ବେଜିଂ : ନୋଷ୍ଟ୍ରାଡାମସ୍ ବା ଭବିଷ୍ୟବକ୍ତାଙ୍କର ଭବିଷ୍ୟବାଣୀ ସାରା ବିଶ୍ୱରେ ଖୁବ୍ ଲୋକପ୍ରିୟ ସାଜିଛି। ଅତୀତନରେ ସେ ଅନେକ ଘଟଣାକୁ ବହୁ ବର୍ଷ ପୂର୍ବରୁ କହି ଦେଇଥିଲେ। ଏହା ବ୍ୟତୀତ ବାବା ଭେଙ୍ଗଙ୍କର ମଧ୍ୟ ଅନେକ ଭବିଷ୍ୟବାଣୀ ସତ ହୋଇଛି। ଏହିପରି ଚୀନରେ ଜଣେ ପ୍ରଫେସର ଅଛନ୍ତି , ଯିଏ ନିଜର ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ଚଳାନ୍ତି ଏବଂ ନିକଟତମ ବର୍ଷ ଗୁଡ଼ିକରେ ତାଙ୍କର କିଛି ଭବିଷ୍ଯବାଣୀ ସଠିକ୍ ସାବ୍ୟସ୍ତ ହୋଇଛି। ଜିୟାଙ୍ଗ ଜ୍ୟୁକିନଙ୍କୁ ଚୀନର ନୋଷ୍ଟ୍ରାଡାମସ୍ କୁହାଯାଏ ଏବଂ ଇରାନ-ଆମେରିକା ଯୁଦ୍ଧକୁ ନେଇ ସେ ଅନେକ କଥା ନିଜର ଚ୍ୟାନେଲରେ କହିଥିଲେ , ଯାହାକି ପରେ ସତ ହୋଇଛି। ସେ ପୁଣି ଥରେ ଯୁଦ୍ଧକୁ ନେଇ କିଛି ଭବିଷ୍ୟବାଣୀ କରିଛନ୍ତି ,ଯାହା ଉପରେ ଆଲୋଚନା ହେୁଉଛି।
ପ୍ରିଡିକ୍ଟିଭ୍ ହିଷ୍ଟ୍ରି ନାମରେ ୟୁଟ୍ୟୁବ୍ ଚ୍ୟାନେଲ ଚଳାଉଥିବା ଜିୟାଙ୍ଗ ପୂର୍ବରୁ ହିଁ କହିଦେଇ ଥିଲେ ଯେ, ଇରାନ ଯୁଦ୍ଧକୁ ନେଇ ଆମେରିକାକୁ ମୁସ୍କିଲର ସମ୍ମୁଖୀନ ହେବାକୁ ପଡ଼ିବ। ଟ୍ରମ୍ପ ମଧ୍ୟ କଡ଼ା ଧମକ ଦେବେ, କିନ୍ତୁ ଏଥିରୁ ସେ ପଛକୁ ହଟି ଯିବେ। ତାଙ୍କର ଏହି ଭବିଷ୍ୟବାଣୀ ଗତ ଦିନ ଗୁଡ଼ିକରେ ସତ ସାବ୍ୟସ୍ତ ହୋଇଛି, ଯେବେ ଟ୍ରମ୍ପ ଅନେକ ଥର ଡେଡଲାଇନ୍ ଦେଇଛନ୍ତି ଏବଂ କହିଛନ୍ତି ଇରାନର ସଭ୍ୟତାକୁ ଶେଷ କରିଦେବେ। ହେଲେ , ଡେଡଲାଇନ୍ ପୂରା ହେବାର ଠିକ୍ ପୂର୍ବରୁ ଟ୍ରମ୍ପ ଇରାନ ଓ ଆମେରିକାରେ ଯୁଦ୍ଧବିରତି ଉପରେ ସହମତି ହେବାର ଘୋଷଣା କରି ଦେଲେ।
ଚାଇନା ନୋଷ୍ଟ୍ରାଡାମସ୍ ଜିୟାଙ୍ଗ ଏହି ଯୁଦ୍ଧକୁ ନେଇ ଏକ ବିପଜ୍ଜନକ କଥା କହିଛନ୍ତି। ସେ କହିଛନ୍ତି ଯେ, ଆମେରିକା ଇରାନକୁ ତାର ସ୍ଥଳ ସେନାକୁ ନିଷ୍ଚୟ ପଠାଇବ ଏବଂ ଏଥିରେ ଏହି ଯୁଦ୍ଧ ଆହୁରି ଭୟଙ୍କର ହୋଇ ଯିବ। କେବଳ ବିମାନ ଆକ୍ରମଣ ଯଥେଷ୍ଟ ହେବ ନାହିଁ। ତାଙ୍କର କହିବାନୁସାରେ , ଇରାନ ଖୁବ୍ ସାବଧାନତାର ସହ ପୂରା ମାମଲାକୁ ସମ୍ଭାଳୁଛି।ତା ପାଖରେ ଆମେରିକା ପରି ସାମରିକ ଶକ୍ତି ନାହିଁ, କିନ୍ତୁ ସେ ସାବଧନତା ଅବଲମ୍ୱନ କରୁଛି। ହେଲେ ଆମେରିକା ଏକ ନିର୍ଦ୍ଦିଷ୍ଟ ଯୋଜନା ଉପରେ ଆଗକୁ ବଢୁଛି। ଯାହା ପାଖରେ ମଧ୍ୟ ସବୁଠୁ ଅଧିକ ବିକଳ୍ପ ଓ ଫେକ୍ସିବଲ ରଣନୀତି ହେବ, ସେ ହିଁ ଏହି ଯୁଦ୍ଧକୁ ଜିତିବ। ମଜବୁତ ଅସ୍ତ୍ର ଓ ସାମରିକ ଶକ୍ତି ଥିବା ଯୋଗୁଁ ଅଧିକ ଜରୁରି ଏହା ଯେ, ସ୍ଥିତି ହିସାବରେ କିଏ ନିଜକୁ ସଂପୃକ୍ତି କରୁଛି।
କହି ରଖୁଛୁ କି , ଦୁଇ ବର୍ଷ ପୂର୍ବେ ମଧ୍ୟ ଜିୟାଙ୍ଗ ଭବିଷ୍ୟବାଣୀ କରିଥିଲେ ଯେ, ଟ୍ରମ୍ପ ଜିତିବେ । ସେ ତିନୋଟି ଭବିଷ୍ୟବାଣୀ କରିଥିଲେ , ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ହେବ ଏବଂ ଏହାପରେ ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ହେବ। ୩ୟ ସବୁଠୁ ବଡ଼ ଭବିଷ୍ୟବାଣୀରେ ଜିୟାଙ୍ଗ କହିଥିଲେ , ଏହି ଯୁଦ୍ଧରେ ଆମେରିକା ହାରିଯିବ।ଚାଇନାର ଏହି ପ୍ରଫେସରଙ୍କ ପ୍ରଥମ ଓ ଦ୍ୱିତୀୟ ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇ ସାରିଛି,ହେଲେ ୩ୟ ଭବିଷ୍ୟବାଣୀର କଥା ଯଦି କହିବା ,ଯଦିଓ ଏହା ଯୁଦ୍ଧବିରତି ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫଳାଫଳ ବାହାରି ନାହିଁ।
ଆହୁରି ମଧ୍ୟ ପଢନ୍ତୁ : ହର୍ମୁଜ ଷ୍ଟ୍ରେଟ୍ ଦେଇ ଯାଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ ! ଜାଣନ୍ତୁ କଣ କହିଛି ସାମୁଦ୍ରିକ ନିୟମ ...