ନୂଆଦିଲ୍ଲୀ, ୪।୯: ଦୁଇ ଦଶନ୍ଧିରେ ଜଙ୍ଗଲ କ୍ଷୟ ଯୋଗୁଁ ୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ଏନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ନେଚର୍ କ୍ଲାଇମେଟ ଚେଞ୍ଜ ପତ୍ରିକା ଏବେଠୁ ସତର୍କ ନହେଲେ ଆଗକୁ ତାପମାତ୍ରା ବୃଦ୍ଧି ଯୋଗୁଁ ଜୀବନ ହାରିବେ ଲକ୍ଷ ଲକ୍ଷ ଲୋକ ଦକ୍ଷିଣ-ପୂର୍ବ ଏସିଆରେ ୫୦ ପ୍ରତିଶତରୁ ଅଧିକ ମୃତ୍ୟୁ ରେକର୍ଡ ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଏବେ କେବଳ ପରିବେଶଗତ ସଙ୍କଟ ନୁହେଁ ବରଂ ମାନବ ଜୀବନ ପାଇଁ ବଡ଼ ବିପଦ ପାଲଟିଛି ନେଚର କ୍ଲାଇମେଟ ଚେଞ୍ଜ ପତ୍ରିକା ଏନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ଯେଉଁଥିରେ ଜଣାପଡ଼ିଛି ଯେ, ଗତ ୨୦ ବର୍ଷ ମଧ୍ୟରେ ଅନିୟମିତ ଜଙ୍ଗଲ କ୍ଷୟ ଯୋଗୁଁ ସାରା ବିଶ୍ୱରେ ୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏହି ମୃତ୍ୟୁ ବର୍ଦ୍ଧିତ ତାପମାତ୍ରା ଏବଂ ଏହା ଦ୍ୱାରା ହେଉଥିବା ରୋଗ ସହିତ ସିଧାସଳଖ ଭାବେ ଜଡ଼ିତ

ବ୍ରାଜିଲ, ଘାନା ଏବଂ ବ୍ରିଟେନର ବୈଜ୍ଞାନିକମାନଙ୍କ ଏକ ଟିମ୍‌ର ମିଳିତ ଅଧ୍ୟୟନରୁ ଏହି ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ଜଙ୍ଗଲ କ୍ଷୟ, ସୁରକ୍ଷିତ ଅଞ୍ଚଳଗୁଡ଼ିକରେ ତାପମାତ୍ରା ବୃଦ୍ଧି ଏବଂ ବିନା ଦୁର୍ଘଟଣାରେ ମୃତ୍ୟୁ ଉପରେ ତଥ୍ୟ ସଂଗ୍ରହ କରାଯାଇଥିଲା ଏହା ସ୍ପଷ୍ଟ ହୋଇଥିଲା ଯେ, ଯେଉଁଠାରେ ଜଙ୍ଗଲ କଟା ହୋଇଥିଲା, ସେଠାରେ ତାପମାତ୍ରା ଅନେକ ଗୁଣ ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ଅଧିକ ଥିଲା ଅଧ୍ୟୟନ ଅନୁଯାୟୀ, ୨୦୦୧ରୁ ୨୦୨୦ ପର୍ଯ୍ୟନ୍ତ ପରିବେଶ ଓ ବାୟୁମଣ୍ଡଳକୁ ନେଇ ବିଶ୍ଳେଷଣ କରାଯାଇଥିଲା ଏଥିରୁ ଜଣାପଡ଼ିଥିଲା ​​ଯେ, ଜଙ୍ଗଲ କ୍ଷୟ ଯୋଗୁଁ ବୃଦ୍ଧି ହେଉଥିବା ତାପମାତ୍ରା କାରଣରୁ ପ୍ରାୟ ୩୪ କୋଟି ୫୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ ଏଥିମଧ୍ୟରୁ ପ୍ରାୟ ୨୬ ଲକ୍ଷ ଲୋକଙ୍କୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଅତିରିକ୍ତ ଗରମ ସହିବାକୁ ପଡ଼ିଥିଲା ଏହି ଅତିରିକ୍ତ ଗରମ ଯୋଗୁଁ ପ୍ରତିବର୍ଷ ହାରାହାରି ୨୮ ହଜାର ୩୩୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଥିଲା