ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବିହାରରେ ବଢ଼ୁଛି ଅପରାଧ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ

Published By : Tapas Panda | July 27, 2025 6:06 PM

Image courtesy: abplive

ପାଟନା: ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ । ଏକ ଅଜଣା ନମ୍ବରରୁ ତାଙ୍କ କର୍ମଚାରୀଙ୍କ ହ୍ୱାଟସଆପକୁ ଧମକ ପଠାଯାଇଛି । ମେସେଜରେ ଲେଖାଅଛି, ‘ନମସ୍କାର ସାର୍, ମୁଁ ୨୪ ଘଣ୍ଟା ମଧ୍ୟରେ ସମ୍ରାଟ ଚୌଧୁରୀଙ୍କୁ ଗୁଳି କରିବି । ମୁଁ ଆପଣଙ୍କୁ ସତ କହୁଛି।’ ମେସେଜ୍ ପାଇବା ପରେ, ସମର୍ଥକ ଜଣଙ୍କ ପୁଲିସରେ ଅଭିଯୋଗ କରିଛନ୍ତି ।

ଶନିବାର ରାତିରେ ଜଣେ କାର୍ଯ୍ୟକର୍ତ୍ତାଙ୍କ ଫୋନକୁ ଏହି ଧମକପୂର୍ଣ୍ଣ ମେସେଜ୍ ପଠାଯାଇଛି । ଅଭିଯୋଗ ପରେ, ପୁଲିସ ଅଜଣା ନମ୍ବରକୁ ଟ୍ରେସ୍ କରୁଛି ଏବଂ ସେହି ଆଧାରରେ ଅପରାଧୀକୁ ଖୋଜୁଛି । ହ୍ୱାଟସଆପରେ ମିଳିଥିବା ମେସେଜରେ ସ୍ପଷ୍ଟ ଭାବରେ ଲେଖାଯାଇଛି, "ମୁଁ ୨୪ ଘଣ୍ଟା ମଧ୍ୟରେ ସମ୍ରାଟ ଚୌଧୁରୀଙ୍କୁ ଗୁଳି କରିବି, ମୁଁ ସତ କହୁଛି।" ସେହିପରି ସମ୍ରାଟ ଚୌଧାରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ସମସ୍ତ ସୁରକ୍ଷାକର୍ମୀଙ୍କୁ ଏ ବିଷୟରେ ସୂଚନା ଦିଆଯାଇଛି । ଏହା ପରେ ସମସ୍ତ ସୁରକ୍ଷାକର୍ମୀ ସତର୍କ ହୋଇଯାଇଛନ୍ତି।

ଧମକ ପାଇବା ନେଇ ପ୍ରଶ୍ନରେ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରବିବାର କହିଛନ୍ତି ଯେ, ‘ଯିଏ ଯାହା କରିବାକୁ ଚାହାଁନ୍ତି, ତାଙ୍କୁ ତାହା କରିବାକୁ ଦିଅନ୍ତୁ। ବିହାରର ଲୋକମାନେ ଜାଣନ୍ତି ଯେ, ଆମେ ରାଜ୍ୟର ବିକାଶ ପାଇଁ କାମ କରୁଛୁ। ରାଜ୍ୟବାସୀ ଏଥିରେ ଖୁସି, ଯିଏ ଯାହା କରିବାକୁ ଚାହୁଁଛି, ତାକୁ କରିବାକୁ ଦିଅ ।’

ସୂଚନାଯୋଗ୍ୟ ଯେ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ସିଧାସଳଖ ଧମକ ଦିଆଯାଇ ନାହିଁ । କିନ୍ତୁ ତାଙ୍କ ସମର୍ଥକଙ୍କୁ ଫୋନ୍‌ରେ ଏକ ମେସେଜ୍ ମାଧ୍ୟମରେ ଧମକ ଦିଆଯାଇଛି । ଆଜିକାଲି ବିହାରରେ ଅପରାଧ ବହୁତ ବଢ଼ିଯାଇଛି । ପାଟନାରୁ ଗୟାଜୀ ପର୍ଯ୍ୟନ୍ତ ଅପରାଧିକ ଘଟଣା ଦେଶରେ ଆଲୋଚନାର ବିଷୟ ପାଲଟିଛି । ସାଧାରଣ ଲୋକଙ୍କ କଥା ଛାଡ଼ନ୍ତ, ନେତା ମନ୍ତ୍ରୀଙ୍କୁ ମଧ୍ୟ ଧମକ ଦିଆଯାଉଛି। ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଦାବି କରିଛନ୍ତି ଯେ, ଗତ ସାତ ଦିନରେ ବିହାରରେ ୯୭ଟି ହତ୍ୟାକାଣ୍ଡ ଘଟିଛି । ପୁଲିସ କିନ୍ତୁ ଦାବିକୁ ଖଣ୍ଡନ କରିଛି । ଜୁଲାଇ ୨୦ ଠାରୁ ୪୦ଟି ହତ୍ୟାକାଣ୍ଡ ଘଟିଛି ବୋଳି ପୁଲିସ କହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.