ସାହାଜପାଲ,୯।୧୦: ବୌଦ୍ଧ ସଦର ବ୍ଲକ ବାଉଁଶୁଣୀ ଥାନା ସଦେଇପୁର  କାଡାନାଲିରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ତାଳଶରଡ଼ା ଗ୍ରାମ ପଂଚାୟତ ସିଙ୍ଗାରୀ ଗ୍ରାମର କୁନା ନାଏକ 

ବୌଦ୍ଧ ସଦର ବ୍ଲକ ବାଉଁଶୁଣୀ ଥାନା  ତାଳଶରଡ଼ା ଗ୍ରାମ ପଂଚାୟତ ସିଙ୍ଗାରୀ ଗ୍ରାମର କୁନା ନାଏକ କୌଣସି କାମରେ ଘରୁ ଯାଇଥିଲେ।  ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ବିଳମ୍ବିତ ରାତିରେ ଖୋଜାଖୋଜି କରିଥିଲେ।  ଗୁରୁବାର ସକାଳେ ବହିରା ଗ୍ରାମ ପଂଚାୟତ ଅନ୍ତର୍ଗତ ସଦେଇପୁର ଗ୍ରାମକୁ ସଂଯୋଗ ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ଓ ଏକ ବନ୍ଧ ପାଖକୁ ଲାଗି ଏକ କାଡାନାଲରେ  କୁନା ନାଏକ ପଡିଥିବାର ସଦେଇପୁର ଗ୍ରାମର ଅଶ୍ୱିନୀ ନାଏକ ଦେଖିଥିଲେ। ଏ  ନେଇ କୁନାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହା ପରେ ପରିବାର ଲୋକେ ବାଉଁଶୁଣୀ ଥାନାକୁ ଖବର ଦେଇଥିଲେ।  ଘଟଣାସ୍ଥଳରେ ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା। ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।  ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍  ଓ ଡଗ ସ୍କ୍ବାର୍ଡ ପହଂଚି  ତଦନ୍ତ କରୁଛି।