ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ମାଲକାନଗିରିରେ କଂଗ୍ରେସ ଓ ସିପିଆଇଏମ ପକ୍ଷରୁ ଓଡିଶା ବନ୍ଦ ସଫଳ, ଦୋକାନ ବଜାର ସହ ଯାନବାହାନ ଚଳାଚଳ ବନ୍ଦ

Published By : Harapriya Sethi | July 17, 2025 11:03 AM

ମାଲକାନଗିରି,୧୭/୦୭: ମାଲକାନଗିରି ଜିଲ୍ଲାରେ ଓଡିଶା ବନ୍ଦ ଡାକରାର ପ୍ରଭାବ ପଡିଛି । ଜିଲ୍ଲା କଂଗ୍ରେସ ଦଳ ସଭାପତି ଜି ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ଜିଲ୍ଲା ସଦର ମହାକୁମାଠାରେ ଓଡିଶା ବନ୍ଦକୁ ସମର୍ଥନ କରି ବସ୍ ଷ୍ଟାଣ୍ଡ, ଡି ଏନ କେ କଲେଜ, ବାଲିମେଳା ଛକ ସହ ବିଭିନ୍ନ ଛକଠାରେ ଶତାଧିକ କଂଗ୍ରେସ କର୍ମୀ ପିକେଟିଂ କରିବା ସହିତ ଯାନବାହାନ ଅଟକାଇ ଥିଲେ । ଏହା ଦ୍ୱାରା ଜିଲ୍ଲା ସଦର ସହିତ ସାତଟି ବ୍ଲକରେ ଦୋକାନ ବଜାର, ଯାନବାହାନ ଚଳାଚଳ ଆଜି ସକାଳ ୬ଟା ଠାରୁ ବନ୍ଦ ରହିଛି । ଏହା ଦ୍ୱାରା ଯାତ୍ରୀ ଓ ସାଧାରଣ ଜନ ଜୀବନ ଅତିଷ୍ଠ ହୋଇପଡ଼ିଛନ୍ତି ।

ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାକୁ ନିନ୍ଦା କରି ମୃତକଙ୍କ ପରିବାରକୁ ନ୍ୟାୟ, କ୍ଷତିପୂରଣ ଦାବି କରିଛି କଂଗ୍ରେସ ଦଳ । ସମଗ୍ର ମାଲକାନଗିରି ଜିଲ୍ଲାରେ ଓଡ଼ିଶା ବନ୍ଦ ପ୍ରଭାବ ପଡିଛି । ଗଡ଼ୁନି ବସ୍, ଟ୍ରକ୍‌ ଏବଂ ଅନ୍ୟାନ୍ୟ ଗାଡ଼ି । ବନ୍ଦ ରହିଛି ଦୋକାନ ବଜାର, ପେଟ୍ରୋଲ ପମ୍ପ, ସ୍କୁଲ,କଲେଜ । ବିଭିନ୍ନ ଛକରେ କଂଗ୍ରେସ କର୍ମୀମାନେ ସକାଳୁ ସକାଳୁ ପିକେଟିଂ କରିବା ସହ ପ୍ରତିବାଦ କରୁଛନ୍ତି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଦାବି ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏଥିରେ ମାଲକାନଗିରି ନଗର କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ସମେତ ସିପିଆଇ, ସିପିଏମ୍ ଆଦି ଦଳ ସାମିଲ୍ ହୋଇଛନ୍ତି । 

ମାଲକାନଗିରି ଜିଲ୍ଲା ବନ୍ଦ ଡାକରାରେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସହର ଓ ବିଭିନ୍ନ ବ୍ଲକ, ଜିଲ୍ଲା ପାଳ ଅଫିସ ସହିତ ଅନ୍ୟାନ ଅଫିସ ସମ୍ମୁଖରେ ପୁଲିସ ଫୋର୍ସ ମୁତୟନ ସହିତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ବ୍ୟତିତ ମୋବାଇଲ୍ ପାଟ୍ରୋଲିଂ ଟିମ୍ ସହ ପିସିଆର୍ ଭ୍ୟାନ କଡ଼ାକଡ଼ି ପାଟ୍ରୋଲିଂ ବ୍ୟବସ୍ଥା ରଖାଯାଇଛି । ସ୍ଥାନୀୟ ଓ ଦୂରଗାମୀ ବସ୍‌ଗୁଡିକ ବସ୍‌ ଷ୍ଟାଣ୍ଡ ନିକଟରେ ଅଟକି ରହିଛି। ଦୂର ସ୍ଥାନକୁ ଯାଉଥିବା ଯାତ୍ରୀମାନେ ବସ୍‌ ଷ୍ଟାଣ୍ଡ ନିକଟରେ ଜଗି ରହିଛନ୍ତି । ଦୋକାନ ବଜାର ବନ୍ଦ ଥିବାରୁ ଜଳଖିଆ କିମ୍ବା ପାଣି ଟୋପାଏ ନପାଇ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଆନ୍ଦୋଳନରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା କଂଗ୍ରେସ ସଭାପତି ଜି ଶ୍ରୀନିବାସ ରାଓ (ଚିଟି), ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର, କେଶୁରାଓ, ପଦ୍ମପାଙ୍ଗି, ଇଷାକ ଖୋସଲା,ପର୍ଶୁରାମ ଭକ୍ତ, ପ୍ରାଣକୃଷ୍ଣ ମଣ୍ଡଳ, ରହିମନଖାନ, ସରୋଜ ପାତ୍ର, କୃଷ୍ଣ ଚନ୍ଦ୍ର ଅନୁଗୁ, ଇର୍ମା ପଡିଆମୀ, ପୁଷ୍ପା ରାଣୀ କବାସୀ, ଭୀମା ବାର୍ଶେ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ବାଲିମେଳା ଛକଠାରେ ସିପିଆଇଏମ ଜିଲ୍ଲା ସମ୍ପାଦକ ବ୍ରଜ ମାଝୀଙ୍କ ନେତୃତ୍ୱରେ ପିକେଟିଂ ସହ ବନ୍ଦ ପାଳନ ହୋଇଛି । ଏଥିରେ ସିପିଆଇଏମର ଭୂପେଶ କର୍ମକାର, କୃଷ୍ଣ ପାଣ୍ଡୀ, ଧବୁଲୁ ବେହେରା, ଏଆଇଟିୟୁସି ର ଜିଲ୍ଲା ସମ୍ପାଦକ ଦୁର୍ଗା ମହାନନ୍ଦିଆ ପ୍ରମୁଖ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.