ନୂଆଦିଲ୍ଲୀ: ୭ ଓ୍ବିକେଟରେ ୧୮୦ ରନ କଲା ଚେନ୍ନାଇ । ହାଇଦ୍ରାବାଦ ଆଗରେ ୧୮୧ ରନର ବିଜୟ ଲକ୍ଷ୍ୟ । ଚେନ୍ନାଇ ପକ୍ଷରୁ ଜଣେ ମଧ୍ୟ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିପାରିନାହାନ୍ତି । ବ୍ରେଭିସ୍ ସର୍ବାଧିକ ୪୪ ରନ କରିବାରେ ସକ୍ଷମ ହୋଇଛନ୍ତି ।

ଆଜିର ମ୍ୟାଚରେ ଚେନ୍ନାଇ ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ସାମସନ ଏବଂ ଗାଏକ୍ବାଡ଼ ଭଲ ଆରମ୍ଭ କରିଥିଲେ । ପ୍ରଥମ ଓଭରରେ ୧୬ ରନ କରିଥିଲେ । ମାତ୍ର ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ସାମସନ ୨୭ ରନ କରିଥିବାବେଳେ ଗାଏକ୍ବାଡ ୧୫ ରନ କରିଛନ୍ତି । ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କାର୍ତ୍ତିକ ଶର୍ମା ୩୨ ଏବଂ ଦୁବେ ୨୬ ରନ କରିଛନ୍ତି ।

ସେପଟେ ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ପାଟ କମିନ୍ସ ସର୍ବାଧିକ ୩ ଓ୍ବିକେଟ ନେବାରେ ସକ୍ଷମ ହୋଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସାକିବ ହୁସେନ ୨, ଇଶାନ ମଲିଙ୍ଗା ଏବଂ ପ୍ରଫୁଲ୍ଲ ହିଙ୍ଗେ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।