ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Ranveer Allahbadia: ରଣବୀର ଆହ୍ଲାବାଦିଆଙ୍କ ପିଛା ଛାଡୁନି ବିବାଦ, ଆଉ ଏକ ମାମଲା ରୁଜୁ କଲା ରାଜସ୍ଥାନ ପୋଲିସ

Published By : Bijay Swain | February 17, 2025 6:40 PM

Image courtesy: indiatoday

ନୂଆଦିଲ୍ଲୀ: କମେଡି ଶୋ ଇଣ୍ଡିଆ ଗଟ ଲାଟେଣ୍ଡରେ ବିବାଦିୟ ବୟାନ ଦେବା ପରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ହରଡ ଘଣାରେ ଫଶିଯାଇଛନ୍ତି। ତାଙ୍କ ନାମରେ ଫୁଣି ଆଉ ଏକ ମାମଲା ରୁଜୁ କରିଛି ରାଜସ୍ଥାନ ପୋଲିସ। ଖବର ମୁତାବକ ଜୟପୁରରେ ଥିବା ଜୟ ରାଜପୁତାନା ସଂଘ ଆହ୍ଲାବାଦିଆ, ସମୟ ରାଇନା, ଆଶିଷ ଚଞ୍ଚଲାନି, ଅପୂର୍ବା ମୁଖିଜା ଓ ଶୋ’ର ଅନ୍ୟ କେତେକଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲା ଭାରତୀୟ ନ୍ୟାୟ ସଂହିତା, ସୂଚନା ପ୍ରଯୁକ୍ତିବିଦ୍ୟା ଓ ଅନ୍ୟ ଦଫାରେ ସମସ୍ତଙ୍କ ଉପରେ ମାମଲା ରୁଜୁ କରାୟାିଛି. 

ଏହି ମାମଲାଟିକୁ ଖର ପୋଲିସ ଥାନାକୁ ଟ୍ରନ୍ସଫର କରାଯାଇଛି। ବର୍ତ୍ତମାନ ଖର ପୋଲିସ ପୋଲିସ ଏହି ମାମଲାର ଛାନଭିନ କରୁଥିବା ନେଇ ସୂଚନା ମିଳିଛି। 

ଏହି ମାମଲାକୁ ମିଶାଇଲେ ଏଯାଏ ସୋ ର ସମସ୍ତ ଜଜ୍ ଙ୍କ ଉପରେ ମୋଟ ତିନିଟି ମାମଲା ଦାଏର ହୋଇସାରିଲାଣି। ଆହ୍ଲାବାଦିଆଙ୍କ ବିବାଦୀୟ ବୟାନ ପରେ ସମଗ୍ର ଦେଶରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ପୂର୍ବରୁ ଆସାମ ପୋଲିସ, ଗୌହାଟି ସାଇବର ୟୁନିଟ ଓ ମହାରାଷ୍ଟ୍ର ସାଇବର ୟୁନିଟ ଏହାକୁ ନେଇ ନିଜଆଡୁ ମାମଲା ରୁଜୁ କରିସାରିଛନ୍ତି। 

ଚଳିତ ବର୍ଷ ଫେବୃଆରୀ ୨୪ ତାରିଖରେ ଇଣ୍ଡିଆ ଗଟ ଲାଟେଣ୍ଡ ନାମକ ଏକ କମେଡି ଶୋ ରେ ଏକ ଜଜ୍ ରୁପେ ୟୁଟ୍ୟବର ରଣବୀର ଆହ୍ଲାବାଦିଆ ଯୋଗ ଦେଇଥିଲେ। ତେବେ ଏହି ଶୋ ରେ ଭାଗ ନେଇତିବା ଜଣେ ପ୍ରତିଯୋଗିଙ୍କୁ ରଣବୀର ତାଙ୍କ ପିତାମାତାଙ୍କ ସହ ଯୌନ ସମ୍ପର୍କକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ବିଭିନ୍ନ ସୋଶିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରୋଲ କରାଯିବା ସହ ତାଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଆଉ ଏହାକୁ ନେଇ ସୋମବାର ମହାରାଷ୍ଟ୍ର ସାଇବର ୟୁନିଟ ଆହ୍ଲାବାଦିଆଙ୍କ ପାଇଁ ଏକ ସମନ ଜାରି କରିଥିଲା।

ଏହି କମେଡି ଶୋ ର ପ୍ରତିଷ୍ଠାତା ସମୟ ରାଇନା ବର୍ତ୍ତମାନ ଏହି ଶୋକୁ ବନ୍ଦ କରିଦେବା ସହ ଚ୍ୟାନେଲରେ ଥିବା ସବୁ ପୁରାତନ ଭିଡିଏକୁ ଡିଲିଟ କରିଦେଇଛନ୍ତି। ଅନ୍ୟପଟେ ଚଲିତ ମାସ ୧୨ ତାରିଖରେ ମୁମ୍ୱାଇ ପୋଲିସ ମୁଖିଜାଙ୍କ ବୟାନ ମଧ୍ୟ ରେକର୍ଡ କରିଛି। ତେବେ ଜାତୀୟ ମହିଳା କମିଶନ ପକ୍ଷରୁ ମଧ୍ୟ ସମନ ଜାରି କରାଯାଇଥିଲା। ତେବେ ସମନର ପ୍ରତିଉତ୍ତରରେ ସମୟ ଏବଂ ମୁଖିଜା ଜାତୀୟ ମହିଳା କମିଶନହ୍କ ନିକଟରେ ହାଜିର ହୋଇ ନିଜ ବୟାନ ଦେଇଥିବା ବେଳେ ଆହ୍ଲାବାଦିଆ ଏହି ସମନର କୌଣସି ପ୍ରତିତ୍ତୋର ଦେଇନାହାନ୍ତି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.