ନୂଆଦିଲ୍ଲୀ : ଦକ୍ଷିଣ କଲମ୍ୱିଆର ପୁଟୁମାୟୋ ଅଞ୍ଚଳରେ ସୋମବାର ସକାଳେ ଏକ ଭୟାବହ ବିମାନ ଦୁର୍ଘଟଣା ଘଟିଥିଲା। କଲମ୍ୱିଆ ବାୟୁ ସେନାର ଲକହିଡ୍ ମାର୍ଟିନ ହରକ୍ୟୁଲିସ୍ ସି-୧୩୦ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଇକ୍ୱାଡୋର ସୀମାର ନିକଟବର୍ତ୍ତୀ ପ୍ୟୁର୍ଟୋ ଲେଗୁଇଜାମୋ ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓ ଫୁଟେଜରେ ବିମାର ଭଗ୍ନାବଶେଷ ଭୟଙ୍କର ନିଆଁର ଆସ୍ତରଣ ଭିତରେ ଥିବାର ଦେଖିବାକୁ ମିଳିଥିଲା। ହେଲେ ଏବେସୁଦ୍ଧା ମୃତାହତଙ୍କ ସଂଖ୍ୟା ସରକାରୀ ଭାବେ ସ୍ପଷ୍ଟ ହୋଇ ନାହିଁ।
ପ୍ରତିରକ୍ଷା ମନ୍ତ୍ରୀ ପେଡ୍ରୋ ଅର୍ନୁଲ୍ଫୋ ସାଞ୍ଚେଜ ଏକ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି ଯେ, ବିମାନ ସଶସ୍ତ୍ର ବାହିନୀର ସୈନିକମାନଙ୍କୁ ନେଇଯାଉ ଥିଲା। ସେ କହିଛନ୍ତି , ବିମାନଟି ପୁଟୁମାୟୋର ପ୍ୟୁର୍ଟୋ ଲେଗୁଇଜାମୋରୁ ଉଡ଼ାଣ ଭରିବାର ପ୍ରୟାସ କରୁଥିଲା, ଯେତେବେଳେ କି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସାମରିକ ୟୁନିଟ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲା। ହେଲେ ମୃତାହତଙ୍କ ସଠିକ୍ ସଂଖ୍ୟା ଓ ଦୁର୍ଘଟଣାର କାରଣ ଏବେସୁଦ୍ଧା ଜଣାପଡ଼ି ନାହିଁ।
Con profundo dolor informo que un avión Hércules de nuestra @FuerzaAereaCol sufrió un trágico accidente mientras despegaba de Puerto Leguízamo (Putumayo), cuando transportaba tropas de nuestra Fuerza Pública.
— Pedro Arnulfo Sanchez S. Orgullosamente Colombiano (@PedroSanchezCol) March 23, 2026
Unidades militares ya se encuentran en el lugar de los hechos; sin…
କୋଲମ୍ୱିୟାର ସେନା ସୋମବାର କହିଛନ୍ତି ଯେ, ଦେଶର ଦକ୍ଷିଣୀ ଭାଗରେ ଏକ ପରିବହନ ବିମାନର ଦୁର୍ଘଟଣାଗ୍ରସ୍ତ ହେବାରେ ପାଖାପାଖି ୧୧୦ଜଣ ସୈନିକଙ୍କ ମୃତ୍ୟୁ ହେବାର ଆଶଙ୍କା କରାଯାଉଛି। ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁସାରେ ,ହର୍କ୍ୟୁଲିସ୍ ବିମାନରେ ଦୁଇ ପ୍ଲାଟୁନ (ମୋଟ ୧ ସୈନିକ) ବସି ଥିଲେ, ଯିଏ ଇକ୍ୱାଡୋରର ଦକ୍ଷିଣୀ ସୀମା ନିକଟରେ ସ୍ଥିତ ପ୍ୟୁର୍ଟୋ ଲେଗୁଇଜାମୋରୁ ଉଡ଼ାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେନା ଅନୁସାରେ , ବିମାନ ଟେକଅଫ୍ ବେଳେ ହିଁ କ୍ରାଶ୍ ହୋଇଛି।