ଭୁବନେଶ୍ବର, ୨୦/୦୪: ଭୋଟର ତାଲିକାରୁ କଟିଲା ୯ ଲକ୍ଷ ୮୦ ହଜାରଙ୍କ ନାଁ । ଇଲେକ୍ଟର ମ୍ୟାପିଂ ପ୍ରକ୍ରିୟାରେ ମତଦାତାଙ୍କ ନାମ ଭୋଟର ତାଲିକାରୁ କଟିଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି, ୨୩ ବର୍ଷ ପରେ BLO ଘରକୁ ଘର ଯାଇ ଜନଗଣନା କରୁଛନ୍ତି । ରାଜ୍ୟରେ ୯୫% ମ୍ୟାପିଙ୍ଗ ଶେଷ ହୋଇଛି । ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି, କିଛି ଗାଁ ଛାଡିକି ସହରରେ ରହୁଛନ୍ତି । ସେମାନଙ୍କର ଭୋଟର ତାଲିକା ଏପର୍ଯ୍ୟନ୍ତ ଗାଁରେ ରହିଛି । ଇଲେକ୍ଟର ମ୍ୟାପିଂ ବେଳେ ସେସବୁ କଟିଯାଇଛି ।​​​​​​​ 

ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ କହିଛନ୍ତି, ଯେହେତୁ ଅଧିକ ସଂଖ୍ୟକ ଭୋଟରଙ୍କ ନାଁ କଟିଯାଇଛି, ସେଗୁଡିକୁ କ୍ରସ୍ ଚେକ୍ କରିବାକୁ ଚିଠି କରାଯାଇଛି । ଜାନୁଆରୀ ୧ରୁ ମାର୍ଚ୍ଚ ୩୧ ତାରିଖ ଭିତରେ ଏତିକି ୯ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ କଟିଛି । ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କମ୍ ନାଁ କଟିଛି । ଭୁବନେଶ୍ୱରରେ ଟିକିଏ ଅଧିକ ସଂଖ୍ୟା ରହିଛି । ଏଥିରେ ଦୁଇଟି ସ୍ଥାନରେ ଥିବା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ଅନ୍ୟପଟେ ଦୁଇଟି ଜାଗାରେ ଭୋଟର ତାଲିକାରେ ନାମ ଥିଲେ ଗୋଟିଏ ଡିଲିଟ୍ କରିବାକୁ ଅପିଲ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏହାଛଡ଼ା ଯେଉଁ ମାନଙ୍କର ନାମ ଭୁଲ୍ ବଶତଃ କଟିଯାଇଛି, ସେମାନେ ଫର୍ମ-6ରେ BLOଙ୍କ ପାଖରେ ଆବେଦନ କଲେ ପୁଣି ଥରେ ନାଁ ଭୋଟର ତାଲିକାରେ ଯୋଡି ହୋଇଯିବ ।

ଅଧିକ ପଢନ୍ତୁ-ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ, ମୁଣ୍ଡରେ ଠେକା ବାନ୍ଧି ବୁଣିଲେ ବିହନ...​​​​​​​