ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କୁମ୍ଭୀର ଗଣନା ପାଇଁ ସରିଲା ପ୍ରଶିକ୍ଷଣ, ୪ ରେଂଜ୍‌ରେ ଗଣନା କରିବେ ୨୨ ଟିମ୍‌

Published By : Prameya | January 18, 2025 1:34 PM

ରାଜନଗର,୧୮/୦୧: ରାଜନଗର ବନଖଣ୍ଡର ୪ଟି  ରେଂଜ୍‌ରେ କୁମ୍ଭୀର ଗଣନା ପାଇଁ ପ୍ରଶିକ୍ଷଣ ଶେଷ ହୋଇଛି  ା ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିନିକିଆ ପ୍ରଶିକ୍ଷଣ ଶିବିରରେ  ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରୁ ଆସିଥିବା  ସିସିଏଫ୍‌ ସମ୍ୟକ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ  ଦେଇଥିଲେ । ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ତଥା କୁମ୍ଭୀର ବିଶାରଦ  ଡ. ସୁଧାକର କର ଓ ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡ. ଶିବ  ପ୍ରସାଦ ପରିଡ଼ା ଏହି ଶିବିରରେ ଯୋଗଦେଇ ଫରେଷ୍ଟର,  ଫରେଷ୍ଟଗାର୍ଡ ଓ ଅନ୍ୟ ବନ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ  ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସହକାରୀ ବନ  ସଂରକ୍ଷକ ପୁନମହୀରା ହାଁସଦା, ଗଗନ ବିହାରୀ ମଲ୍ଲିକ, ଭଦ୍ରକ ବନଖଣ୍ଡର ସହକାରୀ ବନ ସଂରକ୍ଷକ ସୁମିତି  ମହାନ୍ତି ଉପସ୍ଥିତ ଥିଲେ । ଗବେଷକ ପ୍ରସନ୍ନ ନାୟକ  ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସହକାରୀ  ବନ ସଂରକ୍ଷକ ମାନସ ଦାସଙ୍କ ତତ୍ତ୍ୱାବଧାନରେ ଏହି  ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । 

କୁମ୍ଭୀର ଗଣନା  ପାଇଁ ରାଜନଗର ବନଖଣ୍ଡର ୪ଟି ରେଂଜ୍‌ରେ ୨୨ଟି ଦଳ  ଗଣନା କରିବେ । ୧୯ ତାରିଖଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ଗଣନା କରାଯିବ । କନିକା ରେଂଜ୍‌ ପାଇଁ ୧୧ଟି ଦଳ,  ରାଜନଗର ରେଂଜ୍‌ ପାଇଁ ୭ଟି ଦଳ, ଗହୀରମଥା ରେଂଜ୍‌  ପାଇଁ ୨ଟି ଦଳ ଓ ମହାକାଳପଡା ରେଂଜ୍‌ ପାଇଁ ୨ଟି ଦଳ  ଗଠନ କରାଯାଇଛି । ପ୍ରତ୍ୟେକ ଦଳରେ ୪/୫ ଜଣ  ଲେଖାଏଁ ଗଣନାକାରୀ ସାମିଲ ହୋଇ ଗଣନା କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.