ବଲାଙ୍ଗିର,୨୨।୬ : କଂଗ୍ରେସ ପକ୍ଷରୁ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗଣ୍ଡବାହାଲ ଗ୍ରାମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର ଯୋଗ ଦେଇ କହିଥିଲେ ଯେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ସବୁ ଫେଲ ମାରିଛି ।
ନିର୍ବାଚନୀ ଇସ୍ତାହାରରେ ୩୦୦ ୟୁନିଟ ବିଜୁଳି ମାଗଣା, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା ୩୫୦୦ ଟଙ୍କା, ସୁଭଦ୍ରା ଯୋଜନାରେ ମା’ ମାନଙ୍କୁ ୫୦ହଜାର ଟଙ୍କା ଦେବୁ ଏବଂ ସମସ୍ତ ଉତ୍ପାଦିତ ଧାନ ବିନା କଟନି ଛଟନିରେ କିଣାଯିବ ବୋଲି ପ୍ରତିଶ୍ରୁତି ଦେଇ ସରକାରକୁ ଆସିଲା ପରେ ପାଳନ ନ କରିବା ଦୁର୍ଭାଗ୍ୟ ବିଷୟ ବୋଲି ଆଲୋକପାତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ନନ୍ଦ, କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ପର୍ଯ୍ୟବେକ୍ଷକ ପ୍ରଶାନ୍ତ ରାଉତ, ନାରୀନେତ୍ରୀ ମିଳନୀ ସାହୁ, ଛାତ୍ର ସଭାପତି ଚିନ୍ମୟ ପ୍ରଧାନ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ସରକାର ଉପରେ ବର୍ଷିଥିଲେ । ରଣ୍ଡା ସମିତି ସଭ୍ୟ ସୁଦାମ ନନ୍ଦ, ସୀତାରାମ କୁମ୍ଭାର, ରାଜେନ୍ଦ୍ର ତାଣ୍ଡିଙ୍କ ସହ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଦଳିତ ନେତା ଜ୍ୟୋତିଷ ମୁଗ୍ରୀ ସଭାପତିତ୍ୱ କରିଥିବା ବେଳେ ଅଙ୍କିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।