PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ସାମାନ୍ୟ ଗଣ୍ଡଗୋଳରୁ ଯୁବକଙ୍କୁ ତୀରମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଦେବଗଡ଼, ୦୬/୦୯ : ସାମାନ୍ୟ ବଚସାରୁ ଯୁବକଙ୍କୁ ତୀରମାଡ଼। ଦେବଗଡ଼ ଜିଲ୍ଲା ବାରକୋଟ ଥାନା ରାଇତାବାହାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉପରଖଣ୍ଡାମ ଗ୍ରାମରେ ଜଣେ ଯୁବକଙ୍କୁ ତୀରମାଡ଼ ହୋଇଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବ୍ରାହ୍ମଣୀ ନଦୀରେ ମାଛଧରାକୁ କେନ୍ଦ୍ରକରି ହୋଇଥିବା ଗଣ୍ଡଗୋଳରେ ତୀରମାଡ଼ ହୋଇଥିବା ଅନୁମାନ କରାଯାଉଛି ।

ଅଭିଯୋଗ ଅନୁଯାୟୀ, ରାଇତାବାହାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉପରଖଣ୍ଡାମ ଗ୍ରାମର ବାବୁ ଧିବର ତାଙ୍କ ବଡଭାଇଙ୍କ ଘରକୁ ଯାଉଥିବା ବେଳେ ପଛପଟୁ ଅନ୍ୟ ଜଣେ ଯୁବକ ଗଣ୍ଠି ଧିବର ଧନୁତୀରରେ ଆକ୍ରମଣ କରିଥିଲେ । ଫଳରେ ଧନୁ ତୀରଟି ବାବୁଙ୍କ ପିଠିରେ ପଶିଯାଇଥିବା ବେଳେ ସେ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ବାବୁଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ପିଙ୍କି ଧିବର ଏବଂ ସାହିପଡ଼ୋଶୀ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପଟେ ତୀର ମାରିଥିବା ଗଣ୍ଠି ଧିବର ଘଟଣାସ୍ଥଳରୁ ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ କାବୁ କରିନେଇ ବାରକୋଟ ଥାନା ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗଣ୍ଠିକୁ ଅଟକ ରଖିଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ଗୁରୁତର ବାବୁଙ୍କୁ ପ୍ରଥମେ ବାରକୋଟ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ମାତ୍ର ସର୍ଜରୀ ଡାକ୍ତର ନଥିବାରୁ ତୀର କଢାଯାଇନପାରି ତାଙ୍କୁ ବୁର୍ଲା ପଠାଇ ଦିଆଯାଇଛି । ବାରକୋଟ ଥାନାରେ ଗଣ୍ଠିକୁ ପୋଲିସ ଅଧିକ ପଚରାଉଚୁରା କରୁଥିବା ବେଳେ ତାପାଖରୁ ଗୋଟିଏ ଧନୁ ଏବଂ ଦୁଇଟି ତୀର ଜବତ କରାଯାଇଛି । ବ୍ରାହ୍ମଣୀ ନଦୀରୁ ମାଛଧରାକୁ କେନ୍ଦ୍ରକରି ଉଭୟଙ୍କ ଭିତରେ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିଲା । ଏହାକୁ କେନ୍ଦ୍ର କରି ଗଣ୍ଠି ତୀର ଯୋଗେ ଆକ୍ରମଣ କରିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର