ମାତ୍ର ଗୋଟିଏ ପିଢ଼ି ମଧ୍ୟରେ, ମାନବ ସମାଜ ନିଜ ସଭ୍ୟତାର ପ୍ରତ୍ୟେକ କ୍ଷେତ୍ର ଯଥା- ସ୍ୱାସ୍ଥ୍ୟସେବା, ଶିଳ୍ପ ଏବଂ ପ୍ରଶାସନକୁ ଅତି କ୍ଷୀପ୍ର ବା Frictionless speedରେ ପହଞ୍ଚାଇ ଦେଇଛି । ଆମେ ଏହି ‘କ୍ଷୀପ୍ରତା’ ((Fastness)କୁ ପ୍ରଗତିର ଏକ ବିରାଟ ବିଜୟ ଭାବରେ ପାଳନ କରୁଛୁ । ତଥାପି, ଏକ ଗଭୀର ସତ୍ୟ ସାମ୍ନାକୁ ଆସୁଛି: ଯେତେବେଳେ ଆମର ଟେକ୍ନୋଲୋଜି ଏକ କଳ୍ପନାତୀତ ଗତିରେ ଆଗକୁ ବଢ଼ୁଛି, ଆମର ଜୈବିକ ହାର୍ଡୱେର ବା Biological hardware- ଅର୍ଥାତ୍ ମାନବ ମସ୍ତିଷ୍କ- ଏହି କୃତ୍ରିମ ଗତି ସହିତ ତାଳ ଦେଇ ଚାଲିବାରେ ବିଫଳ ହେଉଛି । ଯେପରି ଶିଳ୍ପାୟନର ବେଗ ପୃଥିବୀର ଜଳବାୟୁ ନିୟନ୍ତ୍ରଣ ଶକ୍ତିକୁ ଅତିକ୍ରମ କରିଗଲା, ଠିକ୍ ସେହିପରି ଡିଜିଟାଲ୍ ବେଗ ଆମ ମସ୍ତିଷ୍କର ଚିନ୍ତା କରିବା ଏବଂ ତାହାକୁ ନିୟନ୍ତ୍ରଣ କରିବା ଶକ୍ତିକୁ ଅତିକ୍ରମ କରିଯାଇଛି । ଆମେ ବର୍ତ୍ତମାନ ଏପରି ଏକ ବିରୋଧାଭାସ (Paradox) ମଧ୍ୟରେ ଅଛୁ, ଯେଉଁଠି ଆମେ ବୈଷୟିକ ଭାବରେ ଉନ୍ନତି କରୁଛୁ । କିନ୍ତୁ ଜ୍ଞାନଗତ ବା Cognitively ପଛକୁ ହଟିଯାଉଛୁ ।

ପିଢ଼ିଗତ ପରିସର: ଏକ ଜନସଂଖ୍ୟାଗତ ଚେତାବନୀ (The Generational Spectrum)

ଆଜିର ସମୟ ଚାରୋଟି ଭିନ୍ନ ପିଢ଼ି ଦ୍ୱାରା ପରିଭାଷିତ, ଯେଉଁମାନଙ୍କର ଜ୍ଞାନ ସହିତ ସମ୍ପର୍କ ସମ୍ପୂର୍ଣ୍ଣ ଭିନ୍ନ

Gen X (୧୯୬୫–୧୯୮୦): ଏମାନେ ହେଉଛନ୍ତି ‘Analog Survivalist' । ସେମାନଙ୍କ ପାଇଁ ହାତଲେଖା ଏକ ଜୀବନ ରକ୍ଷାକାରୀ କୌଶଳ (Survival skill) ଥିଲା । ସେମାନଙ୍କ ଦୁନିଆରେ, ଯଦି କୌଣସି ତଥ୍ୟ କଲମ ଦ୍ୱାରା ଲେଖା ହେଉନଥିଲା କିମ୍ବା ମନେ ରଖାଯାଉନଥିଲା, ତେବେ ତାହା ଗାଏବ ହୋଇଯାଉଥିଲା ।

Gen Y ଏବଂ Z (୧୯୮୧– ୨୦୧୨): ଏହି ଦୁଇଟି ପିଢ଼ିକୁ ଯୌକ୍ତିକ ଭାବରେ ‘‘Keyboard Generations’ କୁହାଯାଇପାରେ । ସେମାନେ ମାନବୀୟ କୌଶଳର ପ୍ରଥମ ପରିବର୍ତ୍ତନକୁ ଦର୍ଶାନ୍ତି- କଲମର ବକ୍ର ଗତିରୁ କୀ-ବୋର୍ଡର ଲିନିୟର୍ ଟାପିଂ (Linear tapping) ପର୍ଯ୍ୟନ୍ତ । ସେମାନେ ଶିକ୍ଷାର କେନ୍ଦ୍ରବିନ୍ଦୁକୁ ସୂଚନା ସାଇତିବା (Encoding)ରୁ ସୂଚନା ଖୋଜିବା (Triggering)କୁ ସ୍ଥାନାନ୍ତରିତ କଲେ ।

Gen Alpha (2013– 2024) : ଏମାନେ ହେଉଛନ୍ତି ‘‘AI Natives’ । ସେମାନଙ୍କ ପାଇଁ ‘କ୍ଲାଉଡ୍’ (Cloud)) କେବଳ ଏକ ଉପକରଣ ନୁହେଁ, ବରଂ ଜୈବିକ ସ୍ମୃତି ଶକ୍ତିର ଏକ ସମ୍ପୂର୍ଣ୍ଣ ବିକଳ୍ପ । ଏହି ପରିବର୍ତ୍ତନର ଏକ ବିରାଟ ପ୍ରଭାବ ଭାରତ ପରି ଏକ ଯୁବ ଦେଶ (ହାରାହାରି ବୟସ ୨୮) ଉପରେ ପଡ଼ୁଛି । ଯଦି ଭାରତର ଯୁବପିଢ଼ି ଡିଜିଟାଲ୍ ବେଗ ଯୋଗୁଁ ନିଜର ଜ୍ଞାନଗତ ଗଭୀରତା ହରାଇବେ, ତେବେ ଆମେ ଆମର ସବୁଠାରୁ ବଡ଼ ସମ୍ପତ୍ତି ମାନବୀୟ ବୁଦ୍ଧିମତ୍ତା (Human Intelligence)କୁ ବିପଦରେ ପକାଇବା ।

ସଂକୁଚିତ ଶ୍ରେଣୀଗୃହ ଏବଂ ‘ଧୀର’ ସୃଜନଶୀଳତାର ଅନ୍ତ ଆଧୁନିକ ଶ୍ରେଣୀଗୃହ ଇଣ୍ଟରନେଟ୍ ମାଧ୍ୟମରେ ପ୍ରସାରିତ ହୋଇଛି ସତ, କିନ୍ତୁ ଜ୍ଞାନଗତ ଦୃଷ୍ଟିରୁ ଏହା ଏକ ଅଗଭୀର ପୁଷ୍କରିଣୀରେ ପରିଣତ ହୋଇଛି । ପାରମ୍ପରିକ ଶିକ୍ଷାଦାନ ପ୍ରକ୍ରିୟାରେ, ମସ୍ତିଷ୍କ ଜଣେ ସ୍ଥପତି ପରି କାମ କରୁଥିଲା । ଆଜି ଏହା କେବଳ ଜଣେ କୋରିଅର୍ ବୟ ପରି କାମ କରୁଛି । ଆମକୁ Bloom’s Taxonomyକୁ ଦେଖିବାକୁ ହେବ । ଏହାର ମୂଳଦୁଆ ହେଉଛି ମନେ ରଖିବା (Remembering) ଏବଂ ବୁଝିବା (Remembering) । ଅତୀତରେ, ଜଣେ ଛାତ୍ରକୁ ଏକ ସୂତ୍ର କିମ୍ବା କବିତା ମନେ ରଖିବାକୁ ପଡ଼ୁଥିଲା । ଏହା କେବଳ ‘ଘୋଷା ପାଠ’ ନଥିଲା, ଏହା ମସ୍ତିଷ୍କ ପାଇଁ ଏକ ବ୍ୟାୟାମ ଥିଲା । ଏହା ସେହି ସ୍ନାୟବିକ ମାଂସପେଶୀ ଗଢ଼ୁଥିଲା, ଯାହା ଶିକ୍ଷାର ଉଚ୍ଚସ୍ତର ଯଥା- ବିଶ୍ଳେଷଣ (Analysis) ଏବଂ ସୃଜନଶୀଳତା (Analysis) ପାଇଁ ଆବଶ୍ୟକ ଥିଲା । ଆଜି, ସେହି ମାଂସପେଶୀ ଦୁର୍ବଳ ହୋଇଯାଉଛି । ଯେତେବେଳେ ଜଣେ ଛାତ୍ର ଗୁଗଲରୁ ଉତ୍ତର କପି କରେ, ସେ ବିଷୟବସ୍ତୁକୁ ବୁଝିବାର ‘ଧୀର ଅଭ୍ୟାସ’ (Slow Practice)କୁ ଅଣଦେଖା କରେ । ସେମାନେ ଭାବନ୍ତି ସେମାନେ ଜାଣିଛନ୍ତି, କାରଣ ସୂଚନା ସହଜରେ ମିଳୁଛି । କିନ୍ତୁ ବାସ୍ତବରେ ସେମାନେ ତାହାକୁ ଆୟତ୍ତ କରିନଥାନ୍ତି । ପରୀକ୍ଷା ହଲ୍‌ରେ ଯେତେବେଳେ ସ୍କ୍ରିନ୍ ନଥାଏ, ସେହି ‘ଗୁଗଲ୍ ଗୋଷ୍ଟ’ (Google Ghost) ଗାଏବ ହୋଇଯାଏ ଏବଂ ମସ୍ତିଷ୍କ ଶୂନ୍ୟ ହୋଇଯାଏ । ବାସ୍ତବ ଦୁନିଆର ସୃଜନଶୀଳ ଚିନ୍ତାଧାରା ହଜିଯାଉଛି³ କାରଣ ସୃଜନଶୀଳତା ପାଇଁ ଯେଉଁ ସମୟ ଏବଂ ଗଭୀର ଚିନ୍ତା ଦରକାର ଡିଜିଟାଲ୍ ଦୁନିଆ ତାହା ଦେଉନାହିଁ ।

ବିବର୍ତ୍ତନର ପଛୁଆ ପଦକ୍ଷେପ: ଏକ ଜୈବିକ ପ୍ରତ୍ୟାବର୍ତ୍ତନ ବିବର୍ତ୍ତନ (Evolution) ସାଧାରଣତଃ ଜଟିଳତା ଆଡ଼କୁ ଗତି କରେ । ତଥାପି, ଏହି ‘କ୍ଷୀପ୍ରତାର ଜାଲ’ (Fastness Trap) ଏକ ଓଲଟା ପ୍ରକ୍ରିୟା ଆରମ୍ଭ କରିଛି । ସ୍ମୃତି ଶକ୍ତିକୁ ସର୍ଚ୍ଚ ଇଞ୍ଜିନ୍ ଏବଂ AI ବିଶ୍ଳେଷଣକୁ  ଉପରେ ଛାଡ଼ିଦେଇ ଆମେ ଆମର ସେହି ସ୍ନାୟୁ ସର୍କିଟ୍କୁ ଦୁର୍ବଳ କରୁଛୁ³ ଯାହା ଆମକୁ ମଣିଷ ବୋଲି ପରିଚୟ ଦେଇଥିଲା । ପିଲାମାନଙ୍କ ମଧ୍ୟରେ ସୂକ୍ଷ୍ମ ମୋଟର କୌଶଳ (Fastness Trap)ର ହ୍ରାସ ଏକ ଚେତାବନୀ । ଆଜିର ପିଲାମାନେ କଲମ ଧରିବା ଅପେକ୍ଷା ସ୍କ୍ରିନ୍ ସ୍ୱାଇପ୍ (Swipe) କରିବା ସହଜ ମନେ କରନ୍ତି । ଏହା କେବଳ ଏକ ଅଭ୍ୟାସର ପରିବର୍ତ୍ତନ ନୁହେଁ, ଏହା ଏକ ସ୍ନାୟବିକ କ୍ଷତି । ହାତଲେଖା ମସ୍ତିଷ୍କର ଏକ ବିରାଟ ଏବଂ ଜଟିଳ ସର୍କିଟ୍‌କୁ ସକ୍ରିୟ କରେ । କଲମକୁ ତ୍ୟାଗ କରି ଆମେ ମସ୍ତିଷ୍କର ଗଭୀର ଚିନ୍ତାଧାରା କେନ୍ଦ୍ରଗୁଡ଼ିକୁ ବିଚ୍ଛିନ୍ନ କରୁଛୁ । ଆମେ ‘ଚିନ୍ତାନାୟକ’ (Thinkers) ରୁ ‘ପ୍ରତିକ୍ରିୟାଶୀଳ’ (Reactorsକୁ ପରିବର୍ତ୍ତିତ ହେଉଛୁ ।

AI ଦିଗ୍‌ବଳୟ ଏବଂ ସାଧାରଣ ବୁଦ୍ଧିମତ୍ତାର ପତନ ଯେତେବେଳେ ଆମେ ଏଆଇ ଯୁଗରେ ପ୍ରବେଶ କରୁଛୁ, ଆଶଙ୍କା ବହୁତ ବାସ୍ତବ: ମାନବୀୟ ସାଧାରଣ ବୁଦ୍ଧିମତ୍ତା (Human General Intelligence HGI)ର ହ୍ରାସ ସାମାଜିକ ପତନ ଘଟାଇବ । HGIହେଉଛି ସେହି ଶକ୍ତି, ଯାହା ଆମକୁ ନୂଆ ସମସ୍ୟାର ସମାଧାନ କରିବାକୁ ଶିଖାଏ । ଯଦି ଆଜିର ପିଲାମାନେ ନିଜେ ବିଶ୍ଳେଷଣ କରିବା ଛାଡ଼ିଦେବେ, କାରଣ ଏଆଇ ସେମାନଙ୍କୁ ସେକେଣ୍ଡରେ ଉତ୍ତର ଦେଇଦେଉଛି, ତେବେ ଆମେ ନିଜର ନେତୃତ୍ୱ ନେବାର ଶକ୍ତି ହରାଇବା ।

ଯେଉଁ ସମାଜ ସର୍ଚ୍ଚ ରେଜଲ୍ଟ ବାହାରେ ଚିନ୍ତା କରିପାରେନାହିଁ, ସେ ପରିବେଶ, ଅର୍ଥନୀତି କିମ୍ବା ନୈତିକ ସଙ୍କଟର ସମାଧାନ କରିପାରିବ ନାହିଁ । ଯେତେବେଳେ ‘ଉପଭାକ୍ତା’ ନିଜର ‘ଉପକରଣ’ ଠାରୁ କମ୍ ବୁଦ୍ଧିମାନ ହୋଇଯାଏ, ସେତେବେଳେ ସଭ୍ୟତାର ପତନ ଘଟେ । ଆମେ ଏପରି ଏକ ଭବିଷ୍ୟତର ସାମ୍ନା କରୁଛୁ ଯେଉଁଠି ମଣିଷ ଏଆଇ’ର ମାଲିକ ନୁହେଁ, ବରଂ ଜଣେ ଅସହାୟ ଯାତ୍ରୀ ହୋଇ ରହିଯିବ ।

ଉପସଂହାର: ‘ଧୀର’ କଲମର ଜ୍ଞାନ (The Wisdom of the ‘Slow’ Pen) ଏହା ଟେକ୍ନୋଲୋଜି ବିରୁଦ୍ଧରେ ଏକ ଯୁଦ୍ଧ ନୁହେଁ । ଏହା ଜ୍ଞାନର ଏକ ଆହ୍ୱାନ । ଆମେ ଆମର ଧୀର, ଜୈବିକ ମସ୍ତିଷ୍କକୁ କ୍ଷୀପ୍ର ସିଲିକନ୍ ମେସିନ୍ ପରି କାମ କରିବାକୁ ବାଧ୍ୟ କରିବା ଉଚିତ୍ ନୁହେଁ । ଆମର ଶିକ୍ଷା ବ୍ୟବସ୍ଥାରେ ଆମକୁ ‘ସମୟର ଚକକୁ ପଛକୁ ବୁଲାଇବାକୁ’ ହେବ । ଏହାର ଅର୍ଥ ହେଉଛି ‘ଧୀର କଲମ’ର ପବିତ୍ରତାକୁ ପୁନର୍ଜୀବିତ କରିବା । ଆମକୁ ସେହି ଅସଜଡ଼ା ହାତଲେଖା ନୋଟ୍କୁ ସମ୍ମାନ ଦେବାକୁ ହେବ, ଯାହା ମସ୍ତିଷ୍କର ପରିଶ୍ରମର ପ୍ରମାଣ । ଲେଖିବା ବେଳେ ଯେଉଁ ସମୟ ଲାଗେ, ତାହା ମସ୍ତିଷ୍କକୁ ଚିନ୍ତା କରିବାକୁ ସୁଯୋଗ ଦିଏ । କଲମ ହେଉଛି ଭବିଷ୍ୟତ ପାଇଁ ଏକ ସ୍ଥାୟୀ ଆଧାର । କେବଳ ହାତକୁ ଧୀର କରିବା ଦ୍ୱାରା ହିଁ ଆମେ ମନକୁ ପ୍ରକୃତରେ ଗତିଶୀଳ କରିପାରିବା ।