ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପାକିସ୍ତାନର ପରାଜୟ ପରେ ବିଶ୍ୱରେ ଭରସା ହରାଇଛି ଚୀନ୍‌ ଯୁଦ୍ଧାସ୍ତ୍ର

Published By : Rasmita Pradhan | May 16, 2025 10:26 AM

ନୂଆଦିଲ୍ଲୀ,୧୬/୦୫ : ପହଲ୍‌ଗାମ ଆତଙ୍କବାଦୀ ହମ୍‌ଲାର ପ୍ରତଶୋଧ ନେଇଛି ଭାରତ । ଅପରେଶନ୍‌ ସିନ୍ଦୁର ମାଧ୍ୟମରେ ପାକିସ୍ତାନ ଉପରେ କରିଛି ବିରାଟ ହମ୍‌ଲା । ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱସ୍ତ କରିବା ସହ ପାକ୍‌ର ଏୟାର୍‌ ଡିଫେନ୍ସ ସିଷ୍ଟମ୍‌କୁ ଏକ୍‌ଦମ୍‌ ପଙ୍ଗୁ କରିଦେଇଛି । ଚୀନ୍‌ର ଯୁଦ୍ଧାସ୍ତ୍ରକୁ ବିଫଳ କରି ପାକିସ୍ତାନକୁ ଧୂଳି ଚଟାଇଛି ଭାରତ । ବାଧ୍ୟ ହୋଇ ମୁଣ୍ଡ ନୁଆଁଇ ଯୁଦ୍ଧବିରତି ଭିକ୍ଷା ମାଗିଥିଲା ପାକିସ୍ତାନ । ଏହାମଧ୍ୟରେ ଆତଙ୍କବାଦୀଙ୍କୁ ସରଣ ଦେଇଥିବା ଏହି ଦେଶ ସାମରିକ ଶକ୍ତିର ମାନ୍ୟତା ହରାଇଛି । ଅନ୍ୟପକ୍ଷରେ, ଚୀନ୍‌ ଯୁଦ୍ଧାସ୍ତ୍ର ବିଶ୍ୱର ଭରସା ହରାଇଛି । ବିଶ୍ୱର ସର୍ବବୃହତ୍‌ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ହେବା ପାଇଁ ଚୀନ୍‌ ଦେଖିଥିବା ସ୍ୱପ୍ନ ହୋଇଯାଇଛି ଚୂରମାର । ପାକିସ୍ତାନ ବିରୋଧରେ ଭାରତ ବିରାଟ ବିଜୟ ହାସଲ କରିଥିବା କୁହନ୍ତି ଆଧୁନିକ ଯୁଦ୍ଧ ଉପରେ ବିଶେଷ ଅଭିଜ୍ଞତା ରଖିଥିବା ଆମେରିକୀୟ ପ୍ରତିରକ୍ଷା ବିଶେଷଜ୍ଞ ଜନ୍‌ ସ୍ପେନ୍ସର । 

ସ୍ପେନ୍ସର କହିଛନ୍ତି ଯେ, ପାକିସ୍ତାନର ଲଜ୍ଜାଜନକ ପରାଜୟ ଚୀନ୍‌ର ଛବିକୁ ଏକ୍‌ଦମ୍‌ ବିଗାଡ଼ିଦେଇଛି । କାରଣ ପାକିସ୍ତାନ ବ୍ୟବହାର କରିଥିବା ମେଡ୍‌ ଇନ୍‌ ଚାଇନା ଡ୍ରୋନ୍‌ ଏବଂ ଯୁଦ୍ଧାସ୍ତ୍ର ପାକ୍‌କୁ ସୁରକ୍ଷା ଦେଇପାରିଲାନି । ଭାରତର ବାଣରେ ଏସବୁ ନାକାମ୍‌ ହୋଇଯାଇଛି । ସେ ଆହୁରି କହିଛନ୍ତି, ଚୀନ୍‌ରୁ ପ୍ରାୟ ୮୦% ଅସ୍ତ୍ରଶସ୍ତ୍ର ଆମଦାନି କରିଥାଏ ପାକିସ୍ତାନ । ଭାରତ-ପାକିସ୍ତାନ ଯୁଦ୍ଧ ଚୀନ୍‌ର ଅସ୍ତ୍ରଶସ୍ତ୍ର ରପ୍ତାନିକୁ ବଡ଼ ମାତ୍ରାରେ ପ୍ରଭାବିତ କରିବ । ବିଶ୍ୱର ସର୍ବବୃହତ୍‌ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ହେବା ପାଇଁ ଏହାର ସ୍ୱପ୍ନ ଚୂରମାର ହୋଇଛି । କାରଣ ଚୀନ୍‌ ଯୁଦ୍ଧାସ୍ତ୍ର ବିଶ୍ୱର ଭରସା ହରାଇଛି । ମଙ୍ଗଳବାର ଚୀନ୍‌ର ପ୍ରତିରକ୍ଷା ଷ୍ଟକ୍‌ ୯% ପର୍ଯ୍ୟନ୍ତ ଖସିଛି । ଆରମ୍ଭରେ ଭାରତ ସହ ଯୁଦ୍ଧ ସ୍ଥିତିରେ ପାକିସ୍ତାନକୁ ମେଡ୍‌ ଇନ୍‌ ଚାଇନା ଯୁଦ୍ଧାସ୍ତ୍ର ଯୋଗାଣ ବୃଦ୍ଧି ମଧ୍ୟରେ ଏହି ଷ୍ଟକ୍‌ ଦରରେ ଭଲ ବୃଦ୍ଧି ଘଟିଥିଲା । କିନ୍ତୁ ଭାରତ ହମ୍‌ଲାରେ ଏହି ଡ୍ରୋନ୍‌ଗୁଡ଼ିକ ଚିତ୍‌ ମାରିବା ପରେ ଷ୍ଟକ୍‌ ଦର ବଡ଼ ଆକାରରେ ହ୍ରାସ ପାଇଛି । 

ଷ୍ଟକ୍‌ହମ୍‌ ଇଣ୍ଟର୍‌ନ୍ୟାସ୍‌ନାଲ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ବିଶ୍ୱର ମୋଟ ଅସ୍ତ୍ରଶସ୍ତ୍ର ରପ୍ତାନିରେ ଚୀନ୍‌ର ଅଂଶ ଥିଲା ୫.୯% । ଚୀନ୍‌ ବିଶ୍ୱବ୍ୟାପୀ ଏହାର ଯୁଦ୍ଧାସ୍ତ୍ର ରପ୍ତାନିକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଥିବାବେଳେ ରାଜନୈତିକ କାରଣରୁ ବିଶ୍ୱର ପ୍ରମୁଖ ଆମଦାନିକାରୀ ରାଷ୍ଟ୍ରଗୁଡ଼ିକ ଏହାଠାରୁ ଅସ୍ତ୍ରଶସ୍ତ୍ର କିଣିବାକୁ ଚାହୁଁନାହାନ୍ତି । ୭୭% ଚାଇନିଜ୍‌ ଅସ୍ତ୍ରଶସ୍ତ୍ର ଏସିଆ ଏବଂ ଓସନିଆରେ ରାଷ୍ଟ୍ରଗୁଡ଼ିକୁ ଯାଇଥାଏ । ୧୪% ଯାଇଥାଏ ଆଫ୍ରିକାକୁ । ୨୦୨୦-୨୪ ମଧ୍ୟରେ ଚୀନ୍‌ ୪୪ ରାଷ୍ଟ୍ରକୁ ପ୍ରମୁଖ ଯୁଦ୍ଧାସ୍ତ୍ର ଯୋଗାଇଛି । କିନ୍ତୁ ଦୁଇ ତୃତୀୟାଂଶ ଅର୍ଥାତ୍‌ ଚୀନ୍‌ର ୬୩% ଯୁଦ୍ଧାସ୍ତ୍ର କେବଳ ପାକିସ୍ତାନକୁ ଯାଇଛି । ଏଥିରୁ ଦୁଇଟି କଥା ସ୍ପଷ୍ଟ ଜଣାପଡୁଛି । ଗୋଟିଏ ହେଉଛି ହୁଏତ ଚୀନ୍‌ ପାକିସ୍ତାନକୁ ନିମ୍ନମାନର ଅସ୍ତ୍ରଶସ୍ତ୍ର ଯୋଗାଇଛି କିମ୍ବା ରୁଷ, ଇସ୍ରାଏଲ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରରୁ ସଂଗୃହିତ ଭାରତର ଆଧୁନିକ ଯୁଦ୍ଧାସ୍ତ୍ର ସହ ଏସବୁ ଯୁଦ୍ଧାସ୍ତ୍ରର ମୁକାବିଲା ନାହିଁ । 

ପାଶ୍ଚାତ୍ୟ ଏବଂ ରୁଷ ଶସ୍ତ୍ର ଯୋଗାଣକାରୀଙ୍କ ବିକଳ୍ପ ହେବା ପାଇଁ ଚୀନ୍‌ ଜୋର୍‌ଦାର ଉଦ୍ୟମ କରୁଥିବାବେଳେ ଭାରତ-ପାକ୍‌ ଯୁଦ୍ଧ ଏହାକୁ ପାଣି ଫୋଟକା କରିଦେଇଛି । ପାକିସ୍ତାନର ମେଡ୍‌ ଇନ୍‌ ଚାଇନା ଡ୍ରୋନ୍‌କୁ ଭାରତ ଧ୍ୱସ୍ତ କରିଦେବା ଚୀନ୍‌ ପାଇଁ ଶକ୍ତ ଧକ୍କା ପାଲଟିଛି । ବିଶ୍ୱର ସର୍ବବୃହତ୍‌ ଯୁଦ୍ଧାସ୍ତ୍ର ରପ୍ତାନିକାରୀ ହେବା ପାଇଁ ଏହାର ସ୍ୱପ୍ନ ହୋଇଯାଇଛି ଧୂଳିସାତ । ଆଡ୍‌ଭାନ୍ସଡ ପିଏଲ୍‌୧୫ ଏୟାର୍‌-ଟୁ-ଏୟାର୍‌ ମିସାଇଲ୍‌ଠାରୁ ଆରମ୍ଭ କରି ଏଚ୍‌କ୍ୟୁ-୯ ଏୟାର୍‌ ଡିଫେନ୍ସ ସିଷ୍ଟମ ସହିତ ପାକିସ୍ତାନର ଯୁଦ୍ଧକ୍ଷେତ୍ର ଅନୁଭୂତି ଚୀନ୍‌ ଯୁଦ୍ଧାସ୍ତ୍ରର ମାନକୁ ନେଇ ସମ୍ଭାବ୍ୟ ଆମଦାନିକାରୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.