ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ଭାରତକୁ ମୁକାବିଲା କରିବାକୁ ବଳ ଗୋଟାଉଛି ପାକିସ୍ତାନ, ମିଳିଲା ଚୀନ୍‌ର ସମର୍ଥନ...

Published By : Prameya | May 5, 2025 7:41 PM

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ନୂଆଦିଲ୍ଲୀ ଏବଂ ଇସଲାମାବାଦ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତ ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ଦୈନନ୍ଦିନ ବିଭିନ୍ନ ବିକଳ୍ପ ଗୁଡ଼ିକ ଉପରେ ବିଚାର କରୁଛି। ଏହି ସମୟରେ, ଚୀନ୍ ରାଷ୍ଟ୍ରଦୂତ ଜିଆଙ୍ଗ୍ ଜେଡୋଙ୍ଗ୍ ସୋମବାର ଦିନ ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ଭେଟିଛନ୍ତି ଏବଂ ପାକିସ୍ତାନକୁ ସମର୍ଥନ ଜଣାଇବେ ବୋଲି ଆଶ୍ବାସନା ଦେଇଛନ୍ତି । ଜେଡୋଙ୍ଗ କହିଛନ୍ତି ଯେ, ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ପାଇଁ ଚୀନ୍ ପାକିସ୍ତାନକୁ ସମର୍ଥନ ଜାରି ରଖିବ।

ଜେଡୋଙ୍ଗ ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କୁ ଭେଟି ଭାରତ-ପାକିସ୍ତାନ ଉତ୍ତେଜନା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସରକାରୀ ନିୟନ୍ତ୍ରଣାଧୀନ ରେଡିଓ ପାକିସ୍ତାନ ଏହା ରିପୋର୍ଟ କରିଛି। ରିପୋର୍ଟରେ କୁହାଯାଇଛି ଯେ,ବୈଠକ ସମୟରେ ଜର୍ଦ୍ଦାରୀ ପହଲଗାମ ଆକ୍ରମଣ ପରେ ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ ଏବଂ କହିଥିଲେ ଯେ,ଏପରି ପଦକ୍ଷେପ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ବିପଦ।

୨୨ ଏପ୍ରିଲରେ ଦକ୍ଷିଣ କାଶ୍ମୀରର ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୨୬ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ଥିଲେ। ଏହି ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଖରାପ ହୋଇଛି।

ଭାରତ ଗତ ସପ୍ତାହରେ ପାକିସ୍ତାନରୁ ଆସୁଥିବା କିମ୍ବା ପାକିସ୍ତାନ ଦେଇ ପରିବହନ ହେଉଥିବା ସାମଗ୍ରୀ ଆମଦାନୀ ଏବଂ ପାକିସ୍ତାନୀ ଜାହାଜର ବନ୍ଦର ଗୁଡ଼ିକରେ ପ୍ରବେଶ ଉପରେ ନିଷେଧ କରିଥିଲା। ସେହି ସମୟରେ, ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଭାରତ ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକ ମାନଙ୍କ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିବଦ୍ଧ।

ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ ରଣନୈତିକ ପଦକ୍ଷେପ ନେଇଛି । ଏଥିରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା, ଅଟାରୀ ଚେକ୍ ପୋଷ୍ଟକୁ ବନ୍ଦ କରିବା ଏବଂ କୂଟନୈତିକ ସମ୍ପର୍କକୁ ହ୍ରାସ କରିବା ଅନ୍ତର୍ଭୁକ୍ତ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.