ପ୍ରମୂଖ ଖବର
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

‘ସମସ୍ତେ ତାଙ୍କ ନିକଟରୁ ଶୃଙ୍ଖଳା ଶିଖିବା କଥା’...ଅକ୍ଷୟ କୁମାରଙ୍କୁ ପ୍ରଶଂସା କଲେ ଚିତ୍ରାଙ୍ଗଦା

Published By : Krishna Priya | June 23, 2025 8:48 AM

ନୂଆଦିଲ୍ଲୀ ୨୩/୦୬: ଚଳିତ ମାସ ଆରମ୍ଭରେ ରିଲିଜ୍‌ ହୋଇଥିଲା କମେଡି ଫିଲ୍ମ ‘ହାଉସ୍‌ଫୁଲ୍‌-୫’ । ଫିଲ୍ମରେ ଚିତ୍ରାଙ୍ଗଦା ସିଂହଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା । ‘ହାଉସ୍‌ଫୁଲ୍‌-୫’ ବକ୍ସ ଅଫିସ୍‌ରେ ସଫଳ ହେବା ସହିତ ସେଥିରେ ଚିତ୍ରାଙ୍ଗଦାଙ୍କର ଅଭିନୟକୁ ମଧ୍ୟ ଦର୍ଶକୀୟ ଆଦୃତି ମିଳିଛି । ଏହି ପରିପ୍ରେକ୍ଷୀରେ ଏକ ୱେବସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ ଚିତ୍ରାଙ୍ଗଦା ସହ କଳାକାର ଅକ୍ଷୟ କୁମାରଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି । 

ସେ କହିଛନ୍ତି, ଅକ୍ଷୟ ଯେତିକି ଭଲ କଳାକାର ସେତିକି ଶୃଙ୍ଖଳିତ ମଣିଷ । ସମସ୍ତେ ତାଙ୍କ ନିକଟରୁ ଶୃଙ୍ଖଳା ଶିଖିବା କଥା । ସୁଟିଂ ସେଟ୍‌ରେ ତାଙ୍କର ଉତ୍ସାହ ଆରମ୍ଭରୁ ଶେଷ ଯାଏ ସମାନ ରହିଥାଏ । କେବଳ ସେତିକି ନୁହେଁ, ସହ କଳାକାରମାନଙ୍କୁ ସବୁ ପ୍ରକାର ପ୍ରସଙ୍ଗରେ ସେ ସହାୟତା କରିବାକୁ ସର୍ବଦା ଆଗଭର ରହିଥାନ୍ତି । ପୂର୍ବରୁ ମଧ୍ୟ ଚିତ୍ରାଙ୍ଗଦା ଅକ୍ଷୟଙ୍କ ସହିତ ୨୦୧୧ରେ ରିଲିଜ୍‌ ହୋଇଥିବା ‘ଦେଶୀ ବୟେଜ୍‌’ରେ କାମ କରିଥିଲେ । ସେହି ଫିଲ୍ମରେ ଉପରୋକ୍ତ ଦୁଇ କଳାକାରଙ୍କ ସହ ଜନ୍‌ ଆବ୍ରାହମ୍‌ ଓ ଦୀପିକା ପାଦୁକୋନ୍‌ଙ୍କୁ ଦେଖିବାକୁ ମିଳିଥିଲା । ସେହିପରି ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଆଗକୁ ଚିତ୍ରାଙ୍ଗଦାଙ୍କୁ ‘ରାତ୍‌ ଅକେଲି ହୈ-୨’ରେ ଦେଖିବାକୁ ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.