ନୂଆଦିଲ୍ଲୀ, ୧୩/୦୨ : ଲକ୍ଷ୍ନୌରେ ଛାତିଥରା ଦୁର୍ଘଟଣା। ୬ ଜଣଙ୍କୁ ଚାପିଦେଲା ଦ୍ଵାଦଶ ଶ୍ରେଣୀ ଛାତ୍ର। ଗାର୍ଲଫ୍ରେଣ୍ଡ୍ ସହ ଫେୟାରୱେଲ୍ ପାର୍ଟି ସାରି ଫେରିବା ବେଳେ ଘଟାଇଲା ଭୟଙ୍କର ଦୁର୍ଘଟଣା। ୫ ଗୁରୁତର, ଚିକିତ୍ସାଧୀନ ଅବସ୍ଥାରେ ୬ ବର୍ଷର ଶିଶୁ ମୃତ। ତେବେ ଦୁର୍ଘଟଣା ଘଟାଇବା ପରେ ଛାତ୍ର ଜଣଙ୍କ ଫେରାର୍ ହୋଇଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗାଡି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ କାନପୁର ରୋଡ୍ ସ୍ଥିତ ହନୁମାନ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜଣେ ଦ୍ଵାଦଶ ଶ୍ରେଣୀ ଛାତ୍ର କାରରେ ଗାର୍ଲଫ୍ରେଣ୍ଡ୍ ସହ ଫେୟାରୱେଲ୍ ପାର୍ଟି ସାରି ଫେରିବା ବେଳେ ଏକ ଅଟୋକୁ ଧକ୍କା ଦେଇ ୬ ଜଣ ପଥଚାରୀଙ୍କ ଉପରେ ଗାଡି ଚଢାଇ ଦେଇଥିଲା। ଏହି ଦୁର୍ଘଟଣାରେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଜଣେ ୬ ବର୍ଷର ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେପଟେ ଦୁର୍ଘଟଣା ଘଟାଇ ନାବାଳକ ଗାର୍ଲଫ୍ରେଣ୍ଡକୁ ଗାଡିରୁ ଓହ୍ଲାଇ ଦେଇ ଫେରାର୍ ହୋଇଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି।
ଏହି ଖବରଟିକୁ ପଢନ୍ତୁ- ଅହମ୍ମଦାବାଦ ବିମାନ ଦୁର୍ଘଟଣା ନେଇ ନୂଆ ଖୁଲାସା, ମାମଲା ଛାଡ଼ିବାକୁ ମୃତକଙ୍କ ପରିବାରକୁ ୧୦-୨୦ ଲକ୍ଷ ଯାଚିଥିଲା ଏୟାର ଇଣ୍ଡିଆ