ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

Sam Pitroda: ସାମ୍‌ ପିଟ୍ରୋଡାଙ୍କ ‘ଚୀନ୍‌ ଆମ ଶତ୍ରୁ ନୁହେଁ’ ମନ୍ତବ୍ୟକୁ ନେଇ ସ୍ପଷ୍ଟୀକରଣ ଦେଲା କଂଗ୍ରେସ

Published By : Tapas Panda | February 17, 2025 5:38 PM

Image Courtesy: jagran

ନୂଆଦିଲ୍ଲୀ: କଂଗ୍ରେସ ନେତା ସାମ୍ ପିଟ୍ରୋଡାଙ୍କ ଏକ ମନ୍ତବ୍ୟକୁ ନେଇ ବିବାଦ ବୃଦ୍ଧି ପାଇଛି । ସେପଟେ କଂଗ୍ରେସ ତାଙ୍କର ଏହି ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛି । ବରିଷ୍ଠ କଂଗ୍ରେସ ନେତା ଏବଂ ରାଜ୍ୟସଭା ସାଂସଦ ଜୟରାମ ରମେଶ ସୋମବାର (୧୭ ଫେବୃଆରୀ, ୨୦୨୫) ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛନ୍ତି ଯେ, ଚୀନ୍ ଉପରେ ସାମ୍ ପିଟ୍ରୋଡା ଦେଇଥିବା ମନ୍ତବ୍ୟ ଦଳର ଔପଚାରିକ ମତାମତ ନୁହେଁ । ସେ କହିଛନ୍ତି ଯେ, ଭାରତର ବୈଦେଶିକ ନୀତି, ବାହ୍ୟ ସୁରକ୍ଷା ଏବଂ ଅର୍ଥନୈତିକ କ୍ଷେତ୍ର ପାଇଁ ଚୀନ୍ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି । କଂଗ୍ରେସ ପୂର୍ବରୁ ମୋଦୀ ସରକାରଙ୍କ ଚୀନ୍ ନୀତି ଉପରେ ପ୍ରଶ୍ନ ଉଠାଇଛି । ଚୀନ୍ ଉପରେ କଂଗ୍ରେସର ବିବୃତ୍ତି ଜାନୁଆରୀ ୨୮, ୨୦୨୫ରେ ପ୍ରକାଶିତ ପାଇଥିଲା । ଏଥିରେ ଭାରତର ଚୀନ୍ ସହିତ ସମ୍ପର୍କ ଏବଂ ସରକାରଙ୍କ ରଣନୀତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଯାଇଥିଲା । 

ଜୟରାମ ରମେଶ କହିଛନ୍ତି ଯେ, ଚୀନ୍‌ ସହିତ ଭାରତର ସମ୍ପର୍କ ସ୍ବାଭାବିକ ହୋଇଥିବା ନେଇ ମୋଦୀ ସରକାରଙ୍କ ଘୋଷଣା ଉପରେ କଂଗ୍ରେସ ସମୀକ୍ଷା କରିଛି । ଏଠାରେ ପ୍ରଶ୍ନ ଯେ,  ୨୦୨୪ ସୈନ୍ୟ ଅପସାରଣ ଚୁକ୍ତିକୁ ନେଇ ଅନେକ ପ୍ରଶ୍ନର ଉତ୍ତର ମିଳିନଥିବା ବେଳେ ମୋଦୀ ସରକାର ଏଭଳି ନିଷ୍ପତ୍ତି କାହିଁକି ନେଇଛନ୍ତି । ସେ କହିଛନ୍ତି ଯେ, ଭାରତ ଏବଂ ଚୀନ୍ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ପୁନଃସ୍ଥାପିତ କରିବାକୁ ରାଜି ହୋଇଛନ୍ତି । ଯେଉଁଥିରେ ସିଧାସଳଖ ବିମାନ ଉଡ଼ାଣ, କୈଳାସ ମାନସରୋବର ଯାତ୍ରା ପୁନଃଆରମ୍ଭ ଏବଂ ଉଦାର ଭିସା ନୀତି ଭଳି ପ୍ରସଙ୍ଗ ଅନ୍ତର୍ଭୁକ୍ତ । କିନ୍ତୁ ସରକାର ଏହା ସ୍ପଷ୍ଟ କରିନାହାନ୍ତି ଯେ, ଲଦାଖର ୨୦୦୦ ବର୍ଗ କିଲୋମିଟର ଅଞ୍ଚଳକୁ ଫେରାଇ ଆଣିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି । 

ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ଚୀନକୁ ଲାଭ ଦେଇଛି। ସେ କହିଛନ୍ତି, ‘ଯେତେବେଳେ ପ୍ରଧାନମନ୍ତ୍ରୀ କହିଲେ ଆମ ସୀମାରେ କେହି ପ୍ରବେଶ କରିନାହାନ୍ତି କିମ୍ବା କେହି ଭିତରେ ନାହାନ୍ତି । ସେତେବେଳେ ଚୀନ୍ ଚାରି ବର୍ଷ ପର୍ଯ୍ୟନ୍ତ ଆଲୋଚନା ଟାଳିବାକୁ ସୁଯୋଗ ପାଇଗଲା। ଏହି ସମୟ ମଧ୍ୟରେ, ଚୀନ୍ ରଣନୈତିକ କ୍ଷେତ୍ରଗୁଡ଼ିକ ଉପରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିଥିଲା ଏବଂ ଭାରତ-ଚୀନ୍ ବାଣିଜ୍ୟ ମଧ୍ୟ ବୃଦ୍ଧି ପାଇଥିଲା ।’

ସୂଚନାଯୋଗ୍ୟ, ଚୀନକୁ ନେଇ କଂଗ୍ରେସ ନେତା ସାମ୍ ପିଟ୍ରୋଡାଙ୍କ ମନ୍ତବ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି । ଚୀନ୍‌କୁ ଭାରତ ଶତ୍ରୁ ଭାବରେ ବିବେଚନା କରିବା ବନ୍ଦ କରୁ ବୋଲି ପରାମର୍ଶ ଦେଇଛନ୍ତି ପିଟ୍ରୋଡା । ସେପଟେ ତାଙ୍କର ଏହି ମନ୍ତବ୍ୟକୁ ଜୋରଦାର ବିରୋଧ କରିଛି ବିଜେପି ।  ଭାରତୀୟ ଜନତା ପାର୍ଟି (ବିଜେପି) ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ଉପରେ ବର୍ଷିଛି । କଂଗ୍ରେସର ଏହା ଚୀନ୍‌ ପ୍ରତି ଏକ ଭାବପ୍ରବଣ ଆକର୍ଷଣ ବୋଲି ଅଭିଯୋଗ କରିଛି ବିଜେପି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.