ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଦାରିଙ୍ଗବାଡ଼ି ଲ୍ୟାମ୍ପ୍ ଆଗରେ ପରିଚାଳନା କମିଟି ସଭ୍ୟ/ସଭ୍ୟାଙ୍କ ଧାରଣା

Published By : Rasmita Pradhan | March 20, 2025 12:04 PM

ଦାରିଙ୍ଗବାଡ଼ି, ୨୦/୩ : ବିଭିନ୍ନ ଦାବି ନେଇ ଦାରିଙ୍ଗବାଡ଼ି ଲ୍ୟାମ୍ପ୍ ଆଗରେ ଧାରଣା ଦେଲେ ଲ୍ୟାମ୍ପ୍ ପରିଚାଳନା କମିଟିର ସଭ୍ୟ ସଭ୍ୟା। ଲ୍ୟାମ୍ପରେ ୧୭ଟି ବିକ୍ରେତା କେନ୍ଦ୍ର ରହିଥିବା ବେଳେ ମାତ୍ର ୫ ଜଣ ବିକ୍ରେତା ରହିଛନ୍ତି। ଫଳରେ ସାଧାରଣ ଲୋକଙ୍କୁ ସଠିକ୍ ଭାବେ ସେବା ଯୋଗାଇବାରେ ବିଫଳ ହେଉଛନ୍ତି। ଏଣୁ ଖାଲି ରହିଥିବା ୧୨ଟି ବିକ୍ରେତା ପଦବୀ ଯଥାଶୀଘ୍ର ପୂରଣ ନିମନ୍ତେ ଦାବି କରିଛନ୍ତି ସଭ୍ୟସଭ୍ୟା । 

ଅପର ପକ୍ଷରେ ଲ୍ୟାମ୍ପ୍‌ର ପୂର୍ବତନ ଏମଡି ଅଗାଧୁ ମହାରଣା ୭ ବର୍ଷ ପୂର୍ବେ ଅବସର ଗ୍ରହଣ କରିଥିଲେ। ଅବସର ଗ୍ରହଣ କରିବା ପରେ ଜରୁରୀ ଆବଶ୍ୟକତାକୁ ଗ୍ରହଣ କରି ପରିଚାଳନା କମିଟିର ସୁପାରିଶ କ୍ରମେ ସ୍ୱଳ୍ପ ଦରମା ଦେଇ କିଛି ବର୍ଷ ପାଇଁ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଇଥିଲା। ହେଲେ ସେ କିଛି ବର୍ଷ ବଦଳରେ ଦୀର୍ଘ ୭ ବର୍ଷ ହେଲା ଲ୍ୟାମ୍ପରେ କାର୍ଯ୍ୟ କରୁଛନ୍ତି। ସେ ଅନେକ ବିଶୃଙ୍ଖଳା କରୁଥିବା ତାଙ୍କ ନାମରେ ଅଭିଯୋଗ ହୋଇଛି। ତେଣୁ ତାଙ୍କୁ ଲ୍ୟାମ୍ପରୁ ବାହାର କରିବା ନିମନ୍ତେ ପରିଚାଳନା କମିଟି ଗତ ଜାନୁଆରୀ ମାସ ୮ ତାରିଖରେ ବୈଠକରେ ନିଷ୍ପତ୍ତି ନେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଫଳରେ ବାଧ୍ୟ ହୋଇ ପରିଚାଳନା କମିଟିର ସଭ୍ୟମାନେ ଗୁରୁବାର ଲ୍ୟାମ୍ପ୍ ଆଗରେ ଧାରଣା ଦେଇଛନ୍ତି । ପରିଚାଳନ କମିଟି ସଭ୍ୟ ସାଧୁ ନାୟକ, ପଠାଣି ସାହୁ, ଚକ୍ରଧର ମଲିକ, ପ୍ରକାଶ ପ୍ରଧାନ, ଧିରେନ୍ ପ୍ରଧାନ, ଚିତ୍ରସେନ ପ୍ରଧାନ ପ୍ରମୁଖ ଧାରଣାରେ ବସିଛନ୍ତି।

ଏହି ଖବରଟିକୁ ପଢନ୍ତୁ-ମାଈ ହାତୀ ପାଇଁ ଦୁଇ ଦନ୍ତାଙ୍କ ଘମାଘୋଟ ଲଢ଼େଇ, ଦାନ୍ତ ଭୁସି ଭୁସି ସାନକୁ ଘାଇଲା କଲା ବଡ଼

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.