ଚେନ୍ନାଇ: ଆଇପିଏଲ ୨୦୨୬ ଆରମ୍ଭ ହେବା ପୂର୍ବରୁ ୫ଥର ଚାମ୍ପିୟନ ହୋଇଥିବା ସିଏସକେ ପକ୍ଷରୁ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ସିଏସକେର ପୂର୍ବତନ କ୍ରିକେଟରଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ରୋର୍ ୨୦୨୬ ନାମରେ ଏହି କାର୍ଯ୍ୟକ୍ରମ ହୋଇଥିବାବେଳେ ସିଏସର ପୂର୍ବତନ କ୍ରିକେଟରଙ୍କ ଝଲକ ପାଇବା ପାଇଁ ଫ୍ୟାନ୍ସଙ୍କ ଭିଡ଼ ଦେଖିବାକୁ ମିଳିଛି ।
Mr. Cricket still got it 😎#Roar26 #WhistlePodu pic.twitter.com/m8DGYa3pO5
— Chennai Super Kings (@ChennaiIPL) March 22, 2026
ସିଏସକେର ପୂର୍ବତନ କ୍ରିକେଟର ବଦ୍ରିନାଥ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ବହୁ ପୂର୍ବତନ ଖେଳାଳି ନଜର ଆସିଛନ୍ତି । ଯେଉଁଥିରେ ମ୍ୟାଥୁ ହେଡେନ, ସୁରୋଇ ରାଇନା, ଅମ୍ବାତି ରାଇଡୁ, ହରଭଜନ ସିଂହ, ମୁରଲିଧରନ, ପାର୍ଥିବ ପଟେଲ, ବ୍ରାଭୋ, ଜୋଗିନ୍ଦର ଶର୍ମା, ବାଲାଜୀଙ୍କ ଭଳି ଖେଳାଳିମାନେ ନଜର ଆସିଛନ୍ତି । ମ୍ୟୁଜିକ୍ ଡାଇରେକ୍ଟର ଏ.ଆର ରେହେମାନଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଇଥିବାବେଳେ ଫ୍ରାଞ୍ଜାଇଜ୍ ପକ୍ଷରୁ ପୂର୍ବତନ ଖେଳାଳିଙ୍କ ପ୍ରତି ଏହା ଏକ ସମ୍ମାନଜନକ କାର୍ଯ୍ୟକ୍ରମ ବୋଲି ସିଏସକେ ସିଇଓ କହିଛନ୍ତି ।
The loudest whistles for the world champs! 🥳🦁#Roar26 #WhistlePodu pic.twitter.com/kosEU3T0Gs
— Chennai Super Kings (@ChennaiIPL) March 22, 2026