ନୂଆଦିଲ୍ଲୀ,୩।୬: ଆଜିକାଲି ଖବରର ଶିରୋନାମା ପାଲଟିଥିବା କକ୍ରୋଚ୍ ଜନତା ପାର୍ଟି (CJP) ଶିକ୍ଷା ବ୍ୟବସ୍ଥାର ବିଫଳତା ବିରୋଧରେ ପ୍ରସ୍ତାବିତ ପ୍ରତିବାଦ ପୂର୍ବରୁ ସମର୍ଥନ ଭିତ୍ତିଭୂମିକୁ ବିସ୍ତାର କରିବା ଲକ୍ଷ୍ୟରେ  ମଙ୍ଗଳବାର ୩ ଜଣ ମୁଖପାତ୍ରଙ୍କ ନିଯୁକ୍ତି ଘୋଷଣା କରିଛି। ଏହି ତିନି ଜଣଙ୍କ ଉପରେ କକରୋଚ୍ ଜନତା ପାର୍ଟି ପକ୍ଷରୁ ଲୋକ ଓ ମିଡିଆ ଆଗରେ ନିଜର କଥା ରଖିବାର ଦାୟିତ୍ବ ରହିଛି। ଇନଭେଷ୍ଟିଗେଟିଭ୍ ରିପୋର୍ଟର ସୌରଭ ଦାସଙ୍କୁ ଦଳର ମୁଖ୍ୟ ମୁଖପାତ୍ର ଭାବରେ  ବଡ ଦାୟିତ୍ବ ମିଳିଛି।। ‘କକରୋଚ୍ ଜନତା ପାର୍ଟି’ ଏକ୍ସରେ ଲେଖିଛି ଇନଭେଷ୍ଟିଗେଟିଭ ରିପୋର୍ଟର ସୌରଭ ଦାସ ମୁଖପାତ୍ର  ଭୂମିକା ଗ୍ରହଣ କରିବେ। ରାଜନୈତିକ ରିସର୍ଚ୍ଚର, ଲେଖକ ଓ ଫିଲ୍ମ ନିର୍ମାତା ବିଜେତା ଦାହିୟା ଓ ଆଇଆଇଟି କାନପୁର ଏବଂ ବିଶ୍ବ ପ୍ରବନ୍ଧନ ପରାମର୍ଶ ଫାର୍ମ McKinsey ର ପୂର୍ବତନ ଛାତ୍ର ଆଶୁତୋଷ ରାଙ୍କା ମଧ୍ୟ ଦାସଙ୍କ ସହ ମୁଖପାତ୍ର ଭୂମିକା ଗ୍ରହଣ କରିବେ।  

ପାର୍ଟି କହିଛି, ସିଜେପି ଭାରତର ରାଜନୈତିକ ବିଚାର ବିମର୍ଷ ଦିଗ​‌ ବଦଳାଇବା ପାଇଁ ଦୃଢ ପ୍ରତିଶୃତିବଦ୍ଧ। ଏହି ପରିବର୍ତ୍ତନର ନେତୃତ୍ବ ନୂଆ ପୀଢି ତିଆରି କରିବେ। ଘୋଷଣା ଅନୁସାରେ, ସୌରଭ ଦାସଙ୍କୁ ଆଇନ, ନ୍ୟାୟିକ ଓ ସାମାଜିକ ପ୍ରସଙ୍ଗ ଉପରେ କେନ୍ଦ୍ରିତ ସାମ୍ବାଦିକତାର ଅନୁଭବ ରହିଛି। ଦଳ ଏହି ଦାବି କରିଛି ଯେ, ନଭେମ୍ବର ୨୦୨୫ ରେ ଇଣ୍ଡିଆ ଗେଟ୍‌ରେ ଆୟୋଜିତ ପ୍ରଦୂଷଣ ବିରୋଧି ପ୍ରଦର୍ଶନରେ ତାଙ୍କର ଅଗ୍ରଣୀ ଭୂମିକା ମଧ୍ୟ ଥିଲା।

ପାର୍ଟି ଅନୁସାରେ, ରାଜନୈତିକ ଗବେଷକ, ଲେଖକ ଓ ଫିଲ୍ମ ନିର୍ମାତା ବିଜେତା ହହିଆ ବହୁ ୟୁଟ୍ୟୁବ୍ କଣ୍ଟେଣ୍ଟ ନିର୍ମାତାଙ୍କ ପାଇଁ ରିସର୍ଚ୍ଚ ଓ କଣ୍ଟେଣ୍ଟ  ତିଆରି କରିସାରିଛି। ଦିଲ୍ଲୀ ଟେକ୍ନୋଲୋଜିକାଲ ୟୁନିଭରସିଟି (DTU)ରୁ ସ୍ନାତକ କରିଥିବା  ଦହିୟା ପାଓ୍ବାର ଅଫ୍ ୟୁନିଭର୍ସ ଓ ଟୁ ହେଲ୍ ଓ୍ବିଥ୍ ଦ୍ୟାଟ୍ ଜବ୍ ନାମକ ପୁସ୍ତକ ଲେଖିଛନ୍ତି। ଏହାଛଡା ସେ ହରିୟାଣାର ଫିଲ୍ମ ‘ଦରାରେ’ ଓ ’ଓପରି ପରାଇର’ କାହାଣୀ ଲେଖିବା ସହ ନିର୍ଦେଶନା ମଧ୍ୟ ଦେଇଥିଲେ।

ପାର୍ଟିର କହିବା ଅନୁସାରେ,  କାନପୁରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସର ପୂର୍ବତନ ଛାତ୍ର ଆଶୁତୋଷ ରାଙ୍କା ପୂର୍ବରୁ ଲଣ୍ଡନରେ ବିଶ୍ୱସ୍ତରୀୟ ପରାମର୍ଶଦାତା ସଂସ୍ଥା ମ୍ୟାକକିନ୍ସେ ଆଣ୍ଡ୍ କମ୍ପାନୀ ସହିତ କାମ କରିଛନ୍ତି।  ଏହି ନିଯୁକ୍ତିର ଘୋଷଣା ଅଭିଜିତ ୬ ଜୁନ୍‌ରେ ଭାରତ ଫେରିବାର ନିର୍ଦ୍ଧାରିତ କାର୍ଯ୍ୟକ୍ରମର କିଛି ଦିନ ପୂର୍ବରୁ ହୋଇଛି। ସିଜେପି ସଂସ୍ଥାପକ କଥିତ ନିଟ୍ ଲିକ୍ ଓ ସିବିଏସ୍‌ଇ ପ୍ରଣାଳୀରେ କଥିତ ତ୍ରୁଟିକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଆରମ୍ଭ କରିବାର ଯୋଜନାର ଘୋଷଣା କରିଥିଲେ। ଗତ ମାସ ଆରମ୍ଭରୁ କରାଯାଇଥିବା ଏହି ସଂଗଠନକୁ ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟତା ମିଳିଛି। ବିଶେଷ ଭାବରେ ଛାତ୍ର ଓ ଯୁବକଙ୍କ ଭିତରେ ଶିକ୍ଷା ତଥା ଯୁବ ପ୍ରସଙ୍ଗ ଉପରେ କେନ୍ଦ୍ରିତ ଏକ ମଞ୍ଚ ରୂପରେ ଏହାର ଉଲ୍ଲେଖନୀୟ ପରିଚୟ ମିଳିଛି।

ଆହୁରି ପଢନ୍ତୁ :Delhi Fire: ଦିଲ୍ଲୀ ମାଲଭିୟ ନଗର ରେଷ୍ଟୁରାଣ୍ଟରେ ନିଆଁ ଲାଗି ୨୦ ରୁ ଉର୍ଦ୍ଧ୍ୱ ମୃତ, ବେସମେଣ୍ଟରେ ଫସିଛନ୍ତି ଅନେକ !