ନୂଆଦିଲ୍ଲୀ : ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ୯୦ ବର୍ଷ ବୟସରେ ତାଙ୍କର ଶାନ୍ତି , କରୁଣା ଓ ମାନବୀୟ ମୂଲ୍ୟବୋଧର ପ୍ରସାର ପାଇଁ ଗ୍ରାମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। କିନ୍ତୁ ଚୀନକୁ ଏଥିରେ ଲାଗିଛି ଝଟକା। ସୋମବାର ସେ ଧର୍ମଗୁରୁ ଦଲାଇ ଲାମାଙ୍କୁ ଦିଆଯାଇ ଥିବା ଗ୍ରାମୀ ପୁରସ୍କାରକୁ ନିନ୍ଦା କରି କହିଛି – ସେ ତିବ୍ଦତୀୟ ଆଧ୍ୟାତ୍ମିକ ନେତାଙ୍କ ଦ୍ୱାରା ଏହି ସମ୍ମାନର ଉପଯୋଗ ’ଚୀନ ବିରୋଧୀ କାର୍ଯ୍ୟକଳାପ’ ଗୁଡ଼ିକୁ ସଫଳ କରିବା ପାଇଁ କରାଯାଉଥିବା କାର୍ଯ୍ୟକୁ କଡ଼ା ବିରୋଧ କରୁଛି। ଦଲାଇ ଲାମାଙ୍କୁ ପୁରସ୍କାର ମିଳିବା ପରେ ତାଙ୍କର ପ୍ରତିକ୍ରିୟା ପଚରା ଯିବା ନେଇ, ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିୟାନ ଚୀନର ଏହି ଅଭିଯୋଗକୁ ଦୋହରାଇଛନ୍ତି ଯେ, ୯୦ ବର୍ଷିୟ ଆଧ୍ୟାତ୍ମିକ ନେତା ଧର୍ମ ନାମରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ କାର୍ଯ୍ୟ କରୁଛନ୍ତି।

ଆହୁରି ମଧ୍ୟ ପଢନ୍ତୁ : 'ଇରାନ ଉପରେ ହମଲା ହେଲେ, ସମଗ୍ର ମଧ୍ୟପ୍ରାଚ୍ୟ ରକ୍ତର ହୋଲି ଦେଖିବ' ଟ୍ରମ୍ପଙ୍କ ଧମକ ପରେ ଖାମେନେଇଙ୍କ ଚେତାବନୀ

ଉଲ୍ଲେଖନୀୟ ଯେ, ଆମେରିକାର ଲସ୍ ଏଞ୍ଜେଲ୍ସରେ ହୋଇଥିବା ୬୮ତମ ଗ୍ରାମୀ ପୁରସ୍କାରରେ ଦଲାଇ ଲାମାଙ୍କୁ ତାଙ୍କର ଅଡିଓ ବୁକ୍ “Meditations : The Reflections of His Holiness the Dalai Lama ” ପାଇଁ ସମ୍ମାନ ମିଳିଛି। ଏହି ପୁରସ୍କାର ତାଙ୍କୁ ବେଷ୍ଟ ଅଡିଓ ବୁକ୍ , ନାରେସନ ଆଣ୍ଡ ଷ୍ଟୋରିଟେଲିଂ ରେକର୍ଡିଂ କ୍ୟାଟେଗୋରୀରେ ଦିଆଯାଇଛି। ଏହି ଅଡିଓ ବୁକ୍‌ରେ ଦଲାଇ ଲାମା ଶାନ୍ତି , କରୁଣା , ଧ୍ୟାନ ଓ ମାନବିକତା ମୂଲ୍ୟବୋଧ ଉପରେ ନିଜର କଥା ବ୍ୟକ୍ତ କରିଛନ୍ତି ,ଏହାସହ ଏଥିରେ ସଙ୍ଗୀତ ଓ ଅନ୍ୟ କଳାକାରଙ୍କର ମଧ୍ୟ ଝଲକ ଅଛି। ମଜାଦାର କଥା ଏହା ଯେ, ଏହି କ୍ୟାଟେଗୋରୀରେ ତାଙ୍କ ତୁଳନାରେ କମେଡିଆନ ଟ୍ରେଭର ନୋଆ ଓ ଆମେରିକୀୟ ସୁପ୍ରିମକୋର୍ଟର ବିଚାରପତି କେତନଜୀ ବ୍ରାଉନ୍ ଜ୍ୟାକ୍ସନଙ୍କ ଭଳି ନାଁ ମଧ୍ୟ ଥିଲା।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି ଯେ, ଦଲାଇ ଲାମା ଶୁଦ୍ଧ ରୂପେ ଧାର୍ମିକ ବ୍ୟକ୍ତି ନୁହଁନ୍ତି। ସେ କହିଛନ୍ତି – ସେ ଜଣେ ରାଜନୀତିକ ନିର୍ବାସିତ, ଯାହା ଧର୍ମର ଆଳରେ ଚୀନ ବିରୋଧୀ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ପାଇଁ ପ୍ରତିବଦ୍ଧ। ସେ କହିଛନ୍ତି ଯେ, ବେଜିଂ ଏହି କଥାକୁ ଦୃଢ ଭାବେ ବିରୋଧ କରୁଛି।

ଉଲ୍ଲେଖନୀୟ ଯେ, ଦଲାଇ ଲାମା ୧୯୫୯ରେ ତିବ୍ଦତ ଛାଡ଼ିବା ପର ଠାରୁ ହିମାଚଳ ପ୍ରଦେଶର ଧର୍ମଶାଳାରେ ନିର୍ବାସନରେ ରହୁଛନ୍ତି। ତାଙ୍କୁ ତିବ୍ଦତକୁ ମୁକ୍ତ କରାଇବା ପାଇଁ ତାଙ୍କର ନିରନ୍ତର, ଅହିଂସା ସଂଘର୍ଷ ପାଇଁ ୧୯୮୯ରେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇ ଥିଲା। ସେ ଏହି ଶ୍ରେଣୀରେ କୈଥି ଗାର୍ବର (ଏଲଭିସ ରକି ଆଣ୍ଡ ମି: ଦ କ୍ୟାରଲ କନର୍ସ ଷ୍ଟୋରୀ) , ଟ୍ରେଭର ନୋଆ ( ଇଣ୍ଟୁ ଦ ଅନକଟ ଗ୍ରାସ୍) , ତେତନଜୀ ବ୍ରାଉନ୍ ଜ୍ୟାକସନ (ଲଭଲି ୱନ : ଏ ମେମୋୟର) ଏବଂ ଫାବ୍ ମୋର୍ଭାନ (ୟୁ ନୋ ଇଟ୍ସ ଟ୍ରୁ : ଦ ରିୟଲ ଷ୍ଟୋରୀ ଅଫ୍ ମିଲି ଭାନିଲି) ଭଳି କଳାକାରଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି।