କଳିଙ୍ଗନଗର, ୧୬।୧୨: ଯଖପୁରା ଥାନା ପଙ୍କପାଳ ବ୍ରାହ୍ମଣୀ ସେତୁ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି l ତାଙ୍କ ଚାରି ମାସର ଶିଶୁ ପୁତ୍ର ଗୁରୁତର ଆହତ ହୋଇଛି l ମୃତ ଦମ୍ପତି ହେଲେ ପଂକପାଳ ଗ୍ରାମର ମଇନ ଦଳାଇଙ୍କ ପୁଅ ଜନ୍ମଜେୟ ଦଳାଇ (୨୮) ଓ ତାଙ୍କ ପତ୍ନୀ ବୈଶାଖୀ ଦଳାଇ(୨୫) l ସେମାନେ ଏକ ବାଇକରେ କବାଟବନ୍ଧ ଆଡୁ ଆସୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା l