PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଡ଼ମଣା ଛକରେ ଠିକାଦାରଙ୍କ ହାଇଡ୍ରାମା, ଏଟିଏମ୍ ରୁ ଟଙ୍କା ବାହାରିଲାନି ବୋଲି ବ୍ୟାଙ୍କ କାଚ ବାଡ଼େଇ ଭାଙ୍ଗିଲେ ଯୁବକ

ଭୁବନେଶ୍ଵର, ୨୬/୦୫ : ଟଙ୍କା ବାହାରିଲାନି ବୋଲି ବ୍ୟାଙ୍କ କାଚ ବାଡ଼େଇ ଭାଙ୍ଗିଲେ ଯୁବକ। ଡ଼ମଣା ଛକରେ ଥିବା ଇଣ୍ଡସିଣ୍ଡ ବ୍ୟାଙ୍କ କାଚ ଭାଙ୍ଗିବା ସହ ହାଇଡ୍ରାମା କଲେ ଯୁବକ। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ପହଞ୍ଚି ଯୁବକଙ୍କୁ କାବୁ କରିଛି।।

ସୂଚନାନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ଅଧୀନ ଡ଼ମଣା ଛକରେ ତୁମୁଳ କାଣ୍ଡ ଘଟାଇଛନ୍ତି ଜଣେ ଠିକାଦାର। ଏଟିଏମ୍ ରୁ ଟଙ୍କା ନ ବହାରିବାରୁ ସେଠାରେ ଥିବା ଇଣ୍ଡସିଣ୍ଡ ବ୍ୟାଙ୍କର କାଚ ଭାଙ୍ଗି ଦେଇଛନ୍ତି ବିଶ୍ୱଜିତ୍ ନାୟକ। ସ୍ଥାନୀୟ ବ୍ୟାଙ୍କ କର୍ମଚାରୀ ବିରୋଧ କରିବାରୁ ଗାଳି ଗୁଲଜ କଲେ ବିଶ୍ୱଜିତ୍। ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ୍ ପହଞ୍ଚି ବିଶ୍ୱଜିତ୍ ଙ୍କୁ କାବୁ କରିବା ସହ ସାଙ୍ଗରେ ଆଣିଥିବା ଗାଡ଼ିକୁ ଜବତ୍ କରିଛି। ତେବେ ବ୍ୟାଙ୍କର ପ୍ରବେଶ ଦ୍ଵାରରେ ଲାଗିଥିବା କାଚକୁ କାହିଁକି ଭାଙ୍ଗିଲେ ବୋଲି ପୁଲିସ୍ ପଚରାଉଚରା କରୁଛି।