ଭୁବନେଶ୍ବର ୧୪/୦୭: ଭୁବନେଶ୍ବର ଶାସ୍ତ୍ରୀନଗରରେ ମର୍ସିଡିଜ୍ କାର୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ପୁଲିସର ଆକ୍ସନ । କିଲର ଡ୍ରାଇଭର ସୌମ୍ୟ ରଞ୍ଜନ ରଥ ବାନ୍ଧିଲା ଖାରବେଳନଗର ଥାନା ପୁଲିସ। କିଲର କାର ଚାଳକ ଜଣେ ଆଇନ ଛାତ୍ର ହୋଇଥିବା ସୂଚନା ମିଳିଛି।  ସୌମ୍ୟଙ୍କୁ ରାସ୍ ଡ୍ରାଇଭିଂ ଓ ଡ୍ରଙ୍କନ ଡ୍ରାଇଭ୍ ମାମଲାରେ ଗିରଫ କରାଯାଇଛି । ବ୍ରେଥ୍ ଆନାଲାଇଜର ଚେକ୍ ବେଳେ ଏହା ସ୍ପଷ୍ଟ ହୋଇସାରିଛି । କଲ୍‌ପବୁଲ ହୋମିସାଇଡ୍ ଦଫାରେ ଗିରଫ କରାଯାଇଛି । BNS ୧୦୫ ଧାରାରେ ମାମଲା ରୁଜୁ କରାଯାଇଛି । ଅତି କମ୍‌ରେ ୫ ବର୍ଷରୁ ଆଜୀବନ ସଜା ପର୍ଯ୍ୟନ୍ତ ଦଣ୍ଡବିଧାନ ହୋଇପାରେ ।

ମିଳିଥିବା ସୂଚନା ମୁତାବକ, ସୋମବାର ରାତି ପ୍ରାୟ ୧୧ଟା ବେଳେ କଳିଙ୍ଗଷ୍ଟାଡିୟମ ପଟୁ ରାଜଭବନ ଆଡକୁ କାର୍ ଯାଉଥିଲା । ଶାସ୍ତ୍ରୀନଗର ଛକରେ ଜଣେ ଯୁବକ ବାଇକ୍‌ରେ ଘରକୁ ଫେରୁଥିଲେ । ତେବେ ଛକ ଉପରେ ଦ୍ରୁତ ଗତିରେ ଆସୁଥିବା ଏହି ମର୍ସିଡିଜ୍ କାର୍ଟି ବାଇକ୍ ପଛପଟୁ ଜୋର୍ରେ ଧକ୍କା ଦେଇଥିଲା । ଫଳରେ ଯୁବକ ଜଣକ ଦୂରକୁ ଛିଟିକି ପଡିଥିଲା । ଏହା ପରେ କାର୍ ଚାଳକ ସେଠାରୁ ଖସି ଯିବାକୁ ଯୋଜନା କରିଥିଲେ । ସ୍ଥାନୀୟ ଲୋକ କାର୍ ଓ ଚାଳକଙ୍କୁ ଅଟକ ରଖିବା ସହ ଭଙ୍ଗାରୁଜା କରିଥିଲେ । ଖବର ପାଇ ପୁଲିସ୍ ପହଞ୍ଚି ଆହତ ବାଇକ୍ ଚାଳକଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନେଇଥିଲା । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଖବର ବ୍ୟାପିଯିବାରୁ କାର୍‌କୁ ଉତ୍ତ୍ୟକ୍ତ ଲୋକମାନେ ଭଙ୍ଗାରୁଜା କରିଥିଲେ । ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରି କାର୍ ଚାଳକଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଫଳରେ ରାଜଭବନ କଳିଙ୍ଗ ଷ୍ଟାଡିୟମ ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ହୋଇ ଯାଇଥିଲା । ପୁଲିସ୍ ଲୋକମାନଙ୍କୁ ବୁଝାସୁଝା କରିଥିଲା । ହେଲେ ଲୋକମାନେ କିଛି ଶୁଣି ନଥିଲେ । କ୍ଷତିପୂରଣ ପାଇଁ ଲୋକେ ଅଡ଼ି ବସିଥିଲେ । ଅନ୍ୟପରେ ପରିବାରଲୋକ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ମାମଲା ଆଧାର ଅଭିଯୁକ୍ତ କିଲ୍‌ କାର୍ ଚାଳକ ସୌମଙ୍କୁ ଗିରଫ କରାଯାଇ କୋର୍ଟ ଚାଳାଣ କରାଯାଇଛି।

ଅଧିକ ପଢ଼ନ୍ତୁ-Dara Singh's Release: ଜେଲରୁ ମୁକୁଳିବେ ଦାରା ସିଂ; ଅଗଷ୍ଟ ୧୫ ତାରିଖ ସୁଦ୍ଧା ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ​​​​​​​