ଭୁବନେଶ୍ବର, ୨୦/୦୪: ଅକ୍ଷୟ ତୃତୀୟାରେ ଶୁଭ ଅନୁକୂଳ । ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ଟଙ୍କା । ଖରିଫ୍ ଋତୁ-୨୦୨୬ ପାଇଁ ସିଏମ୍ କିଷାନ ଟଙ୍କା ବାଣ୍ଟିଲେ ସରକାର । ସୋମବାର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏଥିରେ ୪୧ ଲକ୍ଷ ୬୮ ହଜାର ଚାଷୀ ଉପକୃତ ହୋଇଛନ୍ତି ।

କଟକ ଧାନ ଗବେଷଣା କେନ୍ଦ୍ରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଯୋଗ ଦେଇ ପ୍ରଥମେ ଅଖିମୁଠି ଅନୁକୂଳ କରିଥିଲେ । ପରେ ସିଏମ୍ କିଷାନର ଚତୁର୍ଥ କିସ୍ତି ପ୍ରଦାନ କରିଛନ୍ତି । ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟ ସହାୟତା ରାଶି ପଠାଯାଇଛି । ପ୍ରାୟ ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ୮୩୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ଦିଆଯାଉଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୪ ରୁ ୨୨ ମାସରେ ଆମ କୃଷି ଅଭିବୃଦ୍ଧି ହାର ୫ ଦଶମିକ ୩ ପ୍ରତିଶତରେ ପହଞ୍ଚିଛି । ଏହା ଜାତୀୟ ଅଭିବୃଦ୍ଧି ହାରରୁ ଅଧିକ। ଧାନ ଉତ୍ପାଦନରେ ଓଡିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି । ସଠିକ୍ ସମୟରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଵା ଅମର ଲକ୍ଷ୍ୟ। ଏଥିପାଇଁ ସରକାରଙ୍କର ସି ଏମ୍ କିଷାନ୍ ଯୋଜନା। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି କୃଷକଙ୍କୁ ମୁଖ୍ୟ ସ୍ରୋତରେ ଯୋଡିବା। ଏହାଛଡ଼ା ଇ-କେଓ୍ବାଇ ସି, ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍ ହୋଇନଥିଵା,ଏକକ ମୋବାଇଲ ନମ୍ବର ରଖିନଥିଵା ଓ ଜମି ପଞ୍ଜିକରଣ ପ୍ରମାଣପତ୍ର ନଥିଵା ଚାଷୀଙ୍କ ଖାତାକୁ ସହାୟତା ରାଶି ନାହିଁ । ସେମାନେ ତୁରନ୍ତ ସବୁ ତଥ୍ୟ ପ୍ରଦାନ କଲେ ସିଏମ୍ କିଷାନ୍ ଟଙ୍କା ବ୍ୟାଙ୍କ ଖାତାକୁ ପଠାଯିବ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଆଜିଠୁ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଚାଷୀଙ୍କୁ ବିହନ ଯୋଗାଇ ଦେବେ ରାଜ୍ୟ ସରକାର । ଏଥିପାଇଁ ଭ୍ରାମ୍ୟମାଣ ଵିହନ ଵିକ୍ରୟ ଯୋଜନା ଆଜିଠାରୁ ଆରମ୍ଭ ହେଉଛି । କୃଷକଙ୍କ ଘରେ ପହଞ୍ଚିଵ ଉନ୍ନତ ମାନର ବିହନ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ୧୦ଟି ଜିଲ୍ଲାର ୩୧ଟି ବ୍ଲକରେ ଏହି ଭ୍ରାମ୍ୟମାଣ ଵିହନ ଵିକ୍ରୟ ଗାଡ଼ି ଲାଗିବ । ପରେ ସାରା ରାଜ୍ୟରେ ଏହି ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ...

ଅଧିକ ପଢନ୍ତୁ-ଭୋଟର ଲିଷ୍ଟରୁ କଟିଲେ ୯ ଲକ୍ଷ ୮୦ ହଜାର ଭୋଟର: ସିଇଓଙ୍କ ସୂଚନା ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କମ୍ କଟିଛି