ପ୍ରମୂଖ ଖବର
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ପ୍ଲେନ୍ କ୍ରାସ୍ ନେଇ ଟ୍ଵିଟ୍ କରି ଚେତାବନୀ ଦେଇଥିଲେ ମହିଳା ଜ୍ୟୋତିଷ, ୭ ଦିନ ପରେ ସତ ହେଲା ଭବିଷ୍ୟବାଣୀ

Published By : Rasmita Pradhan | June 13, 2025 12:34 PM

ଭୁବନେଶ୍ଵର, ୧୩/୦୬ : ୫ ଜୁନ୍ ୨୦୨୫ର ଗୋଟିଏ ଟ୍ଵିଟ୍, ଏହି ଟ୍ଵିଟ୍‌ରେ କରାଯାଇଥିଲା ଏମିତି କିଛି ଭବିଷ୍ୟବାଣୀ। ଯାହାକୁ ନେଇ ଏବେ ସମସ୍ତେ ଆଚମ୍ବିତ। ବିଶ୍ଵାସ କରିପାରୁ ନାହାଁନ୍ତି କେହି। ସତରେ କ'ଣ ଏହି ଭବିଷ୍ୟବାଣୀ ସତ ହୋଇଛି ? ନା ଏହା କେବଳ ଏକ ସଂଯୋଗ ? ଯାହାକୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ। ଏହି ଟ୍ଵିଟ୍‌ କରିଥିଲେ ଜଣେ ମହିଳା ଜ୍ୟୋତିଷ ଶର୍ମିଷ୍ଠା। ସେ ଏକ ବଡ଼ ବିମାନ ଦୁର୍ଘଟଣା ଏବଂ ଏଭିଏସନ ସେକ୍ଟରରେ ସମ୍ଭାବିତ ବିନାଶକୁ ନେଇ ଦେଇଥିଲେ ଚେତାବନୀ। 

ସେଦିନ ଶର୍ମିଷ୍ଠା ତାଙ୍କ ଟ୍ଵିଟ୍‌ରେ ଲେଖିଥିଲେ, ୨୦୨୫ରେ ଏଭିଏସନ୍ କ୍ଷେତ୍ରରେ ଅଗ୍ରଗତି ହେବ। ହେଲେ ଏହି ସମୟରେ ବଡ଼ ଦୁର୍ଘାଟଣା ଘଟିବାର ସମ୍ଭାବନା ରହିବ। ଯେତେବେଳେ ବୃହସ୍ପତି (ଗୁରୁ) ମୃଗଶିରା ଏବଂ ଆର୍ଦ୍ରା ନକ୍ଷତ୍ରରେ ରହିବେ, ସେତେବେଳେ ବିମାନ ଚଳାଚଳରେ ବିକାଶ ହେବ କିନ୍ତୁ ସୁରକ୍ଷା ଏବଂ ସ୍ଥିରତାର ଅଭାବ ରହିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ତାଙ୍କ ଟ୍ୱିଟ୍‌ରେ ଏହା ମଧ୍ୟ ଲେଖିଛନ୍ତି ଯେ "ମୁଁ ଏବେ ବି ନିଶ୍ଚିତ ଯେ, ବଡ଼ ବିମାନ ଦୁର୍ଘଟଣା ହେବ"। ଆଉ ଶର୍ମିଷ୍ଠାଙ୍କ ଟ୍ଵିଟ୍‌ର ଠିକ୍ ୭ ଦିନ ପରେ ସେହି ଭବିଷ୍ୟବାଣୀ ଏବେ ସତ ହୋଇଛି। 

୧୨ ଜୁନ୍ ଅପରାହ୍ନ ଗୋଟାଏ ୩୮ ମିନିଟ୍‌। ଅହମଦାବାଦରେ ଘଟିଲା ବଡ଼ ଦୁର୍ଘଟଣା। ଏୟାରପୋର୍ଟର କିଛି ଦୂରରେ କ୍ରାସ୍ ହୋଇଗଲା ଏୟାର ଇଣ୍ଡିଆର ବୋଇଂ ୭୮୭ ବିମାନ। ଆକାଶରେ ଛାଇଗଲା କଳା ଧୂଆଁର ଆସ୍ତରଣ। ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳରେ ୧୦୦୦ ଡିଗ୍ରୀ ସେଲସିଅସ୍ ଟପିଗଲା ତାପମାତ୍ରା। ମଣିଷ ପଶୁପକ୍ଷୀ ବର୍ତ୍ତିଲେନି କେହି। ଚାରିଆଡ଼େ ଶୁଭିଲା ଆର୍ତ୍ତ ଚିତ୍କାର। ବିମାନ ସହ ପୋଡ଼ି ପାଉଁଶ ହୋଇଗଲା ୨୬୫ ଜୀବନ। ଏଥିରୁ ବର୍ତ୍ତିଗଲେ ମାତ୍ର ଜଣେ ସୌଭାଗ୍ୟଶାଳୀ ବ୍ୟକ୍ତି। ହୁଏତ ସେଦିନ ତାଙ୍କ ଭାଗ୍ୟ ଟାଣ ଥିଲା। ଏଥିରୁ ଜଣାପଡ଼ୁଛି ଦୁର୍ଘଟଣାର ଭୟାବହତା। ଯାହାକୁ ନେଇ ଏବେ ସାରା ବିଶ୍ଵ ସ୍ତବ୍ଧ। ଏହି ଘଟଣା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଜ୍ୟୋତିଷ ଶର୍ମିଷ୍ଠାଙ୍କ ଭବିଷ୍ୟବାଣୀ। ତାଙ୍କର ଭବିଷ୍ୟବାଣୀକୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ। 

ଜ୍ୟୋତିଷ ଶର୍ମିଷ୍ଠା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ସିଂହ ରାଶିରେ ମଙ୍ଗଳ-କେତୁଙ୍କ ସଂଯୋଗ ଭାରତର କିଛି ସ୍ଥାନରେ ବାୟୁ ଦୁର୍ଘଟଣା, ବୈଷୟିକ ବିଫଳତା ଏବଂ ଅଗ୍ନି ଘଟଣା ଆଣିପାରେ। ଗୁଜରାଟ ଏବଂ ପଶ୍ଚିମ ଭାରତ ବିଶେଷ ଭାବରେ ସମ୍ବେଦନଶୀଳ ଅଞ୍ଚଳ ହୋଇପାରେ। ଯଦି ଶର୍ମିଷ୍ଠାଙ୍କ ଏହି ଭବିଷ୍ୟବାଣୀ ସତ୍ୟ, ତାହେଲେ ବିପଦ ଏପର୍ଯ୍ୟନ୍ତ ଟଳିନାହିଁ। ଆଗକୁ ଆହୁରି ଘଟିବ ବିନାଶ। ଜୁନ୍ ୨୦ ରୁ ଜୁଲାଇ ୫ ହେଉଛି ଆହୁରି ସମ୍ଵେଦନଶୀଳ ସମୟ। ଏହି ସମୟ ମଧ୍ୟରେ ଭାରତ ଏବଂ ବିଶ୍ଵରେ ଘଟିପାରେ ଆହୁରି ବଡ଼ ଅଘଟଣ। ବିଶେଷକରି ବିମାନ ଚଳାଚଳ, ସାମରିକ ଏବଂ ଶିଳ୍ପ କ୍ଷେତ୍ରରେ ଘଟିପାରେ ଦୁର୍ଘଟଣା।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.