ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଦୁଇ ସାଇବର ଠକଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ; ୧.୫୫ କୋଟି ଟଙ୍କା ଠକିନେଇଥିବା ନେଇ ରହିଥିଲା ଅଭିଯୋଗ

Published By : Bijay Swain | May 23, 2025 6:49 PM

ଭୁବନେଶ୍ୱର,୨୩/୦୫: ଅନଲାଇନ ପୁଞ୍ଜିନିବେଶ ନାଁରେ କୋଟିପତି ହେବାର ଲୋଭ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୧.୫୫ କୋଟି ଟଙ୍କା ଠକି ନେଇଥିବା ୦୨ ଜଣ ସାଇବର ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି, ତୟବ ଖାନ ଏବଂ ଫିରୋଜ ଖାନ। ଉଭୟଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି। 

ସୂଚନା ଅନୁଯାୟୀ ୨୦୨୫ ମସିହା ଜାନୁୟାରୀ ୧ ତାରିଖରେ ଭୁବନେଶ୍ୱରରେ ରହୁଥିବା ଜଣେ ବ୍ୟକ୍ତି ସାଇବର ଥାନାରେ ରିପୋର୍ଟ କରିଥିଲେ। ଅନଲାଇନରେ ପୁଞ୍ଜିନିବେଶ କରି ସେ ଠକାମିର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ପ୍ରଥମେ ତାଙ୍କୁ ଅଧିକ ଟଙ୍କା ଫେରସ୍ତ କରିବାର ଲୋଭ ଦେଖାଇ ପୁଞ୍ଜିନିବେଶ କରିବାକୁ ପ୍ରୋତ୍ସାହିତ କରିଥିଲେ। ଯାହା ଫଳରେ ଅଭିଯୋଗକାରୀ ଜଣକ ୧ କୋଟି ୫୦ ଲକ୍ଷ ୫୦ ହଜାର ଟଙ୍କା ସ୍ଥାନାନ୍ତର କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ଷତି ହେବା ସତ୍ତ୍ୱେ ସାଇବର ଠକ ମାନଙ୍କ ପ୍ରରୋଚନାରେ ଅଧିକ ଟଙ୍କା ନିବେଶ କରିବାକୁ ଚାପ ପକାଉଥିଲେ। କିନ୍ତୁ ଟଙ୍କା ଉଠାଇବାକୁ ଚେଷ୍ଟା କରିବା ସମୟରେ ସେମାନେ ଅଧିକ ଟଙ୍କା ନିବେଶ କରିବାକୁ ଦାବି କରୁଥିଲେ। ଦିନ ପରେ ଦିନ ଗଡ଼ିବା ସତ୍ତ୍ୱେ ତାଙ୍କ ଆକାଉଣ୍ଟରୁ ଟଙ୍କା ଫେରି ନଥିଲା। ପରେ ସେ ଏହା ସାଇବର ଠକଙ୍କ କାମ ବୋଲି ଜାଣିପାରିଥିଲେ। ଏ ସଙ୍କ୍ରାନ୍ତରେ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ। ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚ ମଧ୍ୟପ୍ରଦେଶର ତୟବ ଖାନ (୨୩)  ଏବଂ ଫିରୋଜ ଖାନ (୩୬)ଙ୍କୁ ଗିରଫ କରିଛି। 

ଅଭିଯୁକ୍ତ ୦୨ ଜଣ ନିଜକୁ ଟ୍ରେଡ ଆନାଲିଷ୍ଟ ଭାବେ ଉପସ୍ଥାପନ କରି ଅଭିଯୋଗକାରୀଙ୍କ ଠାରୁ ୧ କୋଟି ୫୦ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲେ। ତଦନ୍ତକାରୀ ଟିମ ଅଭିଯୁକ୍ତ ଦ୍ୱୟଙ୍କ ଠାରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଆଧାର କାର୍ଡ, ପ୍ୟାନ୍ କାର୍ଡ ଇତ୍ୟାଦି ସମେତ ବିଭିନ୍ନ ଅପରାଧମୂଳକ ସାମଗ୍ରୀ ଜବତ କରିଛି। ଏହି ମାମଲାରେ ପୂର୍ବରୁ ଠକମାନଙ୍କର ଏକାଧିକ  ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.