ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପ୍ରତିଶୋଧ ନେବ ଭାରତ; ପାକିସ୍ତାନକୁ ଘେରିବାକୁ ବଡ଼ ପ୍ଲାନ୍ , ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ୪୦ ମିନିଟ୍ ବୈଠକ

Published By : Ankita S | April 28, 2025 12:18 PM

ନୂଆଦିଲ୍ଲୀ,୨୮/୦୪: ଆଉ ନୁହେଁ ବହୁତ ହୋଇଗଲା । ଏବେ ଜବାବ୍ ଦେବାର ସମୟ ଆସିଛି । ଭୟଙ୍କର ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବ ଭାରତ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ପ୍ରାୟ ୪୦ ମିନିଟ୍ ଧରି ବୈଠକ ହୋଇଥିଲା । ପାକିସ୍ତାନକୁ ଘେରିବାକୁ ବୈଠକରେ କିଛି ବଡ଼ ପ୍ଲାନ୍ ପ୍ରସ୍ତୁତ ହୋଇଥିବା କୁହାଯାଉଛି । ବୈଠକରେ ଏନଏସଏ ଅଜିତ୍ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଘନ ଘନ ବୈଠକ କରୁଛନ୍ତି ଭାରତ ସରକାର । ସମସ୍ତ ପ୍ରତିରକ୍ଷା ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସେନାର ସିନିୟର ଅଫିସରଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ୨ ଦିନ ତଳେ ସେନାମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ ଆକ୍ରମଣସ୍ଥଳକୁ ଯାଇ ସମୀକ୍ଷା କରିଥିଲେ । ଆଜି ପ୍ରତିରକ୍ଷାମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ପ୍ରାୟ ୪୦ମିନିଟ ଧରି ହୋଇଥିବା ମିଟିଙ୍ଗରେ ବଡ଼ ଧରଣର ଆଲୋଚନା ହୋଇଛି । କିଛି ବଡ଼ ପ୍ଲାନ୍ କରାଯାଉଥିବା କୁହାଯାଉଛି । ସୁରକ୍ଷା ସମ୍ପର୍କିତ କିଛି ନିଷ୍ପତ୍ତି ହୋଇପାରେ ।

ପହଲଗାମ ହମଲା ପରେ ଭାରତର ବଡ଼ ନିଷ୍ପତ୍ତି-

. ସିନ୍ଧୁ ଜଳ ଚୁକ୍ତି ପ୍ରସ୍ତାବ ସ୍ଥଗିତ କରିବା । ଯାହା ପାକିସ୍ତାନ ପାଇଁ ଜଳ ସଂଙ୍କଟ ଆଶଙ୍କାକୁ ବଢାଇଛି ।

. ଅଟାରୀ ବର୍ଡ଼ର ବନ୍ଦ କରିବା

. ସବୁ ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ ସହ ଭାରତ ଛାଡିବାକୁ ନିର୍ଦ୍ଦେଶ

. ପାକିସ୍ତାନ ହାଇ କମିଶନ ଡିଫେନ୍ସ ଆଡଭାଇଜର୍ସଙ୍କୁ ସପ୍ତାହେ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ

. ଭାରତୀୟ ବାୟୁସେନାର 'ଆକ୍ରମଣ ଯୁଦ୍ଧାଭ୍ୟାସ'

. ଜମ୍ମୁରେ ଆତଙ୍କୀଙ୍କ ଘର ଧ୍ବଂସ କରିବା

. ଆକ୍ରମଣର ତଦନ୍ତ ଏନଆଇଏକୁ ହସ୍ତାନ୍ତର କରାଯାଇଛି 

ଅଧିକ ପଢନ୍ତୁ...ସାମ୍ନାକୁ ଆସିଲା ନୂଆ ତଥ୍ୟ, ଘନ ଜଙ୍ଗଲରେ ୨୨ ଘଣ୍ଟା ଚାଲି ପହଲଗାମ୍‌ ପହଞ୍ଚିଥିଲେ ଆତଙ୍କୀ

ପହଲଗାମ୍‌ ଆତଙ୍କୀ ଆକ୍ରମଣ ଘଟଣାର ତଦନ୍ତରୁ ଏବେ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଯୋଜନାକୁ ରୂପରେଖ ଦେବାକୁ କୋକେରନାଗର ଘନ ଜଙ୍ଗଲ ଦେଇ ୨୦-୨୨ ଘଣ୍ଟା ଧରି ଚାଲି ବୈସରନ୍‌ ଘାଟିରେ ପହଞ୍ଚିଥିଲେ ଜଣେ ସ୍ଥାନୀୟ ବାସିନ୍ଦା ଓ ଅନ୍ୟ ଜଣେ ପର୍ଯ୍ୟଟକଙ୍କ ନିକଟରୁ ୨ଟି ମୋବାଇଲ୍‌ ଛଡ଼ାଇ ନେଇଥିଲେ । ମୋଟ ୪ଜଣ ଆତଙ୍କୀ ଏହି ଜଘନ୍ୟ କାଣ୍ଡରେ ସାମିଲ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ ଆତଙ୍କୀ ହୋଇଥିବାବେଳେ ଜଣେ ହେଉଛି ସ୍ଥାନୀୟ ଆତଙ୍କୀ ଆଦିଲ ଥୋକର । ଆତଙ୍କୀମାନେ ନରସଂହାର ଲାଗି ଆଧୁନିକ ଏକେ-୪୭ ଓ ଏମ୍‌-୪ ଆସଲ୍ଟ ରାଇଫଲ ବ୍ୟବହାର କରିଥିଲେ ବୋଲି ଫରେନସିକ ବିଶ୍ଳେଷଣରୁ ଜଣାପଡ଼ିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.