ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

କଟକ ସହ ପୁଣି ବିଶ୍ୱାସଘାତକତା ! ଉଠିଯିବ ପୁଲିସ ନିଯୁକ୍ତି ବୋର୍ଡ

Published By : Prameya | January 19, 2025 2:15 PM

କଟକ,୧୯/୦୧: କଟକ ସହ ଅତି  ଯୋଜନାବଦ୍ଧ ଭାବେ ବିଶ୍ୱାସଘାତ କରାଯାଇଛି ।  ବିଧିବଦ୍ଧ ଭାବେ କାର୍ଯ୍ୟାଳୟ ସ୍ଥାନାନ୍ତର ପୂର୍ବରୁ କୌଶଳକ୍ରମେ ଠିକଣାକୁ କଟକ ବଦଳରେ ଭୁବନେଶ୍ୱର କରି ଦିଆଯାଇଛି । ଏମିତି  କରି ଆଗାମୀ ଦିନରେ କାର୍ଯ୍ୟାଳୟ ସ୍ଥାନାନ୍ତର  ପାଇଁ ବାଟ ସଫା କରାଯାଇଥିବା ଅଭିଯୋଗ  ଉଠିଛି । ରାଜ୍ୟ ପୁଲିସ୍‌ ମୁଖ୍ୟାଳୟରେ ଥିବା  ଓଡ଼ିଶା ପୁଲିସ୍‌ ନିଯୁକ୍ତି (ରିକ୍ରୁଟ୍‌ମେଣ୍ଟ)  ବୋର୍ଡ ବିଜ୍ଞପ୍ତିରୁ ଏଭଳି ସାଂଘାତିକ ସତ୍ୟ ଓ  ତଥ୍ୟ ସାମ୍ନାକୁ ଆସିଛି । ବକ୍ସିବଜାର ପୁଲିସ୍‌  ମୁଖ୍ୟାଳୟରେ ଥିବା ଏହି ନିଯୁକ୍ତି ବୋର୍ଡର  କାର୍ଯ୍ୟାଳୟ ଏବେ ବି କଟକରେ ଚାଲିଥିବା  ବେଳେ ଏହାର ଠିକଣା ବଦଳି ଭୁବନେଶ୍ୱର  ହୋଇଯାଇଛି । ପୁଲିସ୍‌ ରିକ୍ରୁଟମେଣ୍ଟ ବୋର୍ଡ  ପକ୍ଷରୁ ଏସ୍‌ଆଇ ନିଯୁକ୍ତି ନିମନ୍ତେ ଆଜି  ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଠିକଣା  ଭୁବନେଶ୍ୱର ଲେଖାଯାଇଛି । କାର୍ଯ୍ୟାଳୟ  ସ୍ଥାନାନ୍ତର ପାଇଁ ଏଭଳି କାରସାଦି ହୋଇଥିବା  କଥା ଜଣାପଡ଼ିବା ପରେ ସହରବାସୀଙ୍କ  ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  

ମିଳିଥିବା ସୂଚନାନୁସାରେ, ଓଡ଼ିଶା  ପୁଲିସ୍‌ ସବ୍‌-ଇନ୍ସପେକ୍ଟର, ଆର୍ମଡ୍‌ ପୁଲିସ୍‌,  ଅଗ୍ନିଶମ ସେବା ସଂସ୍ଥା ଓ ଜେଲ୍‌ ବିଭାଗର  ଏସ୍‌ଆଇ ପାହ୍ୟାରେ ମିଳିତ ପରୀକ୍ଷା ଲାଗି  ରାଜ୍ୟ ସରକାର ୨୦୨୧ରେ ଓଡ଼ିଶା ପୁଲିସ୍‌  ରିକ୍ରୁଟମେଣ୍ଟ୍‌ ବୋର୍ଡ ଗଠନ କରିଥିଲେ ।  ବୋର୍ଡର କାର୍ଯ୍ୟାଳୟ କଟକ ବକ୍ସିବଜାରସ୍ଥିତ  ପୁଲିସ୍‌ ମୁଖ୍ୟାଳୟରେ ଖୋଲିଥିଲା ।  ୨୦୨୧ରେ ଗଠନ ହୋଇଥିବା ଏହି ବୋର୍ଡ  ଇତିମଧ୍ୟରେ ଚାରି ଥର ଏସ୍‌ଆଇ ପରୀକ୍ଷା  ପରିଚାଳନା କଟକରୁ ହିଁ କରିଛି । ମାତ୍ର ଗତ  ୧୭ ତାରିଖରେ ଜାରି ହୋଇଥିବା ନିଯୁକ୍ତି  ବିଜ୍ଞପ୍ତିରେ ପୁଲିସ୍‌ ନିଯୁକ୍ତି ବୋର୍ଡ କାର୍ଯ୍ୟାଳୟ,  ଭୁବନେଶ୍ୱର ବୋଲି ଲେଖାଯାଇଛି ।  

କଟକସ୍ଥିତ ପୁଲିସ୍‌ ମୁଖ୍ୟାଳୟରେ ଅଦ୍ୟାବଧି  ଉକ୍ତ ଅଫିସ କାର୍ଯ୍ୟ ଚାଲିଥିବା ବେଳେ  ଠିକଣା ଭୁବନେଶ୍ୱର ଉଲ୍ଲେଖ କରାଯିବା  ପଛରେ ଏକ ବିରାଟ ଷଡ଼ଯନ୍ତ୍ର ରହିଛି  ବୋଲି ଚର୍ଚ୍ଚା ହେଉଛି । ମିଳିଥିବା ତଥ୍ୟ  ମୁତାବକ, ଭୁବନେଶ୍ୱରରେ ଉକ୍ତ କାର୍ଯ୍ୟାଳୟ  ଅଦ୍ୟାବଧି ନିର୍ମାଣ ହୋଇନଥିଲେ ମଧ୍ୟ  ଏହାକୁ ସ୍ଥାନାନ୍ତର କରିବା ପାଇଁ ଏବେ ଭିତିରି  ଯୋଜନା ଚାଲିଛି । ପୂର୍ବରୁ କଳ୍ପନା ଛକ  ନିକଟରେ ଥିବା ଏକ ସରକାରୀ କ୍ୱାର୍ଟର୍ସରେ  ଚାଲିଥିବା କୋଷ୍ଟାଲ ସିକ୍ୟୁରିଟି କାର୍ଯ୍ୟାଳୟ  ଇତିମଧ୍ୟରେ ରସୁଲଗଡ଼କୁ ସ୍ଥାନାନ୍ତର ହେବା  ପରେ ଖାଲି ପଡ଼ିଥିବା ଉକ୍ତ କ୍ୱାର୍ଟର୍ସରେ  ପୁଲିସ୍‌ ରିକ୍ରୁଟ୍‌ମେଣ୍ଟ ବୋର୍ଡ କାର୍ଯ୍ୟାଳୟ  ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି । କ୍ୱାର୍ଟର୍ସ  ମରାମତି ଶେଷ ହେବା ପରେ କଟକରୁ ଫାଇଲ୍‌ ପତ୍ର ଭୁବନେଶ୍ୱରକୁ ବୁହା ହେବ  ବୋଲି ଖବର ମିଳିଛି । 

ସୂଚନାଯୋଗ୍ୟ, ଏହି  ନିଯୁକ୍ତି ବୋର୍ଡର ପ୍ରଥମ ଚେୟାରମ୍ୟାନ୍‌  ଯଶୋବନ୍ତ ଜେଠୱା ଥିଲେ । ତାଙ୍କ ପରେ  ବରିଷ୍ଠ ଆଇପିଏସ୍‌ ଡକ୍ଟର ସୁଂଧାଶୁ ଶେଖର  ଷଡ଼ଙ୍ଗୀ ଓ ପରେ ରାଜେଶ କୁମାରଙ୍କୁ  ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା ।  ଗତବର୍ଷ ଅବସରପ୍ରାପ୍ତ ଆଇପିଏସ୍‌ ସନ୍ତୋଷ  ଉପାଧ୍ୟାୟଙ୍କୁ ଚେୟାରମ୍ୟାନ୍‌ ଭାବେ ନିଯୁକ୍ତି  ମିଳିଥିଲା । ମାତ୍ର ଏବେ ଏହି କାର୍ଯ୍ୟାଳୟକୁ  କଟକରୁ ଭୁବନେଶ୍ୱରକୁ ଉଠାଇ ନେବା ପାଇଁ  ପ୍ରସ୍ତୁତି ଚାଲିଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.