ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଦିଲ୍ଲୀରେ ସିଏମ୍ ଯୋଗୀଙ୍କ ପ୍ରଥମ ସଭା, ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପଚାରିଲେ , ମୁଁ...

Published By : Prameya | January 23, 2025 5:43 PM

ନୂଆଦିଲ୍ଲୀ, ୨୩/୧ :  ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ପ୍ରଥମ ସଭାକୁ ସମ୍ବୋଦ୍ଧିତ କରିଛନ୍ତି । କିରାଡୀରେ ବିଜେପିର ପ୍ରାର୍ଥୀ ବଜରଙ୍ଗ ଶୁକ୍ଳାଙ୍କ ପକ୍ଷରେ ସେ ରାଲି କରିଛନ୍ତି । ଏହି ସମୟରେ ସେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଟାଗେଟ କରି ପଚାରିଛନ୍ତି କି କ’ଣ ଆପଣ ୟମୁନାରେ ସ୍ନାନ କରିପାରିବେ । ସେ କହିଛନ୍ତି କି ଯଦି ମୁଁ ଏବଂ ମୋର ମନ୍ତ୍ରୀମଣ୍ଡଳ ସହଯୋଗୀ ସଂଗମରେ ସ୍ନାନ କରିପାରୁଛୁ ତ କ’ଣ ଆପଣ ଆମ ଆଦମୀ ପାର୍ଟିର ଲୋକେ ୟମୁନାରେ ସ୍ନାନ କରିପାରିବେ ?

ସିଏମ୍ ଯୋଗୀ ଆମ୍ ଆଦମୀ ପାର୍ଟିକୁ ମିଛର ଏଟିଏମ୍ ମେଶିନ କହିଛନ୍ତି । ସେ ଅଭିଯୋଗ ଲଗାଇଛନ୍ତି କି ଦିଲ୍ଲୀରେ ଆପଣ ରୋହିଙ୍ଗ୍ୟାମାନଙ୍କୁ ବସାଇଛନ୍ତି । ଆପଣଙ୍କ କଥାରେ ଏବେ ଦିଲ୍ଲୀକୁ ଲୋକ ଆସିବେ ନାହିଁ । ଏବେ ଲୋକେ ୟୁପିର ବିକାଶ ମଣ୍ଡଳ ଦେଖିବାକୁ ଚାହୁଁଛନ୍ତି । ଦିଲ୍ଲୀକୁ ଅବବ୍ୟସ୍ଥା କରିଦେଇଛନ୍ତି । ସେ କହିଛନ୍ତି କି ଦିଲ୍ଲୀର କାୟାକଳ୍ପ ବିଜେପିର ଡବଲ ଇଞ୍ଜିନର ସରକାର ହିଁ କରିପାରିବ । 

ସିଏମ୍ ଯୋଗୀ କହିଛନ୍ତି କି ନୋଏଡାର ରାସ୍ତା ଦେଖନ୍ତୁ । ଦିଲ୍ଲୀର ରାସ୍ତାରେ ଗର୍ତ୍ତ ରହିଛି । ସେ କହିଛନ୍ତି କି ଦିଲ୍ଲୀରେ ଏନଡିଏମସୀ ଅଞ୍ଚଳକୁ ଛାଡ଼ି ଦେବା ତ କୌଣସି ବି ମହାନଗରରେ ଦିଲ୍ଲୀରେ ପାଓ୍ବାର କଟ ସବୁଠାରୁ ଅଧିକ ଅଟେ । ୟୁପିରେ ୩ଗୁଣା ଅଧିକ ଦିଲ୍ଲୀରେ ବିଜୁଳୀର ବିଲ୍ ନେଉଛନ୍ତି କିନ୍ତୁ ୨୪ଘଣ୍ଟା ବିଜୁଳି ଦେଉନାହାନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.