ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କଟାକ୍ଷର ଜବାବ ଦେଲା ବିଜେପି, ଏକ୍ସରୁ 'ପିଏମ୍ ଗାଏବ' ପୋଷ୍ଟ ହଟାଇଲା କଂଗ୍ରେସ

Published By : Ankita S | April 30, 2025 2:28 PM

ନୂଆଦିଲ୍ଲୀ,୩୦/୦୪: ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ବିରୋଧୀ ସରକାରଙ୍କ ସହିତ ଅଛି । ହେଲେ ସମାଲୋଚନା କରିବାରୁ ବି ପଛକୁ ହଟିନାହିଁ ।  କଂଗ୍ରେସ ତାର 'ଏକ୍ସ'ରେ ମୁଣ୍ଡବିହୀନ  ଏକ ଫଟୋ ପୋଷ୍ଟ କରିଥିଲା । ଯାହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ କଥା କଟାକଟି ପରିସ୍ଥିତି ଉପୁଜିଛି । କଟାକ୍ଷର  କଡ଼ା ଜବାବ ଦେଇଥିଲା ବିଜେପି । ଏହାପରେ ପୋଷ୍ଟକୁ ହଟାଇ ଦେଇଛି କଂଗ୍ରେସ ।

କଂଗ୍ରେସ ମୁଣ୍ଡ ନଥିବା  ଫଟୋ ପୋଷ୍ଟ କରି କ୍ୟାପସନ୍‌ରେ ଲେଖିଥିଲା, 'ଦାୟିତ୍ୱ ସମୟରେ ଗାଏବ' । ଫଟୋଟିରେ ବ୍ୟକ୍ତି ଜଣକ ହଳଦିଆ କୁର୍ତ୍ତା,  ଜୋତା ପିନ୍ଧିଥିବା ଦେଖିବାକୁ ମିଳିଥିଲା ।  ପ୍ରଧାନମନ୍ତ୍ରୀଙ୍କ ପୋଷାକ ପରିଧାନ ପରି ହୋଇଥିବା ଅନୁମାନ କରାଯାଉଥିଲା। ଏହାକୁ ନେଇ ରାଜନୀତି ଘମାସାନ ହୋଇଥିଲା । କଂଗ୍ରେସର କଟାକ୍ଷକୁ ଜବାବ ଦେଇଛି ବିଜେପି । ଏହାପରେ ପୋଷ୍ଟକୁ 'ଏକ୍ସ'ରୁ ହଟାଇ ଦେଇଛି କଂଗ୍ରେସ ।

କଂଗ୍ରେସ ସୋସିଆଲ ମିଡ଼ିଆ ମୁଖପାତ୍ର ସୁପ୍ରିୟା ଶ୍ରୀନେତଙ୍କୁ ଏହି ଫଟୋକୁ ହଟାଇ ଦେବାକ କୁହାଯାଇଥିଲା ।  ପହଲଗାମ ଆତଙ୍କୀ ଆକ୍ରମଣ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ  ଉକ୍ତ ପୋଷ୍ଟ କରିଥିଲା କଂଗ୍ରେସ ।

କଂଗ୍ରେସର ଏହି ପୋଷ୍ଟର ଜବାବ ଦେଇ ବିଜେପି ନେତା ଅମିତ ମାଲବୀୟ କହିଥିଲେ, ରାହୁଲ ଗାନ୍ଧୀ ଯେକୌଣସି କଥାକୁ ନେଇ ପିଏମ୍ ମୋଦିଙ୍କ ବିରୋଧରେ ହିଂସା ଉସକାଉଛି । ହେଲେ କେବେ ବି କଂଗ୍ରେସ ସଫଳ ହୋଇନାହିଁ । କାରଣ ପ୍ରଧାନମନ୍ତ୍ରୀ ଉପରେ ଲକ୍ଷ ଲକ୍ଷ ଭାରତୀୟଙ୍କ ଭଲପାଇବା ଏବଂ ଆର୍ଶୀବାଦ ରହିଛି । ସେହିପରି ବିଜେପି ନେତା ଶାହନବାଜ ହୁସେନ ଏହାକୁ ନିନ୍ଦନୀୟ କାର୍ଯ୍ୟ ବୋଲି କହି ଏହା କେବଳ ପ୍ରଧାନମନ୍ତ୍ରୀଙ୍କର ନୁହେଁ ଦେଶର ଅପମାନ ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.