ଅଯୋଧ୍ୟା, ୧୩/୦୨ : ଓଡ଼ିଶା ପରେ ଏବେ ଉତ୍ତର ପ୍ରଦେଶର ବିଭିନ୍ନ କୋର୍ଟକୁ ବୋମା ଧମକ। ଅଯୋଧ୍ୟା ସମେତ ୧୯ ଜିଲ୍ଲା କୋର୍ଟକୁ ଉଡ଼ାଇଦେବାକୁ ଆସିଲା ଧମକ। ଏହି ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳି ଯାଇଛି। ତୁରନ୍ତ କୋର୍ଟ ପରିସରକୁ ଖାଲି କରିଦିଆଯାଇଛି। ଧମକ ଆସିଥିବା କୋର୍ଟ ପରସରରେ ସୁରକ୍ଷା କର୍ମୀ, ବମ୍ ସ୍କ୍ଵାଡ୍, ଡଗ୍ ସ୍କ୍ଵାଡ୍ ପହଞ୍ଚି ଛାନଭିନ୍ ଚଳାଇଛନ୍ତି।
ସୂଚନାନୁଯାୟୀ, ଶୁକ୍ରବାର ବାରାଣାସୀ, ଅଯୋଧ୍ୟା, ମେରଠ, ଏବଂ ମିର୍ଜାପୁର କୋର୍ଟକୁ ବମ୍ ରେ ଉଡାଇ ଦେବାକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ଏହାପରେ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଯିଏ ଜୁଆଡ଼େ ପାରିଲେ ଜୀବନ ବିକଳରେ ଦୌଡ଼ିଥିଲେ। ଖବର ପାଇ ସୁରକ୍ଷା ବାହିନୀ, ବମ୍ ସ୍କ୍ଵାଡ୍, ଡଗ୍ ସ୍କ୍ଵାଡ୍ କୋର୍ଟ ପରିସରରେ ପହଞ୍ଚି ଛାନଭିନ୍ ଚଳାଇଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ। ଧମକ ଆସିଥିବା ଇ-ମେଲ୍ ର ଯାଞ୍ଚ କରାଯାଉଛି। କୌଣସି ଗୁଜବ ଉପରେ ବିଶ୍ଵାସ ନକରିବାକୁ ଅପିଲ୍ କରାଯାଉଛି। ସାଇବର୍ ଟିମ୍ ଇମେଲ ଯାଞ୍ଚ କରୁଛି। ବାରମ୍ଵାର ଏଭଳି ଧମକପୂର୍ଣ୍ଣ କଲ୍ ଆସୁଥିବାରୁ ଦେଶରେ ଏକ ବଡ଼ ଆତଙ୍କୀ ଷଡ଼ଯନ୍ତ୍ର ଚାଲିଥିବା ସନ୍ଦେହ କରାଯାଉଛି। ଦେଶରେ ଆତଙ୍କୀଙ୍କ ସ୍ଲିପର ସେଲ୍ ଆକ୍ଟିଭ୍ ହୋଇଥିବା ଆଲୋଚନା ହେଉଛି।
ଏହି ଖବରଟିକୁ ପଢନ୍ତୁ- ଗାର୍ଲଫ୍ରେଣ୍ଡ୍ ସହ ପାର୍ଟି ସାରି ଫେରୁଥିଲା ଦ୍ଵାଦଶ ଛାତ୍ର, ଅଟୋକୁ ପିଟି ୬ ଜଣଙ୍କ ଉପରେ ଚଢାଇଦେଲା ଗାଡି