ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ୱକଫ୍ ସଂଶୋଧନକୁ ତୀବ୍ର ବିରୋଧ, ବିଲ୍‌ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ କଂଗ୍ରେସ

Published By : Swapna Ray | April 4, 2025 3:27 PM

ନୂଆଦିଲ୍ଲୀ, ୪।୪: ଲୋକ ସଭା ପରେ, ରାଜ୍ୟ ସଭାରେ ମଧ୍ୟ ୱକଫ ସଂଶୋଧନ ବିଲ୍‌ ପାରିତ ହୋଇଛି । ତେବେ କଂଗ୍ରେସ ଏହି ବିଲ୍‌କୁ ମଞ୍ଜୁରୀ ଦେଇନଥିବା ବେଳେ ଏହାର ତୀବ୍ର ବିରୋଧ କରିଛି । ଦେଶର ସବୁଠି ପୁରୁଣା ରାଜନୈତିକ ଦଳର କହିବାନୁସାରେ, ଖୁବ୍‌ଶୀଘ୍ର ଏହି ବିଲ୍‌ ବିରୋଧରେ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ । କେବଳ ଏତିକି ନୁହଁ, ୱକଫ (ସଂଶୋଧନ) ବିଲ୍, ୨୦୨୪ର ସାମ୍ବିଧାନିକ ବୈଧତାକୁ ବି କୋର୍ଟରେ ଚ୍ୟାଲେଞ୍ଜ କରିବ । 

 ‘କଂଗ୍ରେସ ଖୁବ୍‌ଶୀଘ୍ର ସୁପ୍ରିମକୋର୍ଟରେ ୱକଫ ସଂଶୋଧନ ବିଲ୍‌, ୨୦୨୪ର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରିବ’ । ଆମର ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ଆମେ ଭାରତର ସମ୍ବିଧାନରେ ଥିବା ନୀତି, ବ୍ୟବସ୍ଥା ଏବଂ ଅଭ୍ୟାସ ଉପରେ ମୋଦି ସରକାରଙ୍କ ସମସ୍ତ ଆକ୍ରମଣକୁ ବିରୋଧ କରିବୁ ବୋଲି ବୋଲି ଏକ୍ସରେ ଏକ ପୋଷ୍ଟରେ ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି । ରାଜ୍ୟ ସଭାରେ ୱକଫ ବିଲ୍‌ ଉପରେ ଆଲୋଚନା ବେଳେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କଡ଼ା ବିରୋଧ କରାଯାଇଥିଲା, ଯେଉଁମାନେ ବିଲ୍‌କୁ ‘ମୁସଲମାନ ବିରୋଧୀ’ବୋଲି କହିଥିଲେ । କହିରଖୁ କି, ପୂର୍ବରୁ ଏମକେ ଷ୍ଟାଲିନ ୱକଫ ବିଲ୍ ସମ୍ପର୍କରେ କୋର୍ଟର ଦ୍ୱାରସ୍ଥ ହେବାକୁ ଘୋଷଣା କରିଥିଲେ । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ ସଭାପତି ଏମକେ ଷ୍ଟାଲିନ ଗୁରୁବାର କହିଥିଲେ ଯେ, ତାଙ୍କ ଦଳ ଏହି ବିଲ୍‌ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିବ ।

ଲୋକ ସଭାରେ ବିଲ୍‌ ପାସ୍ ହେବା ବିରୋଧରେ ପ୍ରତିବାଦ ଜଣାଇ ଏମ କେ ଷ୍ଟାଲିନ କଳାପଟି ପିନ୍ଧି ବିଧାନସଭାରେ ବିରୋଧ ପ୍ରଦର୍ଶନ କରିଥିଲେ । ସେ କହିଥିଲେ ଯେ, ‘ଭାରତର ବହୁ ସଂଖ୍ୟକ ଦଳର ବିରୋଧ ସତ୍ତ୍ୱେ, କିଛି ସହଯୋଗୀଙ୍କ ନିର୍ଦ୍ଦେଶରେ ରାତି ୨ଟାରେ ସଂଶୋଧନ ଗ୍ରହଣ କରିବା ସମ୍ବିଧାନର ଗଠନ ଉପରେ ଆକ୍ରମଣ ।‘ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ୱକଫ ବିଲ୍‌କୁ ବିରୋଧ କରି କହିଥିଲେ ଯେ, ଏହି ବିଲ୍‌ ମାଧ୍ୟମରେ ମୁସଲମାନମାନଙ୍କୁ ଦମନ କରିବାକୁ ଚେଷ୍ଟା କରି ସରକାର ବିବାଦ ଏବଂ ସଂଘର୍ଷର ମଞ୍ଜି ବୁଣୁଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.