ତେହେରାନ : ଆମେରିକା ଓ ଇରାନ ମଧ୍ୟରେ ପାକିସ୍ତାନର ମଧ୍ୟସ୍ଥତା ପରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ହୋଇଛି। ଏବେ ଇରାନ ହର୍ମୁଜ ଷ୍ଟ୍ରେଟ୍ ଦେଇ ଯାଉଥିବା ଜାହାଜ ଗୁଡ଼ିକ ଉପରେ ଟୋଲ୍ ଲଗାଇବାକୁ ଯୋଜନା କରୁଛି। ଯୁଦ୍ଧ ପୂର୍ବରୁ ହର୍ମୁଜ ଜାହାଜ ଗୁଡ଼ିକର ଯାତାୟାତ ପାଇଁ ମୁକ୍ତ ଥିଲା, ହେଲେ ଏବେ ଯଦି ଟୋଲ୍ ଲାଗେ ତ ଏଥିରେ ଟୋଲ ଦାମ୍‌ରେ ବୃଦ୍ଧି ହେବା ସୁନିଶ୍ଚିତ। ଯଦି ଇରାନ ଏମିତି କରେ ତ ଏହି ପଦକ୍ଷେପ ସାମୁଦ୍ରିକ ବ୍ୟାପାରର ନିୟମ ଗୁଡ଼ିକର ବିରୋଧରେ ହେବ। ସାମୁଦ୍ରିକ ବ୍ୟାପାରକୁ ନେଇ ଗଠିତ ନିୟମ , ଯାହାକୁ ଜାତିସଂଘର ସାମୁଦ୍ରିକ ଆଇନ ଉପରେ କନଭେନ୍ସନରେ ସଂହିତାବଦ୍ଧ କରାଯାଇ ଥିଲା , ୧୯୯୪ରେ ଲାଗୁ ହୋଇଥିଲା।

ଫାଇନେନ୍ସିଆଲ ଟାଇମ୍ସର ରିପୋର୍ଟ ମୁତାବିକ , ଇରାନର ତୈଳ ,ଗ୍ୟାସ୍ ଓ ପେଟ୍ରୋକେମିକାଲ ଉତ୍ପାଦ ରପ୍ତାନୀକାରୀଙ୍କ ସଂଘର ପ୍ରବକ୍ତା ହାମିଦ ହୁସୈନୀ କହିଛନ୍ତି ଯେ, ଇରାନ ସେହି ପଥ ଦେଇ (ହର୍ମୁଜ) ଯାଉଥିବା ଯେକୌଣସି ଜାହାଜ ଠାରୁ ଟୋଲ୍ ଆଦାୟ କରିବାକୁ ଚାହୁଁଛି ଏବଂ ପ୍ରତି ଜାହାଜର ଯାଞ୍ଚ କରିବାକୁ ଚାହୁଁଛି। କୁହାଯାଉଛି ଯେ, ଦେଶ ସିପିଂ କମ୍ପାନୀ ଠାରୁ ତାଙ୍କର ଟ୍ୟାଙ୍କର ଗୁଡ଼ିକ ହର୍ମୁଜ ଦେଇ ଅତିକ୍ରମ କରିବାରୁ ଅନୁମତି ଦେବା ପରିବର୍ତ୍ତେ , ପ୍ରତି ବ୍ୟାରେଲ ତୈଳ ଉପରେ ଏକ ଡଲାର ଟୋଲ୍ ଶୁଳ୍କ ନେବାର ଯୋଜାନା କରୁଛି। ହୁସୈନୀ କହିଛନ୍ତି , ଇରାନକୁ ଏହି କଥା ଉପରେ ନଜର ରଖିବାର ଆବଶ୍ୟକ ରହିଛି ଯେ,ହର୍ମୁଜ ଠାରୁ କଣ ଭିତରକୁ ଆସୁଛି ଏବଂ କଣ ବାହାରକୁ ଯାଉଛି, ଯାହାକି ଏହା ସୁନିଶ୍ଚିତ କରାଯାଇ ପାରିବ ଯେ, ଏହି ଦୁଇ ସପ୍ତାହର ବ୍ୟବହାର ଅସ୍ତ୍ରଶସ୍ତ୍ରର ହେରଫେର୍ ପାଇଁ ନହେଉ।

ଯଦିଓ ଇରାନର ଟୋଲ୍ ନିଜ ଦେଶର ସୁରକ୍ଷା ସ୍ଥିତିକୁ ପକ୍କା କରିବା ଏବଂ ଏହା ଉପରେ ପ୍ରଭାବ ପକାଇବା ଏହାର ଯୋଜନାର ଅଂଶ , କିନ୍ତୁ ଏହି ପଦକ୍ଷେପରେ ଇଣ୍ଟରନ୍ୟାସନାଲ ସାମୁଦ୍ରିକ ଟ୍ରେଡ୍‌ର ନିୟମ ଗୁଡ଼ିକର ଉଲ୍ଲଙ୍ଘନ ହେବ। 'ୟୁନାଇଟେଡ୍ ନେସନ୍ସ କନଭେନ୍ସନ ଅନ୍ ଦ ଲ୍ ଅଫ୍ ଦ ସି' ର ଆର୍ଟିକଲ୧୭ ଜାହାଜକୁ ଟୋରିଟୋରିଆଲ ସମୁଦ୍ରରୁ ଇନୋସେଣ୍ଟ ପାସେଜର ଅଧିକାରର ଗାରେଣ୍ଟି ଦେଇଥାଏ। ଏହା ଯେକୌଣସି ପାସେଜକୁ ସେପର୍ଯ୍ୟନ୍ତ ଇନୋସେଣ୍ଟ ମାନିଥାଏ, ଯେପର୍ଯ୍ୟନ୍ତ ସେ କୋଷ୍ଟଲ ଷ୍ଟେଟ୍‌ର ଶାନ୍ତି , ଭଲ ଅର୍ଡର କିମ୍ୱା ସୁରକ୍ଷା ପାଇଁ କ୍ଷତିକାରକ ନହୁଏ । କନଭେନ୍ସନରେ ଆହୁରି କୁହାଯାଇଛି , ଏମିତି ପାସେଜ୍ ଏହି କନଭେନ୍ସନ ଓ ଇଣ୍ଟରନ୍ୟାସନାଲ ଆଇନର ଦ୍ୱିତୀୟ ନିୟମ ଅନୁସାରେ ହେବ।

କନଭେନ୍ସନର ଆର୍ଟିକଲ-୨୬ ସେହି ପରିସ୍ଥିତ ଗୁଡ଼ିକର ବିଷୟରେ ମଧ୍ୟ କହିଥାଏ ,ଯାହା ଅନୁସାରେ କୌଣସି ତଟୀୟ ଦେଶ ବିଦେଶୀ ଜାହାଜ ଉପରେ ଶୁଳ୍କ ଲଗାଇ ପାରେ।ଏଥିରେ କୁହାଯାଇଛି ଯେ, ବିଦେଶୀ ଜାହାଜ ଗୁଡ଼ିକ ଉପରେ କେବଳ ତାଙ୍କର କ୍ଷେତ୍ରୀୟ ସମୁଦ୍ର ମଧ୍ୟଦେଇ ଯାତ୍ରା ଆଧାରରେ କୌଣସ ଶୁଳ୍କ ଲଗାଯାଇ ପାରିବ ନାହିଁ।

ଆହୁରି ମଧ୍ୟ ପଢନ୍ତୁ : ଅସ୍ତ୍ରବିରତିରେ ମଧ୍ୟସ୍ଥତା ପରେ ପାକିସ୍ତାନର ‘ନୋବେଲ’ ପୁରସ୍କାର ଦାବି, ନିଜକୁ କ୍ରେଡିଟ୍ ଦେଇ ଟ୍ରୋଲ୍ ହେଲା ଆତଙ୍କୀସ୍ଥାନ