ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବାତ୍ୟା 'ଦାନା' ଉଜାଡି ଦେଲା ପରିବା ଚାଷୀଙ୍କ ଜୀବିକା, ନଷ୍ଟ ହେଲା ଏକର ଏକର ଜମିର ଚାଷ

Published By : Harapriya Sethi | October 28, 2024 10:06 AM

ଚାନ୍ଦବାଲି, ୨୮/୧୦: ପନି ପରିବା ଚାଷର ପେଣ୍ଠସ୍ଥଳୀ ହେଉଛି ଉଗ୍ରତାରା ଗାଁ । ଏହି ଗାଁରୁ ଦୈନିକ ବାହାରୁଥିବା ପରିବାକୁ ଅପେକ୍ଷା କରିଥାନ୍ତି ଲୋକେ l ଏହି ପରିବା ଉପରେ  ନିର୍ଭରଶୀଳ ହୋଇ ଥାଆନ୍ତି ଚାନ୍ଦବାଲି, ମତୋ, ରାଜକନିକା ଭଳି ବଜାରରେ ଥିବା ଶହ ଶହ ବିଭିନ୍ନ ପରିବା ଦୋକାନୀ । ଯେଉଁ ପରିବା ଉତ୍ପାଦିତ ହୋଇଥାଏ ସେହି ପରିବାକୁ ସିଧାସଳଖ ଗ୍ରାହକ ବଜାରରେ କିଣା ବିକା କରିଥାନ୍ତି । ଏବେ ଏହି ବାତ୍ୟା 'ଦାନା' ପ୍ରଭାବରେ ଖାଉଟି ମାନଙ୍କୁ ମହଙ୍ଗା ପଡ଼ିପାରେ।

ବାତ୍ୟା 'ଦାନା' ପ୍ରଭାବରେ ଚାଷ ଗଲା,ବାସ ବି ଗଲା ଆଉ ପରିବା ଚାଷୀଙ୍କ ଜୀବିକା ମଧ୍ୟ ଉଜୁଡି ଗଲା । ଏବେ ଏହାକୁ ନେଇ ଚିନ୍ତାରେ ପରିବା ଚାଷୀ । କିଏ ଦୁଇ ଏକର ଜମିରେ ତ କିଏ ତିନି ଏକର ବିଶିଷ୍ଟ ଜମିରେ ଟମାଟୋ, ବାଇଗଣ, କଲରା, ଝୁଡଙ୍ଗ, ସିମିଳା ଲଙ୍କା, ମୂଳା, ଭେଣ୍ଡି, ଧନିଆ ପତ୍ର ଆଦି ବିଭିନ୍ନ ପନିପରିବା ବ୍ୟତୀତ ଉଦ୍ୟାନ ବିଭାଗ ମାଧ୍ୟମରେ ଶଙ୍କର ଜାତୀୟ ପିଜୁଳି , ଡାଳିମ୍ବ, ଥାଇଲାଣ୍ଡ କୋଳି ଚାଷ କରିଥିଲେ। ଚାଷରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ପରିଶ୍ରମ କରିଥିଲେ l ଆଉ ମାତ୍ର ମାସେ କିମ୍ବା ଦୁଇ ମାସ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତେ ।

କିନ୍ତୁ ବାତ୍ୟା 'ଦାନା' ପ୍ରଭାବରେ ପବନ ମାଡରେ ନଷ୍ଟ ହେବା ସହିତ ଲଗାଣ ବର୍ଷାର ପାଣିରେ ପଚି ସଢ଼ି ଯାଇଛି ସବୁ ପରିବା । ଅନେକ ଚାଷୀ ଜମିରେ ମଞ୍ଜି ମଧ୍ୟ ପୋତି ଥିଲେ। ଏବେ ବନ୍ୟା ଜଳରେ ବୁଡି ନଷ୍ଟ ହୋଇ ଯାଇଛି ଚାଷ । ୠଣ ଧାର କରଜ କରି ଯେଉଁ ପରିଶ୍ରମ କରିଥିଲେ,ସେ ସବୁ ବାତ୍ୟା 'ଦାନା' ପ୍ରଭାବରେ ନଷ୍ଟ ହୋଇ ଗଲା । ଏବେ କେବଳ ଗୋଟିଏ ଚିନ୍ତା, ଧାର କରଜ କରି ଥିବା ଟଙ୍କାକୁ ସୁଝିବେ କେମିତି? ଏହାକୁ ନେଇ ଏବେ ଚିନ୍ତାରେ ପରିବା ଚାଷୀ । ଯଦି ସରକାରୀ ସ୍ତରରେ କୋୖଣସି ସହାୟତା ବ୍ୟବସ୍ଥା କରନ୍ତେ, ତେବେ ଚାଷୀଙ୍କ ଜୀବନ ଜିବିକା ବଞ୍ଚି ଯାଇ ପାରନ୍ତା ବୋଲି ଚାଷୀ ଦାବି ରଖିଛନ୍ତି  l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.