କେନ୍ଦୁଝର,୦୧/୧୦: ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଠାରୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ ପୂଜା ମଣ୍ଡପ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଚାର୍ଟାର ବିମାନରେ ଆସି ରାଇସୁଆଁସ୍ଥିତ ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବା ରାଇସୁଆଁସ୍ଥିତ ବାସଭବନରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧ, କାମନା କରି ମା’ ଦୂର୍ଗାଙ୍କ ଆଶୀର୍ବାଦ କାମନା କରିଥିଲେ । ଏହାସହିତ ରାଜ୍ୟବାସୀଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ମା’ଙ୍କ ଶରଣାପନ୍ନ ହୋଇଥିଲେ । ପରେ ଝୁମ୍ପୁରା ଦୁର୍ଗାପୂଜାରେ ସାମିଲ ହେବାପରେ କେନ୍ଦୁଝର ସହରର ବିଭିନ୍ନ ପୂଜାକମିଟିର ନିମନ୍ତ୍ରଣ କ୍ରମେ ମା’ଙ୍କୁ ଦର୍ଶନ କରିଥିଲେ । ବିଭିନ୍ନ ଦୁର୍ଗାମଣ୍ଡପରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହିତ କମିଟି କର୍ମକର୍ତ୍ତା ଓ ସ୍ଥାନୀୟ ଭକ୍ତଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । 

ରାଜ୍ୟର ପ୍ରଗତି ସହିତ କେନ୍ଦୁଝରରବିକାଶ ପାଇଁ ପୂଜା କରିବା ପରେକମିଟି କର୍ମକର୍ତ୍ତାଙ୍କ ସହିତ ଆଲୋଚନାକରିଥିଲେ ।ପୁରୁଣା ବଜାର ଦୂର୍ଗାପୂଜା କମିଟି ଚଳିତବର୍ଷ ୭୫ ବର୍ଷରେ ପଦାର୍ପଣ କରିଥିବାରୁ ପ୍ରତିବର୍ଷ ପରି ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏହାପରେ ଜଗନ୍ନାଥପୁର ଦୁର୍ଗାପୂଜାକମିଟି ସହିତ ଡେଲିମାର୍କେଟ୍‌ ପୂଜାମଣ୍ଡପରେ ପହଞ୍ଚି ମା’ଙ୍କ ର୍ଆଶୀର୍ବାଦକାମନା କରିଥିଲେ । ପରେ ଗୁଜୁରାଟି ସମାଜ ଦ୍ୱାରା ଆୟୋଜିତ ପୂଜା ଉତ୍ସବରେଯୋଗ ଦେଇଥିଲେ । କେନ୍ଦୁଝର ସର୍କିଟ୍‌ହାଉସ ଠାରେ ରାତ୍ରୀଯାପନ କରିବାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସୁଥିବାଜନସାଧାରଣଙ୍କ ଅଭିଯୋଗ ଗ୍ରହଣକରିଥିଲେ । ରବିବାର ଦିନ ନିଜ ଗ୍ରାମରାଇକଳାରେ ପ୍ରତିବର୍ଷ ପରେ ଚଳିତବର୍ଷ ମଧ୍ୟ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟମନ୍ତ୍ରୀ ବୁଧବାର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପାଇଁସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।ଜିଲ୍ଲାପାଳ ବିଶାଳ ସିଂହ, ଡିଆଇଜି ବ୍ରିଜେଶରୟ ସହିତ ଏସ୍‌ପି ନିତିନ କୁଶଲକରସହିତ ଜିଲ୍ଲା ବିଜେପି ସଭାପତି ଶୁକଦେବମହାନ୍ତ ଏବଂ ବିଜେପି କର୍ମକର୍ତ୍ତା ଓ ସମର୍ଥକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।