ଟିକାବାଲି,୨୦/୦୨:  ଫୁଲବାଣୀ  ଟିକାବାଲି ଥାନା ଅନ୍ତର୍ଗତ ରଙ୍ଗୁଆ ଚୂଆଁରୁ ଆଜି ସକାଳୁ  ମୃତଦେହ ଉଦ୍ଧାର । ମୃତକ ଜଣକ ଟିକାବାଲି ଭୋଇସାହିର ଶିବ ଶଙ୍କର ଭୋଇ  ବୋଲି ଜଣାପଡିଛି  ।  ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ପୋଲିସ । 

ଏହା ମଧ୍ୟ ପଢନ୍ତୁ- ବାଲେଶ୍ୱରରେ ବେଆଇନ ଗୋ ଚାଲାଣ ,୨ଟି ଗୋରୁ ଗାଡ଼ି ଜବତ କଲା ଗୋ ସୁରକ୍ଷା ବାହିନୀ

 ସୂଚନା ଅନୁସାରେ, ଆଜି ସକାଳୁ କିଛି ଲୋକ  ଗାଧୋଇବାକୁ ଯାଇଥିବା ବେଳେ ଚୂଆଁ ଭିତରେ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଶିବ ଶଙ୍କର  ବୁର୍ବିନାଯୁ ହାଇସ୍କୁଲରେ କିରାଣୀ ଭାବରେ କାର୍ଯ୍ୟରତ ଥିଲେ ।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏ ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇ ନଥିବା ପୁଲିସ ସୂଚନା ଦେଇଛି । ମାମଲା ରୁଜୁ ହେବା ପରେ ଘଟଣାର ତଦନ୍ତ କରାଯିବ ବୋଲି ଏସ ଆଇ  ରବୀନ୍ଦ୍ର କୁମାର ହେମ୍ରମ କହିଛନ୍ତି। ମୃତ୍ୟୁର କାରଣ ସମ୍ପର୍କରେ କିଛି ଜଣା ପଡିନାହିଁ।