ନୂଆଦିଲ୍ଲୀ,୨୪/୦୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ "ସୁସ୍ଥ ଆନ୍ଧ୍ରପ୍ରଦେଶ" ଗଠନ କରିବା ପାଇଁ ନିଜର ମତ ବ୍ୟକ୍ତ ପ୍ରକାଶ କରିଛନ୍ତି। ସେ ଜନସଂଖ୍ୟା ବୃଦ୍ଧିର ଆକଳନ ଉପରେ ଆଲୋଚନା କରି ଭାରତ ଏବଂ ଚୀନ୍ ମଧ୍ୟରେ ଜନସଂଖ୍ୟାଗତ ଧାରା ତୁଳନା କରିଥିଲେ। ମୁଖ୍ୟମନ୍ତ୍ରୀ ନାଇଡୁ କହିଛନ୍ତି, "୨୦୪୭ ସୁଦ୍ଧା ଆମ ରାଜ୍ୟର ଜନସଂଖ୍ୟା ପ୍ରାୟ ୫୪.୧ ନିୟୁତ ହେବ। ଜାତୀୟ ସ୍ତରରେ, ଭାରତର ଜନସଂଖ୍ୟା ଆଜିର ୧.୪୩ ବିଲିୟନରୁ ୨୦୪୭ ସୁଦ୍ଧା ୧.୬୨ ବିଲିୟନକୁ ବୃଦ୍ଧି ପାଇବ। ହେଲେ ଚୀନର ଜନସଂଖ୍ୟା ହ୍ରାସ ପାଉଛି - ୧.୪୮ ବିଲିୟନରୁ ଏହା ୧.୩ ବିଲିୟନକୁ ହ୍ରାସ ପାଇଛି, ଏବଂ ୨୦୪୭ ସୁଦ୍ଧା ଏହା ପ୍ରାୟ ୧ ବିଲିୟନରେ ପହଞ୍ଚିବ।"
ସେ ଆହୁରି କହିଛନ୍ତି ଯେ, ୨୦୪୭ ସୁଦ୍ଧା ଆନ୍ଧ୍ରପ୍ରଦେଶର ଜନସଂଖ୍ୟା ୫.୪୧ କୋଟି ହେବ ଏବଂ ରାଜ୍ୟକୁ "ସୁସ୍ଥ ଆନ୍ଧ୍ରପ୍ରଦେଶ" କରିବା ପାଇଁ ବିଶେଷ ପ୍ରୟାସ କରାଯାଉଛି।
ମୁଖ୍ୟମନ୍ତ୍ରୀ ପୂର୍ବ YSRCP ସରକାରକୁ ଗତ ପାଞ୍ଚ ବର୍ଷରେ ବିଫଳ ହୋଇଥିବା କହିଥିଲେ। ସେ କହିଥିଲେ, "ପୂର୍ବ ସରକାର ଗତ ପାଞ୍ଚ ବର୍ଷରେ ମାତ୍ର ୧,୫୫୦କୋଟି ଖର୍ଚ୍ଚ କରିଥିଲେ, ଯାହା ମୋଟ ଆବଶ୍ୟକ ଖର୍ଚ୍ଚର ମାତ୍ର ୧୮%। ନାଇଡୁ ସ୍ପଷ୍ଟ କରିଛନ୍ତି ଯେ ସେ "ବିନାଶ"ରେ ବିଶ୍ୱାସ କରନ୍ତି ନାହିଁ, ବରଂ ପୂର୍ବ ସରକାରଙ୍କ ଭୁଲ ପରିଚାଳନାକୁ ସଂଶୋଧନ କରିବା ଉପରେ ଧ୍ୟାନ ଦେଉଛନ୍ତି। ସେ କହିଛନ୍ତି ଯେ , YSRCP ସାଲୁରରେ ପ୍ରସ୍ତାବିତ ଆଦିବାସୀ ବିଶ୍ୱବିଦ୍ୟାଳୟକୁ ବିଜୟନଗରମରୁ ସ୍ଥାନାନ୍ତର କରିଥିଲା, କିନ୍ତୁ ଏବେ ସେମାନେ ଏହାକୁ ସାଲୁରରେ ହିଁ ସମାପ୍ତ କରିବାର ଦାୟିତ୍ୱ ନେଇଛନ୍ତି।ଯଦି ପୂର୍ବ ସରକାରଙ୍କ ପରି କଲେଜଗୁଡ଼ିକ ନିର୍ମାଣ କରାଯାଏ, ତେବେ ଏଥିପାଇଁ ଆହୁରି ୧୫ ବର୍ଷ ସମୟ ଲାଗିବ। "ସେଥିପାଇଁ ଆମେ ଉନ୍ନତ ଗୁଣବତ୍ତା ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ PPP ମଡେଲ ସହିତ ଆଗକୁ ବଢ଼ୁଛୁ।"