚୀନରେ ବାଣିଜ୍ୟ ମନ୍ତ୍ରଣାଳୟର ପ୍ରବକ୍ତା ୟାଦୋଙ୍ଗ ବ୍ରିଫିଂରେ କହିଛନ୍ତି , ଏକ ତରଫା ଶୁଳ୍କ ବୃଦ୍ଧି ବିରୋଧରେ ଚୀନ୍ର ସ୍ଥିତି ସୁସଙ୍ଗତ। ବ୍ୟବସାୟିକ ପାର୍ଟନରସିପ୍ରେ ମନଇଚ୍ଛା ଶୁଳ୍କ ଲଗାଇବା ଦ୍ୱାରା ଆମେରିକାର ନିଜର ସମସ୍ୟା ଗୁଡ଼ିକ ସମାଧାନ ହେବ ନାହିଁ।
ଟ୍ରେଡ୍ ୱାରର ଧମକ –
ଟ୍ରମ୍ପ ଆସନ୍ତା ୨୦ ଜାନୁଆରୀରେ ଆମେରିକୀୟ ରାଷ୍ଟ୍ରପତି ପଦ ସମ୍ଭାଳିବେ। ଏହା ପୂର୍ବରୁ ସେ ଚୀନ୍ ସହ ସଂପର୍କରେ ତିକ୍ତତା ଆରମ୍ଭ କରି ଦେଇଛନ୍ତି। ନିଜର ପୂର୍ବର କାର୍ଯ୍ୟକାଳରେ ମଧ୍ୟ ଟ୍ରମ୍ପଙ୍କର ଚୀନ୍ ସହ ସଂପର୍କ ଭଲ ନଥିଲା। କରୋନା ଭାଇରସକୁ ନେଇ ଟ୍ରମ୍ପ ଚୀନ୍ର କଡ଼ା ସମାଲୋଚନା କରିଥିଲେ ଏବଂ କରୋନା ଭାଇରସକୁ ଚାଇନା ଭାଇରସ କହିଥିଲେ।
ଅନ୍ୟପଟେ ଚାଇନା ମିଡ଼ିଆ କହିଛି , ଟ୍ରମ୍ପଙ୍କର ସମ୍ଭାବିତ ପଦକ୍ଷେପରେ ଦୁନିଆର ଦୁଇ ଶୀର୍ଷ ଅର୍ଥ ବ୍ୟବସ୍ଥା ମଧ୍ୟରେ ଟ୍ରେଡ୍ ୱାର ଆରମ୍ଭ ହୋଇପାରେ।