ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ

Published By : Harapriya Sethi | February 26, 2025 3:05 PM

ଭୁବନେଶ୍ୱର,୨୬/୦୨: ଆଜି ପବିତ୍ର ମହାଶିବରାତ୍ରୀ । ସେଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀଲିଙ୍ଗରାଜଙ୍କ ପୀଠ । ଏହି ଅବସରରେ ସଂଧ୍ୟାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହିବେ । ପ୍ରଭୁଙ୍କୁ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ । ଏନେଇ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ସୂଚନା ଦେଇଛନ୍ତି । 

ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏକାମ୍ର ଅଧୀଶ୍ୱର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି । ନିର୍ଜଳ ଉପବାସ ବ୍ରତ ପାଳନ କରି ଦୀପ ଜାଳି ମହାଦୀପ ଦର୍ଶନକୁ ଅପେକ୍ଷା କରି ରହିଛନ୍ତି । ସନ୍ଧ୍ୟା ପରଠୁ ସମସ୍ତେ ଚାତକ ପରି ଅନାଇ ବସିବେ ମନ୍ଦିର ଶିଖରକୁ । ଧାର୍ଯ୍ୟ ସମୟରେ ମହାଦୀପ ଉଠିବାର ସେଇ ଆନନ୍ଦର ମୁହୂର୍ତ୍ତକୁ ଅନୁଭବ କରିବେ । ସମଗ୍ର ପରିବେଶ ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ ଗୁଞ୍ଜରିତ ହୋଇ ଉଠିବ । ପବିତ୍ର ମହାଦୀପ ଦର୍ଶନ ପରେ ଶ୍ରଦ୍ଧାଳୁ ବ୍ରତ ଭଙ୍ଗ କରି ଆଶୀର୍ବାଦ ଲାଭ କରିବେ । ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଫୁଲରେ ସୁଶୋଭିତ ହୋଇଉଠିଛି ଶ୍ରୀଲିଙ୍ଗରାଜ ମନ୍ଦିର । 

ଶ୍ରୀଜିଉଙ୍କ ଏହି ମହାନ ପର୍ବ ପାଳନ ନିମନ୍ତେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭୋର ୩ଟାରେ ମଙ୍ଗଳ ଆଳତୀ ପରେ ସାଢ଼େ ୩ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଏହାପରେ ମହାସ୍ନାନ ନୀତି ସମ୍ପନ୍ନ ହୋଇଛି । ଦିନତମାମ ଶ୍ରଦ୍ଧାଳୁ ମାନେ ଆଡ଼ କାଠ ପାଖରୁ ଦର୍ଶନ କରିଛନ୍ତି । ଧାଡିରେ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇଛି । ସ୍ୱେଚ୍ଛାସେବୀ ମାନେ ଶ୍ରଦ୍ଧାଳୁଙ୍କୁ ସବୁ ପ୍ରକାର ସହଯୋଗ କରୁଛନ୍ତି । ଅସୁସ୍ଥଙ୍କୁ ଆଶୁ ଚିକିତ୍ସା ପ୍ରଦାନ କରାଯାଉଛି । ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀ ଜାଗତିଆର ରହିଛନ୍ତି । ପିଇବା ପାଣି, ଶୌଚାଳୟ, ସଫେଇ ଆଦି ବିଏମସି ଏବଂ ୱାଟକୋ ପକ୍ଷରୁ କରାଯାଇଛି । ସବୁ ପାର୍କିଂ ଓ ଜନଗହଳି ସ୍ଥାନ ଗୁଡ଼ିକରେ ଡାକବାଜି ଯନ୍ତ୍ର ଯୋଗେ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଜରୁରିକାଳୀନ ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ବିଭାଗ ଦ୍ୱାରା ଆଧ୍ୟାତ୍ମିକବାଣୀ, ଧାରାବିବରଣୀ ପ୍ରସାରଣ କରାଯାଇଛି । 

ସନ୍ଧ୍ୟାରେ ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର ସାମନା, ଲିଙ୍ଗରାଜ ହାଟ ଅନ୍ୟ କିଛି ସ୍ଥାନରେ ଜାଗର ଦୀପ ଜାଳିବାକୁ ବ୍ୟବସ୍ଥା କରାଯାଇଛି । ମହାଦୀପ ଠିକ୍‌ ରାତି ୧୦ଟାରେ ଉଠାଇବା ଲାଗି ସବୁ ନିଯୋଗର ସେବାୟତ ମାନେ ଆଇନମନ୍ତ୍ରୀଙ୍କୁ ସହମତି ଜଣାଇଛନ୍ତି । ମହାଦୀପ ନୀତି ପରେ ଚାରିକର୍ମ ପୂଜା ଓ ହରିହର ଭେଟ ନୀତି ସାରି ଗୁରୁବାର ଭୋର ୫ଟାରେ ପହୁଡ ପଡ଼ିବାର ନିଷ୍ପତ୍ତି ହୋଇଛି । ମହାଖଳା ନିକଟରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଦ୍ୱାରା ଆୟୋଜିତ ହେବାକୁ ଥିବା ଜାତୀୟ ଭଜନ ସମାରୋହରେ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନେତୃତ୍ୱରେ ବଲିଉଡ ଗାୟିକା ଅନୁରାଧା ପଡ଼ୁୱାଲ,ଉଷା ଉଥପ,କୁମାର ସଞ୍ଜୟ, ଅଭିଜିତ ଘୋଷାଲ, ପ୍ରତ୍ୟୁଷ ଶର୍ମା ଓ ମଧୁମିତା ପଲ ପ୍ରମୁଖ ଭଜନ ପରିବେଷଣ କରିବେ । ଏମାନଙ୍କ ବ୍ୟତୀତ ରାଜ୍ୟର ବଛା ବଛା କଳାକାର ମାନେ ମଧ୍ୟ ଭଜନ ଗାଇବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦାନ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.