ନୂଆଦିଲ୍ଲୀ,୨୧/୦୨; ଭାରତୀୟ ଟିମ୍ ପାଇଁ ଖେଳି ସାରିଥିବା ଲେଗ୍ ସ୍ପିନର ରାହୁଲ ଚହର ପତ୍ନୀ ଇଶାନୀ ଜୋହରଙ୍କଠୁ ଛାଡପତ୍ର ନେଇଛନ୍ତି । ୨୦୨୨ ମାର୍ଚ୍ଚ ୯ରେ ଗୋଆରେ ଡେଷ୍ଟିନେସନ ୱେଡିଂ କରିଥିଲେ ରାହୁଲ-ଇଶାନୀ । ବିବାହର ଚତୁର୍ଥ ବର୍ଷ ପୂର୍ତ୍ତୀ ପାଳନ ପୂର୍ବରୁ ଦୁହେଁ ଅଲଗା ହୋଇଛନ୍ତି । ଆଇନଗତ ପ୍ରକ୍ରିୟାରେ ହୁହିଁଙ୍କ ରାସ୍ତା ଅଲଗା ହୋଇଛି । ୨୬ ବର୍ଷୀୟ ରାହୁଲ ଇନଷ୍ଟାଗ୍ରାମରେ ଭାବୁକ ପୋଷ୍ଟ କରି ଛାଡପତ୍ର ନେଇ ସୂଚନା ଦେଇଛନ୍ତି । କମ ବୟସରେ ବିବାହ କରିଥିଲେ ରାହୁଲ । ସେବେ ସେ ନିଜକୁ ଏବଂ ଜୀବନର ଦିଗକୁ ଭଲ ଭାବେ ବୁଝି ନଥିଲେ ବୋଲି କହିଛନ୍ତି । ରାହୁଲ ଭାରତ ପାଇଁ ଗୋଟିଏ ଦିନିକିଆ ଏବଂ ୬ଟି ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲ ଖେଳିଛନ୍ତି । ୧୦ ୱିକେଟ ହାତେଇଛନ୍ତି । ରାହୁଲ ଦୀର୍ଘ ଦିନ ହେବ ଭାରତୀୟ ଦଳରୁ ବାହାରେ ଥିଲେ ।
ଇନଷ୍ଟାଗ୍ରାମ ପୋଷ୍ଟରେ ରାହୁଲ ଲେଖିଛନ୍ତି, ''ମୁଁ କମ୍ ବୟସରେ ବାହା ହୋଇଥିଲି, ସେବେ ନିଜକୁ, ନିଜ ଜୀବନକୁ ଭଲ ଭାବେ ବୁଝିନଥିଲି । ଏହା ପରେ ଏମିତି ବର୍ଷ ଆସିଲା ଯାହାର ମୁଁ କେବେ କଳ୍ପନା କରିନଥିଲି । ଗତ ୧୫ ମାସ କୋର୍ଟରୁମରେ ବିତିଛି । ଯେଉଁଠି ମୁଁ ଧୈର୍ଯ୍ୟ, ମଜବୁତ ଏବଂ ସତର ଶକ୍ତି ଶିଖିଲି ।'' ସେ ଆହୁରି ଲେଖିଛନ୍ତି, ଆଇନ ପ୍ରକ୍ରିୟା ପୁରଣ ହେବା ପରେ ଏହି ଅଧ୍ୟାୟ ଏବେ ଔପଚାରିକ ଭାବେ ସମାପ୍ତ ହୋଇଛି । ମୁଁ ଏହି ଅଧ୍ୟାୟକୁ ରାଗ, ଅନୁତାପର ସହିତ ନୁହେଁ ବରଂ ସ୍ପଷ୍ଟତା ସହିତ ବନ୍ଦ କରିବାକୁ ଚାହୁଁଛି । କିଛି ସମ୍ପର୍କ ସବୁଦିନ ପାଇଁ ନଥାଏ । କିଛି ସମ୍ପର୍କ ଆମକୁ ଜାଗ୍ରତ, ଶିଖାଇବା ଏବଂ ବଦଳିବା ପାଇଁ ହୋଇଥାଏ । ମୁଁ ଏବେ ଅଧିକ ବୁଝାମଣା ଏବଂ ଆତ୍ମବିଶ୍ୱାସ ସହିତ ଆଗକୁ ବଛୁଛି । ଏହା ଶେଷ ନୁହେଁ ଏକ ନୂଆ ଆରମ୍ଭ ।''
ଏହା ବି ପଢନ୍ତୁ...ସୁପର-୮ ରାଉଣ୍ଡ୍ ପାଇଁ ଭାରତର ଜୋରଦାର ପ୍ରସ୍ତୁତି, ଅଭିଷେକଙ୍କ ଉପରେ ଫୋକସ୍
ରାହୁଲଙ୍କ କ୍ୟାରିୟର- ୨୬ ବର୍ଷୀୟ ରାହୁଲ ଭାରତ ପାଇଁ ଗୋଟିଏ ଦିନିକିଆ ଏବଂ ୬ଟି ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲ ଖେଳିଛନ୍ତି । ୧୦ ୱିକେଟ ହାତେଇଛନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୧ରେ ରାହୁଲ ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ । ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୬ରେ ରାହୁଲ ସିଏସକେ ପାଇଁ ଖେଳିବେ । ଚେନ୍ନାଇ ସୁପର କିଙ୍ଗସ ରାହୁଲଙ୍କୁ ମିନି ନିଲାମୀରେ ୫.୨୦ କୋଟି ଟଙ୍କାରେ କିଣିଥିଲା । ଏହା ପୂର୍ବରୁ ରାହୁଲ ଆଇପିଏଲରେ ରାଇଜିଂ ପୁନେ ସୁପଜାଏଣ୍ଟସ, ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଥିଲେ । ଆଇପିଏଲରେ ରାହୁଲ ୭୯ ମ୍ୟାଚ ଖେଳି ୨୮.୬୬ ହାରରେ ୭୫ ୱିକେଟ ନେଇଛନ୍ତି ।