ନୂଆଦିଲ୍ଲୀ,୨୩/୦୩; ଶ୍ରୀଲଙ୍କା ଅଲରାଉଣ୍ଡର ଡାସୁନ ଶଣକା ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ଦଳ ଲାହୋର କଲାଣ୍ଡର୍ସ ସହ ଚୁକ୍ତିବଦ୍ଧ ହୋଇଥିଲେ । ମାତ୍ର ସେ ପିଏସ୍ଏଲ୍ ଛାଡ଼ି ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ମିଳିଥିବା ସୂଚନା ମୁତାବକ, ଶଣକା ଲାହୋର କଲାଣ୍ଡର୍ସକୁ ଚୁକ୍ତି ରଦ୍ଦ କରିବା ବିଷୟରେ ଜଣାଇ ସାରିଛନ୍ତି । କେବଳ କିଛି କାଗଜପତ୍ର କାମ ବାକି ରହିଛି । ସେ ରାଜସ୍ଥାନ ରୟାଲ୍ସ ଦଳରେ ସାମ କୁରାନଙ୍କ ସ୍ଥାନ ନେବେ ।
କୁରାନ ଆହତ ହୋଇ ଆଇପିଏଲ୍ରୁ ବାଦ୍ ପଡ଼ିଛନ୍ତି । ଜିମ୍ବାୱେର ବ୍ଲେସିଂ ମୁଜରବାନୀଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ଶଣକା ପିଏସ୍ଏଲ୍ ଛାଡ଼ି ଆଇପିଏଲ୍ରେ ଯୋଗ ଦେବାକୁ ଯାଉଛନ୍ତି । ମୁଜରବାନୀ ଇସଲାମ୍ବାଦ ୟୁନାଇଟେଡ ପକ୍ଷରୁ ଚୁକ୍ତିବଦ୍ଧ ଥିଲେ । ମାତ୍ର ସେ ଚୁକ୍ତି ରଦ୍ଦ କରି କୋଲକାତା ନାଇଟ୍ ରାଇଡର୍ସ ଦଳରେ ଯୋଗ ଦେଇଥିଲେ । ରାଜସ୍ଥାନ ରୟାଲ୍ସ ଦଳରେ ସିମରନ ହେତମାୟର, ଲୁଆନ-ଡ୍ରେ ପ୍ରିଟୋରିୟସ, ଡେନୋଭାନ ଫେରେଇରା, ଜୋଫ୍ରା ଆର୍ଚର, ନାନ୍ଦ୍ରେ ବର୍ଗର, କ୍ୱେନା ମଫାକା ଓ ଆଡାମ ମିଲନେଙ୍କ ଭଳି ତାରକା ବିଦେଶୀ ଖେଳାଳି ରହିଛନ୍ତି ।
କ୍ରିକବଜ୍ ଅନୁଯାୟୀ, ରାଜସ୍ଥାନ ରୟାଲ୍ସର ଜଣେ ଅଧିକାରୀ କହିଛନ୍ତି ଯେ, ସେମାନେ ଡାସୁନ ଶଣକାଙ୍କୁ ସାଇନ୍ କରିବାର ବହୁତ ନିକଟତର, କିଛି ଅନ୍ତିମ ଔପଚାରିକତା ବାକି ଅଛି । ଡାସୁନ ଶଣକା ସାମ୍ କରନ୍ଙ୍କ ସ୍ଥାନ ନେବେ, ଯିଏ ଆଘାତ ଯୋଗୁଁ IPL ୨୦୨୬ରୁ ବାଦ ପଡ଼ିଛନ୍ତି । ଗତବର୍ଷ ଡିସେମ୍ବରରେ ଅନୁଷ୍ଠିତ ମିନି ନିଲାମରେ ଶଣକା ବିକ୍ରି ହୋଇନଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଲାହୋର କଲାଣ୍ଡର୍ସ PSL ନିଲାମରେ ୭.୫ ମିଲିୟନ ପାକିସ୍ତାନୀ ଟଙ୍କାରେ କିଣିଥିଲା ।
ଶଣକା କାହିଁକି ? ରାଜସ୍ଥାନ ରୟାଲ୍ସର ଡାସୁନ ଶଣକାଙ୍କୁ ଦଳରେ ସାମିଲ କରିବା ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ନୁହେଁ । ସେ ଜଣେ ଅଲରାଉଣ୍ଡର । ସେ ସାମ୍ କରନଙ୍କୁ ଭଲ ଭାବରେ ସ୍ଥାନ ଦେଇପାରିବେ । ଏହାର ମୁଖ୍ୟ କାରଣ ହେଉଛନ୍ତି ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ କୁମାର ସାଙ୍ଗାକାରା, ଯିଏ ଶ୍ରୀଲଙ୍କାର । ବିକ୍ରମ ରାଠୌର ୨୦୨୬ ଟି-୨୦ ବିଶ୍ୱକପ୍ ସମୟରେ ଶ୍ରୀଲଙ୍କା କ୍ରିକେଟ୍ ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ରାଠୌର ବର୍ତ୍ତମାନ ରାଜସ୍ଥାନ ଦଳରେ ସାଙ୍ଗାକାରାଙ୍କ ସହିତ ସହାୟକ ପ୍ରଶିକ୍ଷକ ଅଛନ୍ତି । ତେଣୁ, ଉଭୟ ଡାସୁନ ଶଣକାଙ୍କ ଖେଳ ଶୈଳୀ ବିଷୟରେ ଭଲ ଭାବରେ ଜାଣନ୍ତି ।
ଏହା ବି ପଢନ୍ତୁ...ଚେପ୍ପକରେ ଚେନ୍ନାଇ ସୁପରକିଙ୍ଗ୍ସର ଚାମ୍ପିୟନ୍ସ, ଦେଖନ୍ତୁ ଭିଡିଓ…
ଧମକ ଦେଇଛି ପିସିବି- ଖେଳାଳିମାନେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ଯୋଗଦେବା ପାଇଁ ପିଏସଏଲ ଛାଡିବା ସଂଖ୍ୟା ବୃଦ୍ଧି ପାଉଛି । ଯାହା ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ଚିନ୍ତାର କାରଣ ହୋଇଛି । ପିସିବି ଅଧ୍ୟକ୍ଷ ମୋହସିନ୍ ନକଭି ଏକ ଗଣମାଧ୍ୟମ ବ୍ରିଫିଂରେ କହିଛନ୍ତି ଯେ, ପିଏସଏଲ ଚୁକ୍ତି ଭଙ୍ଗ କରୁଥିବା ଖେଳାଳିମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।