ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

କେସିଙ୍ଗା ଏନ୍ଏସିରେ ପୂର୍ବତନ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନଦେବାକୁ ଅନୁରୋଧ, ନିର୍ବାହୀ ଅଧିକାରୀଙ୍କୁ କାଉନସିଲରଙ୍କ ଲିଖିତ ନିବେଦନ

Published By : Harapriya Sethi | June 21, 2025 10:25 AM

କେସିଙ୍ଗା,୨୧/୦୬: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆବଶ୍ୟକତା ଦୃଷ୍ଟିରୁ ଆହୁରି କେତେକ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ପ୍ରକ୍ରିୟା ଚାଲିଛି ।‌ ଏଥିରେ ଏନ୍ଏସିର କେତେକ ପୂର୍ବତନ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି କରିବା ପାଇଁ ପ୍ରଚେଷ୍ଟା ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । କିନ୍ତୁ ଏହାକୁ କେତେକ କାଉନସିଲର ବିରୋଧ କରିଛନ୍ତି । ଏନେଇ ୱାର୍ଡ ନମ୍ବର ୧ ର କାଉନସିଲର ମଞ୍ଜୁଲା ସାହୁ, ୱାର୍ଡ ନମ୍ବର ୨ ର ଭୁପେନ୍ଦ୍ର ଘିବେଲା, ୱାର୍ଡ ନମ୍ବର ୩ କଂଗ୍ରେସ କାଉନସିଲର ରୋହିତ ଜୈନ, ୱାର୍ଡ ନମ୍ବର ୫ ର ମଞ୍ଜୁ ମାଝୀ ଏବଂ ୱାର୍ଡ ନମ୍ବର ୧୧ କାଉନସିଲର ରମାକାନ୍ତ ଜେନାଙ୍କ ଦସ୍ତଖତରେ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଏବଂ ଏନ୍ଏସିର ପୂର୍ବତନ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନକରିବା ସମ୍ବନ୍ଧରେ ନିବେଦନ କରିଛନ୍ତି । 

ଅଭିଯୋଗକାରୀ କାଉନସିଲରଙ୍କ ଅନୁଯାୟୀ ପ୍ରକାଶ ଯେ, ଏନ୍ଏସିରେ କର୍ମଚାରୀଙ୍କ ଆବଶ୍ୟକତା ଦୃଷ୍ଟିରୁ କେତେକ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନେବା ବିଷୟ ସ୍ୱାଗତଯୋଗ୍ୟ । କିନ୍ତୁ ଏନ୍ଏସିରେ ପୂର୍ବରୁ ଚାକିରି କରି ଅବସର ନେଇଥିବା କେତେକ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନଦେବାକୁ ଅନୁରୋଧ କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ଏଠାରେ ପ୍ରକାଶ ଯେ, ଯେଉଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପାଇଁ ଚେଷ୍ଟା କରାଯାଉଛି ସେମାନଙ୍କ ନାମରେ ତାଙ୍କର ଚାକିରି କାର୍ଯ୍ୟକାଳ ସମୟରେ ଅନେକ ଅଭିଯୋଗ ରହିଛି ଓ ସେମାନଙ୍କ କାର୍ଯ୍ୟ ଶୈଳୀକୁ ମଧ୍ୟ କେସିଙ୍ଗା ଜନସାଧାରଣ ପସନ୍ଦ କରୁନଥିଲେ ବୋଲି ଅଭିଯୋଗ ହୋଇଛି । ତେଣୁ ଏ ବିଷୟରେ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ପରିଷଦର ପାଞ୍ଚ ଜଣ କାଉନସିଲର ଲିଖିତ ଭାବରେ ଜଣାଇଛନ୍ତି । ଏନେଇ ଏନ୍ଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କୁ ପଚାରିବାରୁ କାଉନସିଲ ବୈଠକରେ ଆଲୋଚନା କରାଯାଇ ଆଉଟସୋର୍ସିଂ ଜରିଆରେ ଏନ୍ଏସିରେ କେତେକ କର୍ମଚାରୀଙ୍କ ନିଯୁକ୍ତି ଦେବା ନିମନ୍ତେ ଟେଣ୍ଡର ଡକାଯାଇଛି ହେଲେ ତାହା ଫାଇନାଲ ହୋଇନାହିଁ । ଆଉଟସୋର୍ସିଂ ଏଜେନ୍ସି ଜରିଆରେ କର୍ମଚାରୀ ନିଯୁକ୍ତି ପାଇବେ ବୋଲି ନିର୍ବାହୀ ଅଧିକାରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.